Friday, April 3, 2026
39.1 C
Odisha

    ଛେଳି ଚରାଇବାକୁ ଯାଇଥିଲେ, ମହିଳାଙ୍କୁ ଝାମ୍ପିନେଲା କୁମ୍ଭୀର

    ଆଗକୁ ପଢନ୍ତୁ

    ମହାକାଳପଡ଼ା  : କେନ୍ଦ୍ରାପଡ଼ା ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି। ବେଣାକନ୍ଦା ଗାଁର ଜଣେ ମହିଳାଙ୍କୁ କୁମ୍ଭୀର ଝାମ୍ପି ନେଇଥିଲା। ଏହାପରେ ମହିଳାଙ୍କ କ୍ଷତାକ୍ତ ମୃତଦେହ ଗୋବରୀ ନଦୀରୁ ଉଦ୍ଧାର କରାଯାଇଥିଲା।

    ସୂଚନାଯୋଗ୍ୟ, କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ସୁନିତି ପଞ୍ଚାୟତ ତନ୍ତିଆ ପାଳ ସାମୁଦ୍ରିକ ଥାନା ଅଧିନ ବେଣାକନ୍ଧା ସଂଲଗ୍ନ ଗୋବରୀ ନଦୀ ଶାଖା ନାଳରେ ଶୁକ୍ରବାର ଅପରାହ୍ନରେ ମହିଳା ଲକ୍ଷ୍ମୀ ଦଳାଇ(୪୦) ଛେଳି ଚରାଉଥିବାବେଳେ ହଠାତ୍‌ ଏକ ୨୦ ଫୁଟିଆ ବଉଳା କୁମ୍ଭୀର ନଦୀ ମଧ୍ୟକୁ ଟାଣିନେଲା। ପରେ ନିକଟରେ ମହିଳାଙ୍କ ସାଥୀ ଲକ୍ଷ୍ମୀ ଜାନା ଦେଖି ଗାଁ ଲୋକଙ୍କୁ ଡାକ ଦେଇଥିଲେ। ପରେ ଖବର ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ଡଙ୍ଗା ସାହାଯ୍ୟରେ ଉଦ୍ଧାର କରିବା ଉଦ୍ୟମ କରିଥିଲେ ମଧ୍ୟ ସନ୍ଧ୍ୟା ସୁଦ୍ଧା କିଛି ସନ୍ଧାନ ମିଳି ନ ଥିଲା।  ଆଜି ୩୦ ଫୁଟ ଦୂରରେ ମହିଳାଙ୍କ ଶରୀର ପଡ଼ିଥିବା ଦେଖିବାକୁ ମିଳିଥିଲା। ବନ ବିଭାଗ କର୍ମଚାରୀ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରି ଥିଲେ। ଶବ ବ୍ୟବଚ୍ଛେଦ ପାଇଁ ସାମୁଦ୍ରିକ ପୋଲିସ କେନ୍ଦ୍ରାପଡ଼ା ଜିଲା ସଦର ମହକୁମା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ସରକାରୀ ସହାୟତା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    39.1 ° C
    39.1 °
    39.1 °
    16 %
    4.5kmh
    41 %
    Fri
    38 °
    Sat
    39 °
    Sun
    37 °
    Mon
    39 °
    Tue
    38 °

    ସମ୍ବନ୍ଧିତ