Friday, October 2, 2026
25.2 C
Odisha

    ଚାଉଳ ପାଣିର ଚମତ୍କାରୀ ଉପକାରିତା

    ଆଗକୁ ପଢନ୍ତୁ

    ସାଧାରଣତଃ ସମସ୍ତଙ୍କ ଘରେ ରୋଷେଇରେ ଭାତକୁ ପ୍ରାଧାନ୍ୟ ଦିଆଯାଇଥାଏ। ରନ୍ଧା ହୋଇଥିବା ଖାଦ୍ୟ ଆପଣ ଖାଇଥିବେ। କିନ୍ତୁ କେବେ ଆପଣ ଚାଉଳର ପାଣି ପିଇଛନ୍ତି କି? ଏହା ଶୁଣି ଆପଣଙ୍କୁ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଥିବ। କିନ୍ତୁ ରନ୍ଧା ହୋଇଥିବା ଚାଉଳର ପାଣି ସ୍ବାସ୍ଥ୍ୟ ପାଇଁ ବହୁତ ଉପକାରୀ ହୋଇଥାଏ। ଯଦି ଆପଣ ଏହାକୁ ଜାଣି ନାହାନ୍ତି ତେବେ ନିଶ୍ଚୟ ପଢ଼ନ୍ତୁ ଚାଉଳ ପାଣି ପିଇବାର ଉପକାରିତା :-

    -ଚାଉଳ ପାଣିରେ କାର୍ବୋହାଇଡ୍ରେଟର ମାତ୍ରା ଭରପୁର ପରିମାଣରେ ଥାଏ। ଏହା ଶରୀରରେ ଶକ୍ତି ବଜାୟ ରଖିଥାଏ।

    – ଚାଉଳରେ ଓରିଜିନାଲ ନାମକ ତତ୍ତ୍ବ ମିଳିଥାଏ। ଏହି ତତ୍ତ୍ବ ତ୍ବଚାକୁ ଅତିବାଇଗଣୀ ରଶ୍ମୀ ଠାରୁ ସୁରକ୍ଷିତ ରଖିବାରେ ସାହାଯ୍ୟ କରିଥାଏ। ଏହାକୁ ପିଇବା ଦ୍ବାରା ସୂର୍ୟ୍ୟତାପରୁ ମଧ୍ୟ ରକ୍ଷା ମିଳିଥାଏ।

    – ଯଦି ଆପଣଙ୍କୁ ଡାଇରିଆ ହୋଇଥାଏ ତେବେ ଆପଣଙ୍କ ଶରୀର ପାଇଁ ଚାଉଳ ପାଣି ବହୁତ ଫାଇଦାମୂଳକ ହୋଇଥାଏ।

    – ଗରମ କାରଣରୁ ଝାଳ ବୋହିଥାଏ। ଏହା ଦ୍ବାରା ଆମ ଶରୀରରେ ଥିବା ତରଳ ପଦାର୍ଥ ବାହାରି ଯାଇଥାଏ। ଗରମରେ ଚାଉଳ ପାଣି ପିଇବା ଦ୍ବାରା ଶରୀର ଶୁଷ୍କତା ହେବାର ଭୟ ରହି ନଥାଏ।

    – ଚାଉଳ ପାଣି ପିଇବା ଦ୍ବାରା ପେଟ ଜନିତ ସମସ୍ୟା ଦୂର ହୋଇଥାଏ। ଭାରତରେ ବହୁତ ଏମିତି ଯାଗା ଅଛି ଯେଉଁଠି ଛୁଆ ମାନଙ୍କୁ ଚାଉଳର ପାଣି ପିଇବାକୁ ଦିଆ ଯାଇଥାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    25.2 ° C
    25.2 °
    25.2 °
    76 %
    0.6kmh
    49 %
    Fri
    30 °
    Sat
    30 °
    Sun
    30 °
    Mon
    30 °
    Tue
    31 °

    ସମ୍ବନ୍ଧିତ