Monday, January 20, 2025
21.5 C
Odisha

    ଜଗା ଦର୍ଶନ ପାଇଁ ଗଞ୍ଜାମରୁ ପୁରୀ ପାଦରେ ଚାଲି ଚାଲି ଗଲେ ଶତାଧିକ ଭକ୍ତ

    ଆଗକୁ ପଢନ୍ତୁ

    ଟାଙ୍ଗୀ: ଭକ୍ତ ଆଉ ଭଗବାନଙ୍କ ସମ୍ପର୍କ ଅତୁଟ । ସେ ଭାବର ଡୋରିକୁ କେହି ଚାହିଁଲେ ବି କାଟି ପାରିବେନି । ଇଶ୍ୱର ବିଶ୍ୱାସୀ ଏ ମଣିଷ । ଭଗବାନଙ୍କକୁ ଯେତିକି ପୂଜା କରନ୍ତି ସେତିକି ଶ୍ରଦ୍ଧା ମଧ୍ୟ କରନ୍ତି । ବିଶ୍ୱାସ ଥାଏ ଯେ ପ୍ରଭୁ ନିଶ୍ଚିତ କେବେନା କେବେ କୌଣସି ନା କୌଣସି ରୁପରେ ଦର୍ଶନ ଦେବେ ।

    ତେବେ ଆଜି ଖୋର୍ଦ୍ଧା ଜିଲ୍ଲା ୧୬ନମ୍ୱର ଜାତୀୟ ରାଜପଥ ଟାଙ୍ଗୀ ନିକଟରେ ଦେଖିବକୁ ମିଳିଛି ଏଭଳି ଭାବବିହ୍ୱଳ କରିଦେବା ଭଳି ଦୃଶ୍ୟ । ଯାହାକୁ ଆଖିରେ ନଦେଖିଲେ ବିଶ୍ଵାସ ହେବନି । ହାତରେ ଖଣ୍ଡେ ଖଣ୍ଡେ ବାନା, ତୁଣ୍ଡରେ ହରି ନାମ ସଙ୍କୀର୍ତ୍ତନ କରି କରି ଶତାଧିକ ପୁରୁଷ ମହିଳା ଖାଲି ପାଦରେ ଆଗେଇ ଚାଲିଛନ୍ତି ରାସ୍ତାରେ ।

    ଏମାନେ ସମସ୍ତେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ନିକଟ ଶ୍ୟାମସୁନ୍ଦରପୁର ଓ କହ୍ନେଇପୁର ଅଞ୍ଚଳର ବାସିନ୍ଦା । ନିଜ ଗ୍ରାମରୁ ବାହାରିଛନ୍ତି କାଳିଆ ସାଆନ୍ତର ଦର୍ଶନ କରିବା ପାଇଁ । ଉଦେଶ୍ୟ ସନାତନ ଧର୍ମ ସଂସ୍କୃତିକୁ ପ୍ରଚାର ପ୍ରସାର କରିବା । ଏମାନଙ୍କ ମତ କଷ୍ଟ ନକଲେ କୃଷ୍ଣ ମିଳେନି । ଏଣୁ ଏମାନେ ସମସ୍ତେ ଖାଲି ପାଦରେ ଚାଲି ଚାଲି ଯାଉଛନ୍ତି କାଳିଆର ଦର୍ଶନ କରିବା ପାଇଁ ।

    ତେବେ ଜଗା ଦର୍ଶନ ପାଇଁ ଗଞ୍ଜାମ ରୁ ପୁରୀ ପାଦରେ ଚାଲି ଚାଲି ଆସିଲେ ଏହି ଭକ୍ତ । ସତରେ କୋଟି ଓଡ଼ିଆ ମଉଡମଣି ସମଗ୍ର ବ୍ରହ୍ମାଣ୍ଡର ଠାକୁର ପ୍ରଭୁ ଶ୍ରୀ ଜଗନ୍ନାଥ । କାହିଁ ଅନନ୍ତ କାଳରୁ ପ୍ରଭୁ ପୂଜା ପାଉଛନ୍ତି ଆମ ଓଡିଶା ମାଟିର ପୁରୀ ଧାମରେ । ତାଙ୍କର ଟିକେ ଦର୍ଶନ ପାଇବା ପାଇଁ ସବୁ ଘାତ ପ୍ରତିଘାତ ଅତିକ୍ରମ କରି କାହିଁ କେତେ ବାଟରୁ ଧାଇଁଆସିଥାଏ ଭକ୍ତ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.5 ° C
    21.5 °
    21.5 °
    19 %
    1.5kmh
    0 %
    Mon
    21 °
    Tue
    32 °
    Wed
    33 °
    Thu
    34 °
    Fri
    34 °

    ସମ୍ବନ୍ଧିତ