ଆଜିକାଲି ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ବଜାରରେ ବିଭିନ୍ନ ପ୍ରକାରର ରାସାୟନିକଯୁକ୍ତ ଲିପ୍ଷ୍ଟିକ୍ ପ୍ରଚୁର ମାତ୍ରାରେ ମିଳୁଛି। ମାତ୍ର ଏହିସବୁ ଲିପ୍ଷ୍ଟିକ୍ରେ ରହିଥିବା ହାନିକାରକ ରାସାୟନିକ ପଦାର୍ଥ ଓଠର ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ। ଏହାଦ୍ୱାରା ଓଠ ଫାଟିବା, କଳା ପଡ଼ିଯିବା ଏବଂ ଆଲର୍ଜି ଭଳି ସମସ୍ୟା ଦେଖାଦିଏ। ଏଭଳି ପରିସ୍ଥିତିରେ, ଯଦି ଆପଣ ପ୍ରାକୃତିକ ଉପାୟରେ ଓଠକୁ ଗୋଲାପୀ ଓ ସୁନ୍ଦର ରଖିବାକୁ ଚାହାଁନ୍ତି, ତେବେ ଘରେ ହିଁ ଖୁବ୍ କମ୍ ଖର୍ଚ୍ଚରେ ପ୍ରସ୍ତୁତ କରିପାରିବେ ‘ବିଟ୍ରୁଟ୍ ଲିପ୍ଷ୍ଟିକ୍’।
ଜାଣନ୍ତୁ ଏହାକୁ ତିଆରି କରିବା ପାଇଁ ଆବଶ୍ୟକୀୟ ସାମଗ୍ରୀ:
ତାଜା ବିଟ – ୧ଟି, ଭେସଲିନ୍ ୧ ଚାମଚ, ଗ୍ଲିସେରିନ୍ ୧ ଚାମଚ, ଭିଟାମିନ୍-ଇ ତେଲ ୨ ବୁନ୍ଦା
ତିଆରି ପ୍ରଣାଳୀ
୧. ରସ ବାହାର କରିବା: ପ୍ରଥମେ ବିଟ୍ରୁଟ୍କୁ ଭଲ ଭାବେ ଧୋଇ ଛାଡ଼ି ଖଣ୍ଡ ଖଣ୍ଡ କରି କାଟି ନିଅନ୍ତୁ ଏବଂ ଏହାକୁ ପେଷି ରସ ବାହାର କରିଦିଅନ୍ତୁ।
୨. ରସକୁ ଫୁଟାଇବା: ଏବେ ଏକ ପ୍ୟାନରେ ଏହି ବିଟ୍ରୁଟ୍ ରସକୁ ନେଇ ମଧ୍ୟମ ଆଞ୍ଚରେ ୨ରୁ ୩ ମିନିଟ୍ ପର୍ଯ୍ୟନ୍ତ ଫୁଟାନ୍ତୁ। ଯେତେବେଳେ ରସଟି ଅଳ୍ପ ଘନ ହୋଇଯିବ, ସେତେବେଳେ ଗ୍ୟାସ ବନ୍ଦ କରି ଏହାକୁ ଭଲ ଭାବେ ଥଣ୍ଡା ହେବାକୁ ଦିଅନ୍ତୁ।
୩. ମିଶ୍ରଣ ପ୍ରସ୍ତୁତି: ଥଣ୍ଡା ହୋଇଥିବା ବିଟ୍ରୁଟ୍ ରସକୁ ଏକ କାଚ ପାତ୍ରରେ ନିଅନ୍ତୁ। ଏଥିରେ ୧ ଚାମଚ ଭେସଲିନ୍, ୧ ଚାମଚ ଗ୍ଲିସେରିନ୍ ଏବଂ ଶେଷରେ ଭିଟାମିନ୍-ଇ ତେଲର କିଛି ବୁନ୍ଦା ମିଶାଇ ଭଲ ଭାବେ ଫେଣ୍ଟି ଦିଅନ୍ତୁ | ଏହି ମିଶ୍ରଣଟିକୁ ଏକ ପରିଷ୍କାର ଲିପ୍ଷ୍ଟିକ୍ ବକ୍ସ ବା କଣ୍ଟେନରରେ ଢାଳି ଦିଅନ୍ତୁ। ଏହାକୁ ଭଲ ଭାବେ ଜମାଇବା ପାଇଁ ଅତିକମରେ ୬ ଘଣ୍ଟା କିମ୍ବା ରାତିସାରା ଫ୍ରିଜରେ ରଖିଦିଅନ୍ତୁ। ବାସ୍, ଏବେ ଆପଣଙ୍କର ଘରୋଇ ପ୍ରାକୃତିକ ଲିପ୍ଷ୍ଟିକ୍ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଯିବ |
ଘରୋଇ ଲିପ୍ଷ୍ଟିକ୍ର ଫାଇଦା
ଏଥିରେ କୌଣସି କ୍ଷତିକାରକ କେମିକାଲ୍ କିମ୍ବା ପାରାବେନ୍ ନଥିବାରୁ ଏହା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ ଥିବା ଭେସଲିନ୍ ଓ ଗ୍ଲିସେରିନ୍ ଓଠକୁ ଫାଟିବାକୁ ଦିଏ ନାହିଁ ଏବଂ ନରମ ରଖେ। ଏହା ଓଠର କଳାଦାଗ ଦୂର କରି ଏକ ପ୍ରାକୃତିକ ଗୋଲାପୀ ରଙ୍ଗ ପ୍ରଦାନ କରେ। ଏଥିରେ କୌଣସି ପ୍ରିଜର୍ଭେଟିଭ୍ ନଥିବାରୁ ଏହାକୁ ଅଧିକ ଦିନ ସଂରକ୍ଷଣ କରନ୍ତୁ ନାହିଁ। ବ୍ୟବହାର କରିବା
