Monday, October 27, 2025
28.6 C
Odisha

    ଜମି କିସମ ଓ ସତ୍ତ୍ବ ସଂଖ୍ୟା କମ୍ କରାଯିବ: ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ରାଜସ୍ବ ବିଭାଗରେ ସଂସ୍କାର ଅଣାଯିବ ବୋଲି ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ସେ କହିଛନ୍ତି, ବ୍ରିଟିଶ ଅମଳର କିସମ ହେବ ପରିବର୍ତ୍ତନ । ଜମି କିସମ ସଂଖ୍ୟା କମିବ । ୭୦୦୦ ଜମି କିସମରୁ କମ୍ ହୋଇ ମାତ୍ର ୨୭ଟି କିସମ ରଖାଯିବ । ଏନେଇ ବିଜ୍ଞପ୍ତି ଖୁବ ଶୀଘ୍ର ପ୍ରକାଶ ପାଇବ।ସେହିଭଳି ଜମି ସତ୍ତ୍ୱର ପରିବର୍ତ୍ତନ ହେବ। ରାଜ୍ୟରେ ରାଜସ୍ୱ ଆଇନରେ ୩୦୦୦ ସତ୍ତ୍ୱର ପରିବର୍ତ୍ତନ କରାଯାଇ ଏହାକୁ ଦୁଇ ଅଙ୍କରେ ସୀମିତ ରଖିବାକୁ ଯୋଜନା ପ୍ରସ୍ତୁତ ହୋଇଛି । ଏବେ ଏତେ ପ୍ରକାରର ସତ୍ତ୍ୱର କୌଣସି ଆବଶ୍ୟକତା ନାହିଁ । ତେଣୁ ଆବଶ୍ୟକତା ନଥିବା ସତ୍ତ୍ୱକୁ ସରକାର ଉଛେଦ କରିବେ ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    28.6 ° C
    28.6 °
    28.6 °
    64 %
    4.4kmh
    100 %
    Mon
    28 °
    Tue
    27 °
    Wed
    27 °
    Thu
    26 °
    Fri
    28 °

    ସମ୍ବନ୍ଧିତ