Thursday, October 15, 2026
28 C
Odisha

    ସନମ ତେରି କସମ-୨ରେ ମାୱରାଙ୍କ ସ୍ଥାନ ନେବେ ଶ୍ରଦ୍ଧା !

    ଆଗକୁ ପଢନ୍ତୁ

    ମୁମ୍ବାଇ:ଫିଲ୍ମ ସନମ୍ ତେରି କସମ୍ ୯ବର୍ଷ ପୂର୍ବେ ସିନେମା ହଲରେ ମୁକ୍ତିଲାଭ କରିଥିଲା। ଚଳିତ ବର୍ଷ ଏହି ଫିଲ୍ମଟି ଭାଲେଣ୍ଟାଇନ୍ସ ସପ୍ତାହରେ ପୁଣିଥରେ ମୁକ୍ତିଲାଭ କରିଥିଲା। ସନମ୍ ତେରୀ କସମ୍ ପୁନଃ ମୁକ୍ତିଲାଭ କରିବା ପରେ ପ୍ରଥମ ରିଲିଜ୍ ଅପେକ୍ଷା ଢ଼େର ଅଧିକ ଟଙ୍କା ରୋଜଗାର କରିଛି। ଫିଲ୍ମର ଆୟକୁ ଦେଖି ନିର୍ମାତା ଏହାର ଦ୍ୱିତୀୟ ଭାଗ ଘୋଷଣା କରିଛନ୍ତି। ସନମ ତେରି କସମ୍-୨ ଘୋଷଣା ସହିତ, ଷ୍ଟାରକାଷ୍ଟକୁ ନେଇ ମଧ୍ୟ ଆଲୋଚନା ଆରମ୍ଭ ହୋଇଯାଇଛି। ମାୱରା ହୋକେନଙ୍କ ସ୍ଥାନରେ ବଲିଉଡ ଷ୍ଟାର ଶ୍ରଦ୍ଧା କପୁରଙ୍କୁ କାଷ୍ଟ କରାଯିବା ନେଇ ଆଲୋଚନା ହେଉଛି।

    ସନମ ତେରି କସମର ଲେଖକ ଏବଂ ନିର୍ଦ୍ଦେଶକ ଏକ ସାକ୍ଷାତକାରରେ କହିଛନ୍ତି ଯେ, କିଛି ପ୍ରଶଂସକ ଚାହୁଁଛନ୍ତି ଯେ ଫିଲ୍ମରେ ହର୍ଷବର୍ଦ୍ଧନଙ୍କ ବିପକ୍ଷରେ ଶ୍ରଦ୍ଧା କପୁରଙ୍କୁ କାଷ୍ଟ କରାଯାଉ। ଏହି ବୟାନ ପରେ ଏବେ ଲୋକମାନେ ଏହା ଉପରେ ପ୍ରତିକ୍ରିୟା ମଧ୍ୟ ଦେବା ଆରମ୍ଭ କରିଛନ୍ତି।

    କିଛି ଏହି ଖବର ଶୁଣି ଖୁସି ହୋଇଥିବା ବେଳେ କିଛି ନିରାଶ ହୋଇଛନ୍ତି। ଶ୍ରଦ୍ଧାଙ୍କୁ ନେଲେ ଆମେ ଫିଲ୍ମ ଦେଖିବାକୁ ଯିବୁ ନାହିଁ। କାରଣ ସେ ଅଧିକ ଖରାପ ଅଭିନୟ କରନ୍ତି ବୋଲି କିଛି ଲୋକ ମତ ରଖିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    28 ° C
    28 °
    28 °
    69 %
    2.1kmh
    72 %
    Thu
    29 °
    Fri
    29 °
    Sat
    31 °
    Sun
    30 °
    Mon
    30 °

    ସମ୍ବନ୍ଧିତ