Thursday, September 19, 2024
25.2 C
Odisha

    ଚେହେରାକୁ ବ୍ରଣ ମୁକ୍ତ ରଖିବା ପାଇଁ ଆପଣନ୍ତୁ ଏହିସବୁ ଉପାୟ

    ଆଗକୁ ପଢନ୍ତୁ

    ଚେହେରାକୁ ବ୍ରଣ ମୁକ୍ତ ରଖିବା ପାଇଁ ଆପଣନ୍ତୁ ଏହିସବୁ ଉପାୟ :

    ବ୍ରଣ ହେଉଛି ଏକ ଅତ୍ୟନ୍ତ ସାଧାରଣ, ବିଶ୍ଵବ୍ୟାପୀ ଚର୍ମରୋଗ । ସାରା ବିଶ୍ବରେ ମହିଳା ହୁଅନ୍ତୁ କି ପୁରୁଷ , ଜୀବନର କୌଣସି ନା କୌଣସି ସମୟରେ ବ୍ରଣଜନିତ ଚର୍ମରୋଗର ଶିକାର ହୋଇଥିବେ । ଏହି ବ୍ରଣର ଏକ ସାଧାରଣ କାରଣ ହେଉଛି ମୁହଁର ତ୍ଵଚା ଅତ୍ୟଧିକ ତେଲିଆ ହେବା, ଯାହା ଫଳରେ ଏହା ଲୋମକୁପ ର ଛିଦ୍ରକୁ ବନ୍ଦ କରିଦିଏ, ଯାହା ବ୍ରଣ ର କାରଣ ହୋଇଥାଏ । ଏହାସହ ତ୍ଵଚା ତେଲିଆ ହେବା ଫଳରେ ତ୍ଵଚାର ଡେଡ ସ୍କିନ ଲେୟର ମଧ୍ୟ ମୁହଁରେ ଜମା ହୋଇ ରହିଥାଏ ଯାହାଦ୍ବାରା ତ୍ଵଚାର ଉଜ୍ଜ୍ଵଳତା ମଧ୍ୟ କମିଯାଏ । ତେବେ ଆଜିର ଭିଡ଼ିଓ ମାଧ୍ୟମରେ ଆମେ ଆଣିଛୁ ଆପଣ ମାନଙ୍କ ପାଇଁ କେତୋଟି ଟିପ୍ସ ଯାହାକୁ ବ୍ୟବହାର କରି ଆପଣ ମାତ୍ର କିଛି ସପ୍ତାହ ମଧ୍ୟରେ ବ୍ରଣ ସମସ୍ୟାରୁ ମୁକ୍ତି ପାଇପାରିବେ ।

    1. ଯଦି ଆପଣଙ୍କ ତ୍ଵଚାରେ ବ୍ରଣର ସମସ୍ୟା ଖୁବ ଗମ୍ଭୀର, ତେବେ ମନେ ରଖନ୍ତୁ, ସେହିପରି ତ୍ଵଚା ଉପରେ କେବେ ମେକ-ଅପ୍ କରନ୍ତୁ ନାହିଁ । ସ୍କିନକୁ ଯଥା ସମ୍ଭବ ସଫା,ହାଇଡ୍ରେଟେଡ ଓ ମଇଶ୍ଚରାଇଜ୍ଡ ରଖିବାକୁ ଚେଷ୍ଟା କରନ୍ତୁ ।
    2. ବ୍ରଣ ହେଉଥିବା ତ୍ଵଚା ପାଇଁ ମୁଲତାନି ମାଟି ର ଫେସପ୍ୟାକ ଖୁବ ଭଲ କାମ ଦେଇଥାଏ । ସପ୍ତାହକୁ ଦୁଇଥର ମୁଲତାନି ମାଟିର ଫେସପ୍ୟାକ ମୁହଁରେ ଲଗାଇ ଥଣ୍ଡା ପାଣିରେ ସଫା କରନ୍ତୁ । ଭଲ ଫଳାଫଳ ପାଇବେ ।
    3. ସପ୍ତାହରେ ସର୍ବନିମ୍ନ ଚାରିଥର ବ୍ୟାୟାମ କରନ୍ତୁ । ଆପଣ ଦିନକୁ ଅତି କମରେ ୩୦ ମିନିଟ୍ ବ୍ୟାୟାମ କରିପାରିବେ । ଏକ ଭଲ ବ୍ୟାୟାମ ଆପଣଙ୍କୁ ଫିଟ୍ ରଖିବା ସହିତ ଆପଣଙ୍କ ତ୍ୱଚାକୁ ମଧ୍ୟ ଉଜ୍ଜ୍ଵଳ ଓ ଚମକଦାର ରଖିଥାଏ । ବ୍ୟାୟାମ ଫଳରେ ହରମୋନାଲ ବାଲାନ୍ସ ଠିକ ରହିବା କାରଣରୁ ମୁହଁରେ ବ୍ରଣର ସମସ୍ୟା ଢେର କମିଯାଏ ।
    4. ମୁହଁକୁ ସଫା କରିବା ସମୟରେ କେମିକାଲ ଫ୍ରି ଫେସୱାସ୍ ବ୍ୟବହାର କରନ୍ତୁ। କ’ଣ କସମେଟିକ୍ସ ସବୁ ବ୍ୟବହାର କରିବେ ସେ ନେଇ ଆପଣ ଜଣେ ଭଲ ଚର୍ମ ବିଶେଷଜ୍ଞଙ୍କଠାରୁ ମଧ୍ୟ ପରାମର୍ଶ ନେଇପାରିବେ ।
    5. ତେଲଛଣା ଖାଦ୍ୟ, ଅତ୍ୟଧିକ ଲୁଣିଆ ଖାଦ୍ୟ, ଚିନି ଓ ଦୁଗ୍ଧଜାତ ଦ୍ରବ୍ୟ ସେବନରୁ ଦୂରେଇ ରୁହନ୍ତୁ । ଏସବୁ ସେବନ କରିବା ଦ୍ୱାରା ବାରମ୍ବାର ବ୍ରଣ ହେବାର ଆଶଙ୍କା ବଢିଯାଇଥାଏ ।
    6. ଦିନକୁ କେତେ ପାଣି ପିଅନ୍ତି ତାହା ଉପରେ ଧ୍ୟାନ ରଖନ୍ତୁ ଏବଂ ତ୍ୱଚାକୁ ହାଇଡ୍ରେଟ୍ ରଖିବାକୁ ଚେଷ୍ଟା କରନ୍ତୁ । ଡାଏଟିସିଆନ ମାନଙ୍କ କହିବା ଅନୁଯାୟୀ, କମ୍ ପାଣି ପିଇବା ଦ୍ୱାରା ମୁହଁରେ ଛୋଟ ଛୋଟ ଦାଗ ଏବଂ ବ୍ରଣ ଆଦି ହୋଇପାରେ । ପ୍ରଚୁର ପାଣି ପିଇବା ଫଳରେ ଆପଣଙ୍କ ବ୍ରଣ ସମସ୍ୟା ଦୂର ହେବା ସହ ମୁହଁରେ ଏକ ପ୍ରାକୃତିକ ଉଜ୍ଜ୍ଵଳତା ମଧ୍ୟ ଦେଖିବାକୁ ମିଳିଥାଏ ।
    7. ଗ୍ରୀନ୍ ଟି ଫେସପ୍ୟାକ୍ ମଧ୍ୟ ବ୍ରଣ ଜନିତ ସମସ୍ୟା ପାଇଁ ଏକ ଭଲ ସମାଧାନ ହୋଇ ପାରିବ । ଗ୍ରୀନ ଟି ପିଇସାରିବା ପରେ ଟି’ ବ୍ୟାଗ୍ ରେ ଥିବା ବଳକା ଗ୍ରୀନ୍ ଟି କୁ ପେଷ୍ଟ କରି ଆପଣ ପ୍ୟାକ ବନେଇ ପାରିବେ । ଏହା ତ୍ୱଚାକୁ ଥଣ୍ଡା କରିବାରେ ମଧ୍ୟ ସାହାଯ୍ୟ କରିଥାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.2 ° C
    25.2 °
    25.2 °
    91 %
    1.1kmh
    100 %
    Thu
    25 °
    Fri
    31 °
    Sat
    31 °
    Sun
    30 °
    Mon
    30 °

    ସମ୍ବନ୍ଧିତ