ବର୍ତ୍ତମାନ ସମୟରେ ବିଭିନ୍ନ ପ୍ରକାରର ରୋଗ ଦେଖା ଦେଉଛି । କିଛି ରୋଗ ହେବା ମାତ୍ରେ ଶରୀର ଦୁର୍ବଳ ହୋଇଯାଏ ଏବଂ କୌଣସି କାର୍ଯ୍ୟ କରିବା ପାଇଁ ମନ ଲାଗି ନଥାଏ । ଆପଣମାନେ ଜାଣିଛନ୍ତି କି, ମଣିଷକୁ ରୋଗ କାହିଁକି ହୋଇଥାଏ । ପ୍ରଥମତଃ ଖାଦ୍ୟପେୟର ଅଭାବ ହେଲେ, ଋତୁ ପରିବର୍ତ୍ତନ ହେଲେ ଏବଂ ନିଜକୁ ସଫାସୁତୁରା ନ ରଖିଲେ ଅନେକ ପ୍ରକାରର ରୋଗ ମାଡ଼ି ବସିଥାଏ । ତେବେ ଆପଣଙ୍କୁ ଏଥିପ୍ରତି ଧ୍ୟାନ ଦେବା ନିହାତି ଆବଶ୍ୟକ ।
ଅନେକ ସମୟରେ ଛାତିରେ ଜଳାପୋଡ଼ା ହୋଇଥାଏ ଏବଂ ଆମ୍ବିଳା ହେକୁଟି ମଧ୍ୟ ଦେଇଥାଏ । ଯଦି ଆପଣଙ୍କର ଏହା ବାରମ୍ବାର ହେଉଛି, ତେବେ ଏଥିପ୍ରତି ସାବଧାନ ରୁହନ୍ତୁ କାରଣ ଏହା ପେଟରେ କର୍କଟ ରୋଗ ହେବାର ଆଶଙ୍କା ରହିଛି । ଅଧିକାଂଶ ଲୋକ ଏହାକୁ ଏସିଡିଟି ବୋଲି ଭାବି ଅଣଦେଖା କରିଦିଅନ୍ତି, ଯାହା ପରବର୍ତ୍ତୀ ସମୟରେ ବିପଜ୍ଜନକ ହୋଇପାରେ । ପେଟରେ ତଳ ଭାଗ କିମ୍ବା ଉପର ଭାଗରେ କର୍କଟ ରୋଗ ହେବାର ଆଶଙ୍କା ଥାଏ । ଯଦି ଏହି ରୋଗକୁ ଠିକ୍ ସମସୟରେ ଚିକିତ୍ସା ନ କରାଯାଏ ତେବେ ଜୀବନ ମଧ୍ୟ ଚାଲିଯାଇପାରେ । ଏକ ରିପୋର୍ଟ ଅନୁଯାୟୀ, ଗଳା ଓ ଖାଦ୍ୟନଳୀରେ କର୍କଟ ହେବାର ଆଶଙ୍କା ଅଧିକ ଥାଏ ।
ଛାତିରେ ଜଳାପୋଡ଼ା ହେବା ଏକ ସାଧରଣ କଥା ହୋଇପାରେ । ଏହା ଜୀବାଣୁ ସଂକ୍ରମଣ ବା ପେଟ ଅଲସରରେ ଲକ୍ଷଣ ହୋଇପାରେ । କର୍କଟ ରୋଗରେ ପୀଡ଼ିତ ହେଲେ ହଠାତ୍ ଛାତି ଜଳାପୋଡ଼ା ଏବଂ ଏସିଡ୍ ରିଫ୍ଲକ୍ସ ସମସ୍ୟା ଦେଖା ଦେଇଥାଏ । ସାହା ଫଳରେ ହେକୁଟି ବଢ଼ିବା ଆରମ୍ଭ ହୋଇଥାଏ । ଏହି ସମସ୍ୟାକୁ ହାଲୁକା ଭାବେ ନେବା ଉଚିତ୍ ନୁହେଁ । ତେବେ ଆସନ୍ତୁ ଜାଣିବା ଏହି ରୋଗର ଲକ୍ଷର ବିଷୟରେ ।
ପେଟରେ କର୍କଟ ରୋଗର ଲକ୍ଷଣ :
୧. ଉପର ପେଟ କିମ୍ବା ତଳ ପେଟରେ ଯନ୍ତ୍ରଣା
୨. ଭୋକ ନ ଲାଗିବା
୩. ବିନା କାରଣରେ ଓଜନ ହ୍ରାସ ହେବା
୪. ଖାଦ୍ୟ ଖାଇବା ପରେ ବାନ୍ତି ହେବା
୫. ହଠାତ୍ ପେଟ ଫୁଲିବା
ଜାଣି ରଖନ୍ତୁ ଏହି ରୋଗରୁ କିପରି ରକ୍ଷା ପାଇବେ:
୧. ତୈଳଯୁକ୍ତ ଓ ମସଲାଯୁକ୍ତ ଖାଦ୍ୟଠାରୁ ଦୂରେଇ ରୁହନ୍ତୁ
୨. ଓଜନକୁ ନିୟନ୍ତ୍ରଣରେ ରଖନ୍ତୁ
୩. ନିୟମିତ ବ୍ୟାୟାମ କରନ୍ତୁ
୪. ରାତିରେ ଶୋଇବାର ଦୁଇରୁ ତିନି ଘଣ୍ଟା ପୂର୍ବରୁ ଖାଦ୍ୟ ଖାଆନ୍ତୁ
୫. ଖାଦ୍ୟ ଖଇବା ପରେ ସଙ୍ଗେ ସଙ୍ଗେ ନ ଶୋଇ କିଛି ସମୟ ଚାଲନ୍ତୁ
୬. ନିଶା ଦ୍ରବ୍ୟଠାରୁ ଦୂରେଇ ରୁହନ୍ତୁ ।
କର୍କଟ ରୋଗର ଚିକିତ୍ସା :
ପେଟରେ କର୍କଟ ରୋଗ ହେଲେ ତୁରନ୍ତ ଡାକ୍ତରମାନେ ଅସ୍ତ୍ରୋପଚାର, କେମୋଥେରାପି ଓ ରେଡିଏସନ୍ ଥେରାପି ଦ୍ୱାରା ଏହାର ଚିକିତ୍ସା କରିଥାନ୍ତି । ଏଭଳି ସ୍ଥିତିରେ ଯଦି ଛାତିରେ ବହୁ ସମୟ ଧରି ଜଳାପୋଡ଼ା, ନିଶ୍ୱାସ ନେବାର ଅସୁବିଧା, ଜଣ୍ଡିସ୍ ଏବଂ ଲଗାତାର ବାନ୍ତି ହେଉଛି ତେବେ ଆପଣ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।