Wednesday, March 25, 2026
25.5 C
Odisha

    ଘରେ କଳାକନା ବୁଲାଇଦେଲେ ଲୁଟେରା, ଲୁଟିନେଲେ କିଲେ ସୁନା ଓ ଦେଢ଼ ଲକ୍ଷ ଟଙ୍କା

    ଆଗକୁ ପଢନ୍ତୁ

    ବ୍ରହ୍ମପୁର : କିଲେ ସୁନା, ଦେଢ଼ ଲକ୍ଷ ଟଙ୍କା ଲୁଟିନେଲେ । ଘରେ କଳାକନା ବୁଲାଇଦେଲେ ଲୁଟେରା । ବ୍ରହ୍ମପୁର ସହରର ବଡ଼ ବଜାର ଥାନା ଅନ୍ତର୍ଗତ ପ୍ରେମ ନଗରରେ ରହୁଥିବା ଜଣେ ବ୍ୟବାସାୟୀ ପି. ରାଜ ପ୍ରଭାକର ରାଓଙ୍କ ଘରୁ ବଡ଼ ଧରଣର ଲୁଟ ଅଭିଯୋଗ । ଆଜି ସକାଳୁ କଳାକନା ବୁଲାଇଛନ୍ତି ଲୁଟେରା । ପ୍ରାୟ ୧ କିଲୋ ୨୦୦ ଗ୍ରାମର ଓଜନର ସୁନା ଅଳଙ୍କାର ଓ ନଗଦ ୧ ଲକ୍ଷ ୩୦ଶ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଘରର ମୁଖ୍ୟ ଗ୍ରୀଲରେ ପଡ଼ିଥିବା ତାଲା ଭାଙ୍ଗିବା ପରେ କବାଟ ତାଡ଼ି ଆଲମିରରାରୁ କୋଟିଏରୁ ଟଙ୍କାରୁ ଅଧିକ ମୂଲ୍ୟର ସୁନା ଅଳଙ୍କାର ଲୁଟ କରିଥିବା ଥାନାରେ ଅଭିଯୋଗ କରିଛନ୍ତି ପ୍ରଭାକର ରାଓ । ତାଙ୍କ ପରିବାର ଲୋକେ ୧୦ ଦିନ ହେଲା ବାହାରକୁ ଚାଲିଥିଯାଇଥିବା ବେଳେ ପ୍ରଭାକର ଘରେ ଏକାକୀ ରହୁଥିଲେ ।

    ଆଜି ଭୋର ସମୟରେ ସେ ବାହାରକୁ ଯାଇଥିବା ବେଳେ ଚୋର ପଶି ସୁନା ଓ ଟଙ୍କା ଲୁଟି ନେଇଥିବା ସେ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗ ଅନୁଯାୟୀ, ଚୋର ସୁନା ଅଳଙ୍କାର ନେଇଥିବା ବେଳେ ପ୍ରାୟ ୨୦ କିଲୋ ରୁପା ଅଳଙ୍କାର ଥିଲେ ବି ତାକୁ ଚାଡ଼ି ଯାଇଥିଲେ । ଅଭିଯୋଗ ପାଇବା ପରେ ବଡ଼ ବଜାର ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି। ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍ ଟିମ ସହାୟତାରେ ତଦନ୍ତ ଚାଲିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    25.5 ° C
    25.5 °
    25.5 °
    64 %
    2.1kmh
    39 %
    Wed
    26 °
    Thu
    38 °
    Fri
    40 °
    Sat
    40 °
    Sun
    41 °

    ସମ୍ବନ୍ଧିତ