Monday, March 30, 2026
25.4 C
Odisha

    ଜମିବାଡ଼ି ବିବାଦକୁ କେନ୍ଦ୍ରକରି ହତ୍ୟା, ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲେ ଯୁବକ

    ଆଗକୁ ପଢନ୍ତୁ

    କେନ୍ଦ୍ରାପଡ଼ା : ଦାଦାର ଠେଙ୍ଗାମାଡ଼ରେ ପୁତୁରାର ମୃତ୍ୟୁ। ଏହି ଘଟଣାରେ କେବଳ ଜଣେ ସଂପୃକ୍ତ ନୁହନ୍ତି, ବରଂ ଏକାଧିକଙ୍କ ସଂପୃକ୍ତି ରହିଛି। ଜମିବାଡ଼ି ବିବାଦକୁ ନେଇ ଘଟିଛି ଏଭଳି ଅଭାବନୀୟ କାଣ୍ଡ। ମୃତକ ହେଲେ ଉପେନ୍ଦ୍ର ଓଝା।

    ସୂଚନା ଅନୁଯାୟୀ, କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଚକ୍ରୋଡା ପଞ୍ଚାୟତ ନରିଲୋ ଗ୍ରାମର ଉପେନ୍ଦ୍ର ଓଝା ଓରଫ ପପୁନିଙ୍କର ଦୀର୍ଘଦିନ ଧରି ଦାଦାମାନଙ୍କ ସହ ଜମିବାଡ଼ି ବିବାଦ ଥିଲା। ଗତକାଲି ରାତି ପ୍ରାୟ ୮ଟା ବେଳେ ଏହି କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା। ୪ଜଣ ଅଭିଯୁକ୍ତ ଠେଙ୍ଗାରେ ପିଟିପିଟି ଉପେନ୍ଦ୍ରଙ୍କୁ ଗୁରୁତର ଅବସ୍ଥାରେ ଛାଡ଼ିଚାଲିଯାଇଥିଲେ। ପୁଅକୁ ରକ୍ଷା କରିବାକୁ ଯାଇ ଉପେନ୍ଦ୍ରଙ୍କ ବାପା ଓ ମାଆ ବି ଆକ୍ରମଣର ଶିକାର ହେବା ଫଳରେ ଗୁରୁତର ହୋଇଥିଲେ। ପରେ ପଡ଼ୋଶୀମାନେ ତିନିଜଣଙ୍କୁ ଗୁରୁତର ଅବସ୍ଥାରେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେମାନଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ସେମାନଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଉପେନ୍ଦ୍ର ଓଝା ମୃତ୍ୟୁବରଣ କରିଛନ୍ତି।ଏନେଇ କେନ୍ଦ୍ରାପଡ଼ା ସଦର ଥାନାରେ ଏତଲା ହୋଇଛି। ଏତଲାରେ ରାଜ କିଶୋର ଓଝା, ଉମାକାନ୍ତ ଓଝା, ପ୍ରଣତି ଓଝା  ଓ ପପିନାଙ୍କୁ ଅଭିଯୁକ୍ତ ଦର୍ଶାଯାଇଛି। ପୁଲିସ ଗାଁରେ ପହଞ୍ଚି ଘଟଣାର ତଦନ୍ତ କରିଥିବା ଜଣାଯାଇଛି। ତେବେ ଏହି ମାମଲାରେ ଏଯାଏ କାହାରିକୁ ଗିରଫ କରାଯାଇନଥିବାରୁ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପରିଲକ୍ଷିତ ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.4 ° C
    25.4 °
    25.4 °
    42 %
    2.3kmh
    1 %
    Mon
    41 °
    Tue
    39 °
    Wed
    40 °
    Thu
    40 °
    Fri
    39 °

    ସମ୍ବନ୍ଧିତ