Sunday, March 29, 2026
39.2 C
Odisha

    ଚାମ୍ପିଅନ୍ ଷ୍ଟାଇଲରେ ଜିତିଲା ବେଙ୍ଗାଲୁରୁ, ୬ ୱିକେଟରେ ପରାସ୍ତ ହୋଇଛି ସନରାଇଜର୍ସ ହାଇଦ୍ରାବାଦ

    ଆଗକୁ ପଢନ୍ତୁ

    ଚାମ୍ପିଅନ୍ ଷ୍ଟାଇଲରେ ଜିତିଲା ବେଙ୍ଗାଲୁରୁ । ବିଜୟରୁ ଆଇପିଏଲ ଅଭିଯାନ ଆରମ୍ଭ କଲା RCB । ଉଦଘାଟନୀ ମ୍ୟାଚରେ ୬ ୱିକେଟରେ ପରାସ୍ତ ହୋଇଛି ସନରାଇଜର୍ସ ହାଇଦ୍ରାବାଦ । ୨୦୨ ରନର ବିଶାଳ ଟାର୍ଗେଟକୁ RCB ମାତ୍ର ୧୫ ଦଶିମିକ ୪ ଓଭରରେ ହାସଲ କରି ନୂଆ ରେକର୍ଡ ସୃଷ୍ଟି କରିଛି । ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା RCB । ଇଶାନ କିଶନଙ୍କ ବିସ୍ଫୋରକ ୮୦ ରନ୍ ସହାୟତାରେ ହାଇଦ୍ରାବାଦ ୨୦ ଓଭରରେ ୯ ଉଇକେଟ ହରାଇ ୨୦୧ ରନ୍ କରିଥିଲା । RCB ପକ୍ଷରୁ ନୂଆ ଖେଳାଳି ଜାକବ୍ ଡଫି ୨୨ ରନ୍ ଦେଇ ୩ଟି ଉଇକେଟ ନେଇଥିଲେ ।

    ୨୦୨ ରନର ଟାର୍ଗେଟକୁ ପିଛା କରି RCB ଆରମ୍ଭରୁ ହିଁ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲା । ଦେବଦତ୍ତ ପାଡିକଲ ମାତ୍ର ୨୬ ବଲ୍ ରୁ ୬୧ ରନ୍ କରିଥିଲେ । ସେହିପରି ବିରାଟ କୋହଲି ୩୮ ବଲ୍ ରେ ୬୯ ରନ୍ କରି ଅପରାଜିତ ଥିଲେ। ପାଳିରେ ଥିଲା ୫ ଚୌକା ଓ ୫ ଛକା । ଷ୍ଟାଡିୟମରେ ପ୍ରଶଂସକଙ୍କ “ଈ ସାଲା କପ୍ ନାମ୍ ଦେ” ନାରା ଗୁଞ୍ଜରି ଉଠିଥିଲା । ବଡ଼ ବିଜୟ ସହ ପୁଣିଥରେ ଟାଇଟଲ୍ ଜିତିବା ପାଇଁ ପ୍ରସ୍ତୁତ ବୋଲି RCB ପ୍ରମାଣ କରିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    39.2 ° C
    39.2 °
    39.2 °
    13 %
    4.1kmh
    4 %
    Sun
    40 °
    Mon
    41 °
    Tue
    38 °
    Wed
    40 °
    Thu
    40 °

    ସମ୍ବନ୍ଧିତ