ଅନେକ ସମୟରେ ଦୁର୍ଘଟଣା ଘଟୁଥିବା ଦେଖିଥିବେ ଓ ଶୁଣିଥିବେ। କେତେବେଳେ ଟ୍ରେନ୍, ବିମାନ ତ ପୁଣି କେେତେବେଳେ ରାସ୍ତାରେ ବାଇକ୍, କାର୍ ଆଦି ଦୁର୍ଘଟଣାଗ୍ରସ୍ତ ହୋଇଥାଏ । ଅନେକ ଲୋକଙ୍କ ମୃତ୍ୟୁ ସହ କିଛି ଗୁରୁତର ଆହତ ମଧ୍ୟ ହୋଇ ଥାନ୍ତି । ତେବେ ଘରୁ ବାହାରିବା ବେଳେ ଏପରି କିଛି ମନ୍ତ୍ର ରହିଛି, ଯାହାର ଉଚ୍ଚାରଣ କରି ଭଗବାନଙ୍କୁ ସ୍ମରଣ କଲେ ଦୁର୍ଘଟଣା ଘଟିନଥାଏ ବୋଲି ମାନ୍ୟତା ରହିଛି । ଏହି ମନ୍ତ୍ରକୁ ଜପ କଲେ ଦୁର୍ଘଟଣା, ସମସ୍ୟା ସହ ମାନସିକ ଦୁଃଶ୍ଚିନ୍ତା ଦୂର ହୋଇଥାଏ । ଏହି ମନ୍ତ୍ରକୁ ନିୟମିତ ୧୧ ଥର ଜପ କରିବା ଦ୍ୱାରା ଜୀବନରେ ଥିବା ସମସ୍ତ ଦୁଃଖ, କଷ୍ଟ ଦୂର ହୋଇଥାଏ ବୋଲି ମଧ୍ୟ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି । ଘରୁ ବାହାରକୁ ଯିବା ସମୟରେ ଏହି ମନ୍ତ୍ର ଜପ କରିବା ଦ୍ୱାରା ଯାତ୍ରା ସଫଳ ହେବା ସହ ଦୁର୍ଘଟଣାରୁ ରକ୍ଷା କରିଥାଏ । ପ୍ରଭୁ ଶ୍ରୀକୃଷ୍ଣଙ୍କୁ ଏହି ମନ୍ତ୍ର ସମର୍ପିତ..
କୃଷ୍ଣାୟ ବାସୁଦେବାୟ ହରୟେ ପରମାତ୍ମନେ.
ପ୍ରଣତଃ କ୍ଲେଶନାଶାୟ ଗୋବିନ୍ଦାୟ ନମୋ ନମଃ..
ଏହି ମନ୍ତ୍ରର ଅର୍ଥ ଅତ୍ୟନ୍ତ ପବିତ୍ର ଓ ସୁରକ୍ଷା ପ୍ରଦାନ କରିଥାଏ । ଅର୍ଥାତ୍ ଭଗବାନ ଶ୍ରୀକୃଷ୍ଣ ପରମାତ୍ମା, ତାଙ୍କୁ ବାରମ୍ବାର ପ୍ରଣାମ କରୁଛି । ସେ ସମସ୍ତ କ୍ଲେଶ (କଷ୍ଟ)କୁ ନାଶ କରନ୍ତୁ । ଏହି ମନ୍ତ୍ର ସ୍ମରଣ, ପ୍ରାର୍ଥନା କରିବା ଦ୍ୱାରା ସମସ୍ତ କଷ୍ଟ, ଦୁଃଖ, ଭୟ ଓ ଦୁର୍ଘଟଣା ଦୂର ହୋଇଥାଏ ।