Friday, February 21, 2025
21.9 C
Odisha

    ଚାମ୍ପିୟନ୍ସ ଟ୍ରଫି : ବାଂଲାଦେଶକୁ ୬ ୱିକେଟରେ ହରାଇ ବିଜୟ ଅଭିଯାନ ଆରମ୍ଭ କଲା ଟିମ୍ ଇଣ୍ଡିଆ

    ଆଗକୁ ପଢନ୍ତୁ

    ଦୁବାଇ: ଦୁବାଇଠାରେ ଗୁରୁବାର ଖେଳାଯାଇଥିବା ଆଇସିସି ଚାମ୍ପିୟନ୍ସ ଟ୍ରଫିର ଏକ ମ୍ୟାଚରେ ଭାରତ ବାଂଲାଦେଶକୁ ୬ ୱିକେଟରେ ପରାସ୍ତ କରି ନିଜର ବିଜୟ ଅଭିଯାନ ଆରମ୍ଭ କରିଛି । ଏହି ମ୍ୟାଚରେ ବାଂଲାଦେଶ ଭାରତ ଆଗରେ ୨୨୯ ରନର ବିଜୟ ଲକ୍ଷ୍ୟ ରଖିଥିବାବେଳେ ଭାରତ ୪୬.୩ ଓଭରରେ ୨୩୧ ରନ କରି ବିଜୟୀ ହୋଇଥିଲା ।ଭାରତୀୟ ଇନିଂସର ମୁଖ୍ୟ ଆକର୍ଷଣ ଥିଲା ଶୁଭମନ ଗିଲଙ୍କ ଲଢୁଆ ଶତକ । ସେ ୧୨୯ ବଲରେ ୧୦୧ ରନ କରିଥିଲେ । ଅଧିନାୟକ ରୋହିତ ଶର୍ମା ଓ କେଏଲ ରାହୁଲ ୪୧ ରନ ଲେଖାଏଁ କରିଥିଲେ । ବିରାଟ କୋହଲି ୨୨ ରନ କରିଥିଲେ ।
    ଏହି ମ୍ୟାଚରେ ବାଂଲାଦେଶ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଏପରିକି ଦଳ ମାତ୍ର ୩୫ରନରେ ୫ଟି ଓ୍ବିକେଟ ହରାଇଥିଲା । ଏହି ମ୍ୟାଚରେ ବାଂଲାଦେଶ ପକ୍ଷରୁ ଟାଞ୍ଜିଦ ହୁସେନ ଓ ସୌମ୍ୟ ସରକାର ବ୍ୟାଟିଂ ଆରମ୍ଭ କରିଥିଲେ । ତେବେ ସରକାର ଖାତା ଖୋଲିବା ପୂର୍ବରୁ ମହମ୍ମଦ ସମ୍ମିଙ୍କ ବଲରେ ଆଉଟ ହୋଇଥିଲେ । ତାଙ୍କ ପରେ ଆସିଥିବା ନଜମଲ ହୁସେନ ସାଣ୍ଟୋ ମଧ୍ୟ ଖାତା ଖୋଲିବା ପୂର୍ବରୁ ହର୍ଷିତ ରାଣାଙ୍କ ବଲରେ ବିରାଟ କୋହଲିଙ୍କ ହାତରେ ଧରା ପଡ଼ି ଆଉଟ ହୋଇଥିଲେ । ସେହିପରି ମେହେଦି ହାସାନ ମିରାଜ ମାତ୍ର ୫ ରନ କରି ସମ୍ମିଙ୍କ ବଲରେ ଶୁଭମନ ଗିଲଙ୍କ ହାତରେ ଧରା ପଡ଼ିଥିଲେ । ତେବେ ତାଞ୍ଜିଦ ୨୫ ରନ କରି ଅକ୍ଷର ପଟେଲଙ୍କ ବଲରେ ଆଉଟ ହୋଇଥିଲେ । ତେବେ ତାଓ୍ବିଦ ହ୍ରିଦୟ ଓ ଜାକର ଅଲ୍ଲି ଲଢୁଆ ବ୍ୟାଟିଂ କରି ସ୍ଥିତିକୁ ସମ୍ଭାଳିଥିଲେ । ହ୍ରିଦୟ ଏକ ଲଢୁଆ ଶତକ ଅର୍ଜନ କରିଥିବାବେଳେ ଜାକର ୬୮ ରନ କରିଥିଲେ । ତେବେ ଦଳ ୨୨୮ ରନ କରି ଅଲଆଉଟ ହୋଇଯାଇଥିଲା । ଭାରତ ପକ୍ଷରୁ ମହମ୍ମଦ ସମ୍ମି ୫ଟି ୱିକେଟ ନେଇଥିବାବେଳେ ହର୍ଷିତ ରାଣା ୩ଟି ଓ ଅକ୍ଷର ପଟେଲ ୨ଟି ୱିକେଟ ନେଇଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.9 ° C
    21.9 °
    21.9 °
    73 %
    2.2kmh
    0 %
    Fri
    22 °
    Sat
    35 °
    Sun
    34 °
    Mon
    35 °
    Tue
    36 °

    ସମ୍ବନ୍ଧିତ