ଚୁମ୍ବନ ମଣିଷର ମନର ଭାବକୁ ପ୍ରକାଶ କରିବାର ଗୋଟିଏ ମାଧ୍ୟମ ଅଟେ, ଯେପରିକି ମଥାରେ ଚୁମ୍ବନକୁ ନନସେକ୍ସୁଆଲ କିସ କୁହାଯାଏl ବିଭିନ୍ନ ଦେଶରେ ଚୁମ୍ବନର ଅର୍ଥ ଅଲଗା ଅଲଗା l କିଛିଟା ଦେଶରେ ଚୁମ୍ବନ ଦ୍ୱାରା ମଧ୍ୟ ଅଭିବାଦନ କରାଯାଇଥାଏ l ଚୁମ୍ବନ ପ୍ରେମ ସମ୍ଭାଷଣର ମାଧ୍ୟମ ବୋଲି କୁହାଯାଏ। ଚୁମ୍ୱନ ଦ୍ୱାରା କାହାକୁ ଆଦର ମଧ୍ୟ ଦେଖା ଯାଇଥାଏ। ଚୁମ୍ବନ ଦ୍ୱାରା ଅନ୍ୟ ପ୍ରତି ଯତ୍ନ ମଧ୍ୟ ଜାହିର କରାଯାଏ l ବିଶେଷ ଭାବରେ ଚୁମ୍ବନ ଅନେକ ପ୍ରକାରର ରହିଥାଏ ଆସନ୍ତୁ ଜାଣିବା :-
ନନ ରୋମାଣ୍ଟିକ କିସ
କାହାକୁ ସ୍ୱାଗତ ଜଣାଇବା ପାଇଁ ଯେଉଁ ଚୁମ୍ବନ ଦିଆଯାଇ ଥାଏ ତାହାକୁ ନନ ରୋମାଣ୍ଟିକ କିସ କୁହାଯାଏ, ଏହି ପ୍ରକାର ଚୁମ୍ବନକୁ ମଥା ଉପରେ କିମ୍ବା ଗାଲରେ କରାଯାଇଥାଏ l ଏହି ସମୟରେ ବୟସ, ସମ୍ପର୍କ, ସଂସ୍କୃତି ଆଦିର ଧ୍ୟାନ ରଖାଯାଇ ଥାଏ l ଆମେରିକା ଓ ୟୁକେ ପ୍ରଭୃତି ଦେଶରେ ଏଭଳି କିସ କରାଯାଇ ଥାଏ l କିନ୍ତୁ ଏଭଳି ଚୁମ୍ବନ ଭାରତ ଭଳି ସଂସ୍କୃତି ପୂର୍ଣ୍ଣ ଦେଶରେ ଗ୍ରହଣୀୟ ନୁହେଁ l
ନନ ସେକ୍ସୁଆଲ କିସ
ଏଭଳି ଚୁମ୍ବନ ବିଶେଷ ଭାବରେ ପ୍ରେମ ଦେଖାଇବା ପାଇଁ କରାଯାଇଥାଏ l ଏହା ଯେକୌଣସି ଲୋକର ମଥାରେ ମଧ୍ୟ କରାଯାଇଥାଏ l ଅନେକ କ୍ଷେତ୍ରରେ ଏହାକୁ ଯତ୍ନ ଦେଖାଇବାର କିସ ମଧ୍ୟ କୁହାଯାଇଥାଏ l ଏହାଛଡା ଏଭଳି ଚୁମ୍ବନ ମଧ୍ୟ ଶତ୍ରୁତା ଦୂର କରିବାରେ ସାହାଯ୍ୟ କରିଥାଏ l
ଫର୍ମାଳ କିସ –
ଫର୍ମାଳ କିସ ନିଜ ନାମ ଅନୁସାରେ ଫର୍ମାଳ ଅଟେ, ଏହି ଚୁମ୍ବନ ବ୍ରିଟିଶ ଅମଳର କିସ ଅଟେ l କାହାକୁ ସମ୍ଭାଷଣ କରିବା ସମୟରେ ଏହି ଚୁମ୍ବନ କରାଯାଇଥାଏ l ଏଭଳି ଚୁମ୍ବନ ସମ୍ପର୍କକୁ ବନ୍ଧୁତା ପୁର୍ଣ କରିଥାଏ l
କେୟାର କରୁଥିବା କିସ
ଯଦି କୌଣସି ବ୍ୟକ୍ତିର ଦୁଃଖ ସମୟରେ ମଥା ଓ ମୁଣ୍ଡ ଉପରେ କିସ କରାଯାଏ ତେବେ ଏହାକୁ କେୟାର କିସ କୁହାଯାଏ l ଏଭଳି କିସ କରିବା ଦ୍ୱାରା ବ୍ୟକ୍ତି ମନରେ ଆତ୍ମବିଶ୍ୱାସ ଭରିଥାଏ ଏବଂ ଜୀବନ ରେ ଅସୁବିଧା ସମୟରେ ମନକୁ ସାନ୍ତ୍ୱନା ମିଳିଥାଏ l
ଏରୋଟିକ କିସ
ଏରୋଟିକ କିସ ବିଶେଷ ଭାବରେ ସେକ୍ସୁଆଲ ପିସ କୁ ବୁଝାଇଥାଏ l ଏହି ପ୍ରକାରର କିସ ଅନେକ ପ୍ରକାରର ରହିଥାଏ l ଯେପରିକି ଫ୍ରେଞ୍ଚ କିସ, ଏସକିମୋ କିସ, ପେକ କିସ, ନେକ କିସ ଇତ୍ୟାଦିକୁ ରୋମାଣ୍ଟିକ କିସ ବୋଲି କୁହାଯାଏ l ଏହା କପୁଲଙ୍କ ମଧ୍ୟରେ ନିବିଡ଼ତା ଓ ଆକର୍ଷଣ ବଢ଼ାଇ ଥାଏ l