Friday, June 20, 2025
26 C
Odisha

    ଜାଣନ୍ତୁ ଆଜିର ରାଶିଫଳ

    ଆଗକୁ ପଢନ୍ତୁ

    ମେଷ:- ଶିକ୍ଷାର୍ଥୀମାନେ ନୂଆ ସାଙ୍ଗ ଗଢ଼ିବା ଯୋଗୁଁ ଭଲ ଉପାୟ ପ୍ରସ୍ତୁତ କରିବେ। ବ୍ୟବସାୟ କାମରେ ଦୂରସ୍ଥାନକୁ ଯିବେ। ନିଜ ଲୋକଙ୍କ ପ୍ରତି ଆପଣଙ୍କର ପ୍ରେମ ବଢ଼ିବ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ ନହେଲେ ଅର୍ଥ ବ୍ୟୟ ହେବାର ସମ୍ଭାବନା ଅଛି। ‌

    ବୃଷ:-ଲୋକମାନଙ୍କ ମଧ୍ୟରେ ଆପଣଙ୍କ ବ୍ୟବହାରର ପ୍ରଶଂସା ହେବ। ବ୍ୟବସାୟୀଙ୍କ ଲାଗି ଦିନଟି ଲାଭଦାୟକ ରହିବ। ଅଚାନକ ଖୁସି ଖବର ପାଇବେ। ଜମି ସଂପର୍କିୟ କାମ ସଂପୂର୍ଣ୍ଣ ହୋଇଯିବ। ‌

    ମିଥୁନ:-ଦିନଟି ବହୁତ ଶୁଭ ରହିବ। ଆପଣଙ୍କର କୌଣସି ନିର୍ଣ୍ଣୟରେ ପରିବାର ଲୋକ ସହଯୋଗ କରିବେ। ଦୋକାନଦାରଙ୍କୁ ଆଶାଠୁଁ ଅଧିକ ଲାଭ ମିଳିବ। ବେକାରଙ୍କ ଲାଗି ଚାକିରିର ସୁଯୋଗ ରହିଛି। ‌

    କର୍କଟ:-କିଛି ବିଶେଷ କାର୍ଯ୍ୟ କରିବା ଲାଗି ଭଲ ଦିନଟିଏ। କୌଣସି ଖୁସି ଖବର ପାଇବେ। ଜମି ଦଲାଲଙ୍କର କୌଣସି ବଡ଼ ଡ଼ିଲ୍ ଫାଇନାଲ ହୋଇଯିବ। ମାଆ ନିଜର ପିଲାମାନଙ୍କୁ ଶିଷ୍ଟାଚାର ଶିଖାଇବେ। ‌

    ସିଂହ:-ସବୁ ପ୍ରକାର ପରିସ୍ଥିତିର ମୁକାବିଲା ଲାଗି ପ୍ରସ୍ତୁତ ରହିବେ। ଆପଣଙ୍କ ପିଲା ବ୍ୟବସାୟରେ ପୂରା ସହଯୋଗ କରିବେ। ସରକାରୀ ଚାକିରିଆ କାମରେ ବ୍ୟସ୍ତ ରହିବେ। ଦାମ୍ପତ୍ୟ ଜୀବନରେ ଖୁସି ଆସିବ। ‌
    କନ୍ୟା:-ନୂଆ କାମରେ ଭାଗ୍ୟର ପୂରା ସହଯୋଗ ପାଇବେ। ଲେଖକ କୌଣସି ନୂଆ ପୁସ୍ତକ ଲେଖି ପାରନ୍ତି। ଅଫିସରେ ତଳିଆ କର୍ମଚାରୀଙ୍କ ସହଯୋଗ ପାଇବେ। ପରିବାରର ଦାୟିତ୍ବ ଭଲଭାବେ ବୁଝିବେ। ‌

    ତୁଳା:-ବ୍ୟବସାୟୀଙ୍କ ଲାଗି ଦିନଟି ଭଲ। ଆୟରେ ବୃଦ୍ଧି ହେବ। କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତିର ନିକଟତର ଥିଲେ ଅଧିକ ପରିଶ୍ରମ କରିବା ଦରକାର। ସନ୍ଧ୍ୟାରେ ବନ୍ଧୁମାନଙ୍କ ସହିତ ସମୟ ଅତିବାହିତ କରିବେ।‌

    ବିଛା:-ବ୍ୟବସାୟରେ ଅନୁଭବୀ ବ୍ୟକ୍ତିଙ୍କ ମତ ଆପଣଙ୍କ କାମ କରିବାର ନିୟମ ଶିଖାଇବ। ଶିକ୍ଷକ କୌଣସି ଜରୁରୀ ଆଲୋଚନାରେ ଯୋଗ ଦେବେ। ଜୀବନସାଥୀ ସହ ଭଲ ତାଳମେଳ ରହିବ। ‌

    ଧନୁ:-କାର୍ଯ୍ୟକ୍ଷେତ୍ରରେ ସବୁ କାମ ସହଜରେ ପୂରା ହୋଇଯିବ। ବିରୋଧୀ ଆପଣଙ୍କ ସମ୍ମୁଖରେ ନତମସ୍ତକ ରହିବେ। ରାଜନୀତିରେ ସଫଳତା ପାଇବେ। ପରିବାରରେ ଆନନ୍ଦ ଉଲ୍ଲାସ ଦେଖାଦେବ।

    ମକର:-ଭାଗୀଦାରିରେ ବ୍ୟବସାୟ କରିବା ପୂର୍ବରୁ ମୁରବିଙ୍କର ଅନୁମତି ନିଅନ୍ତୁ। ଅଫିସରେ କୌଣସି କଥାକୁ ନେଇ ସହକର୍ମୀଙ୍କ ସହ ତର୍କବିତର୍କ ହୋଇପାରେ, ତେଣୁ ସତର୍କ ରୁହନ୍ତୁ। ମନର କୌଣସି କଥା ଜୀବନସାଥୀଙ୍କୁ କହିବେ।

    କୁମ୍ଭ:-ଡ଼ାକ୍ତରଙ୍କ ଲାଗି ଦିନଟି ଶକ୍ତିରେ ପରିପୂର୍ଣ୍ଣ ରହିବ। ସମସ୍ତଙ୍କ ସହିତ ବନ୍ଧୁତାପୂର୍ଣ୍ଣ ବ୍ୟବହାର କରନ୍ତୁ ଆପଣଙ୍କର ସମ୍ମାନ ବଢ଼ିବ। ରାଜନୀତିକ ଲୋକ ନୂଆ କାମ କରିବା ଲାଗି ଉତ୍ସୁକ ହେବେ।

    ମୀନ:- ଚାକିରିଜୀବୀଙ୍କ ଲାଗି ଉନ୍ନତିର ନୂଆ ରାସ୍ତା ଖୋଲିବ। କମ୍ ପରିଶ୍ରମରେ ଯଥେଷ୍ଟ ଲାଭ ପାଇବେ। ପାରିବାରିକ ଜୀବନ ସୁଖମୟ ହେବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    26 ° C
    26 °
    26 °
    83 %
    2.5kmh
    100 %
    Fri
    30 °
    Sat
    33 °
    Sun
    35 °
    Mon
    33 °
    Tue
    32 °

    ସମ୍ବନ୍ଧିତ