Friday, August 1, 2025
23.5 C
Odisha

    ଚୀନ, ପାକିସ୍ତାନ, ବାଂଲାଦେଶ ମେଣ୍ଟ ଭାରତ ପାଇଁ ବିପଦ: ସିଡିଏସ୍

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଭାରତର ତିନି ପଡ଼ୋଶୀ ଦେଶ ଚୀନ, ପାକିସ୍ତାନ ଓ ବାଂଲାଦେଶ ଉପରେ ଏକ ବଡ଼ ବୟାନ ଦେଇଛନ୍ତି ଭାରତର ପ୍ରତିରକ୍ଷା ମୁଖ୍ୟ (ସିଡିଏସ) ଜେନେରାଲ ଅନୀଲ ଚୌହାନ । ନିଜର ରଣନୈତିକ ସ୍ବାର୍ଥ ପାଇଁ ଏକାଠି ହେବା ଭାରତର ସୁରକ୍ଷା ଓ ସ୍ଥିରତା ପାଇଁ ଏକ ବଡ଼ ବିପଦ ବୋଲି ସେ ମତ ଦେଇଛନ୍ତି ।
    ଅବର୍ଜଭର ରିସର୍ଚ୍ଚ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଏକ ଆଲୋଚନାରେ ଉଦବୋଧନ ଦେଇ ଜେନେରାଲ ଚୌହାନ କହିଛନ୍ତି ଯେ ନିଜର ସ୍ବାର୍ଥ ପାଇଁ ଚୀନ, ପାକିସ୍ତାନ ଓ ବାଂଲାଦେଶ ଏକାଠି ହୋଇପାରନ୍ତି । ଏହା ଭାରତର ସୁରକ୍ଷା ପାଇଁ ଗମ୍ଭୀର ବିପଦ ହୋଇପାରେ । ଏହା ଭାରତର ସୁରକ୍ଷା ଢାଞ୍ଚାର ପରୀକ୍ଷା ନେଇପାରେ । ଏଣୁ ଦକ୍ଷିଣ ଏସିଆରେ ହେଉଥିବା ନୂଆ ନୂଆ ମେଣ୍ଟଗୁଡ଼ିକ ଉପରେ ତୀକ୍ଷଣ ବିଶ୍ଳେଷଣ ଜରୁରୀ ବୋଲି ସେ କହିଛନ୍ତି । ସେ ମଧ୍ୟ ଭାରତ ମହାସାଗରୀୟ ଅଂଚଳରେ ବଢିଚାଲିଥିବା ବାହ୍ୟ ପ୍ରଭାବ ଉପରେ ଆଲୋକପାତ କରିଛନ୍ତି । ସେ କହିଛନ୍ତି ଭାରତ ମହାସାଗରୀୟ ଅଂଚଳର ଦେଶଗୁଡ଼ିକର ଅର୍ଥନୈତିକ ସ୍ଥିତିରେ ଅବନତି ଆସିବା ଯୋଗୁଁ ସେଠାରେ ବାହ୍ୟ ଶକ୍ତିମାନଙ୍କ ପ୍ରଭାବ ବଢିଚାଲିଛି । ଏହା ଭାରତର ଚିନ୍ତାକୁ ବଢାଇଦେଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.5 ° C
    23.5 °
    23.5 °
    90 %
    1.7kmh
    93 %
    Fri
    31 °
    Sat
    31 °
    Sun
    31 °
    Mon
    32 °
    Tue
    32 °

    ସମ୍ବନ୍ଧିତ