Monday, April 7, 2025
31 C
Odisha

    ଜାଣନ୍ତୁ ଗ୍ରୀଷ୍ମ ଋୁତିରେ କେଉଁ ସମୟରେ ସେଓ ଖାଇଲେ ମିଳିବ ଫାଇଦା

    ଆଗକୁ ପଢନ୍ତୁ

    ଏବେ ଖରାର ସମୟ। ସଂସାରରେ ଅନେକ ପ୍ରକାରର ଲୋକ ବସବାସ କରିଥାଆନ୍ତି ଏବଂ ସମସ୍ତଙ୍କ ପସନ୍ଦ ମଧ୍ୟ ଭିନ୍ନ ଭିନ୍ନ । ଆପଣମାନଙ୍କ ମଧ୍ୟରୁ କାହାକୁ ସବୁ ସମୟରେ ଭାତ ଖାଇବାକୁ ଭଲ ଲାଗିଥାଏ ତ ଆଉ କିଏ ଫଳ ଖାଇ ଦିନସାରା ରହିଥାନ୍ତି । ପ୍ରାୟତଃ ଅଧିକାଂଶ ଲୋକଙ୍କୁ ଫଳ ଖାଇବାକୁ ଭଲ ଲାଗିଥାଏ । ଏଥି ସହ ଏପରି କିଛି ଲୋକ ଅଛନ୍ତି ଯେଉଁମାନେ ତାଙ୍କ ଡାଏଟ୍ ପ୍ଲାନରେ ଫଳକୁ ମଧ୍ୟ ସାମିଲ୍ କରିଥାନ୍ତି । ହେଲେ ଏପରି ଏକ ଫଳ ରହିଛି ଯାହାକୁ ଆପଣ ଖାଇଲେ ଅନେକ ଫାଇଦା ମିଳିପାରିବ । ତେବେ ଆସନ୍ତୁ ଜାଣିବା ଏହି ଫଳର ନାମ କ’ଣ? ।

    ସମସ୍ତ ପ୍ରକାରର ଫଳ ମଧ୍ୟରୁ ଅନ୍ୟତମ ଫଳ ହେଉଛି ‘ସେଓ’ । ସେଓ କୁ ପ୍ରାୟ ଛୋଟ ଛୁଆଙ୍କ ପାଖରୁ ଆରମ୍ଭ କରି ବ୍ରୁଦ୍ଧ ବ୍ୟକ୍ତିମାନେ ମଧ୍ୟ ଖାଇଥନ୍ତି । ଏହି ଫଳ ଭିଟାମିନ୍ ସି’ ପୋଟାସିୟମ, ଫାଇବର, ଆଣ୍ଟିଅକ୍ସିଡାଣ୍ଟ ସମେତ ଅନେକ ପୋଷକ ତତ୍ତ୍ବ ପାଇଁ ଜଣାଶୁଣା । ବହୁ ପୂର୍ବରୁ କୁହାଯାଏ ଯେ ଯେଉଁ ଲୋକ ସବୁଦିନ ସେଓ ଖାଆନ୍ତି, ତାଙ୍କର ଶରୀର ବହୁତ ଭଲ ରହିଥାଏ ଏବଂ ତାଙ୍କୁ କିଛି ରୋଗ ଏତେ ଶୀଘ୍ର ମଧ୍ୟ ହୋଇନଥାଏ । ଏହି ଫଳକୁ ସମସ୍ତେ ଖାଇଥାଆନ୍ତି ସତ ହେଲେ ଏହି ଫଳର ଟାଇମ ଟେବୁଲ୍ ମଧ୍ୟ ରହିଛି । ତେବେ ଆସନ୍ତୁ ଜାଣିବା ସେଓ ଖାଇବାର ସଠିକ୍ ସମୟ ଏବଂ କିଛି ଆଶ୍ଚର୍ଯ୍ୟଜନକ ସ୍ୱାସ୍ଥ୍ୟ ଲାଭ ବିଷୟରେ –

    କେଉଁ ସମୟରେ ସେଓ ଖାଇବା ଉଚିତ୍ ?
    ସକାଳ ଜଳଖିଆ ପରେ ଆପଣଙ୍କ ଖାଦ୍ୟ ଯୋଜନାରେ ଆପଲ୍ ସାମିଲ୍ କରିପାରିବେ । ଯଦି ଆପଣ ସକାଳେ ଖାଲି ପେଟରେ ଆପଳ୍ ଖାଆନ୍ତି, ତେବେ ଆପଣଙ୍କୁ ପେଟ ସମ୍ପନ୍ଧୀୟ ସମସ୍ୟାରେ ସମ୍ମୁଖୀନ ହେବାକୁ ପଡିପାରେ । ସନ୍ଧ୍ୟାରେ ସେଓ ଖାଇବା ଫଳରେ ଆପଣଙ୍କ ଅନ୍ତନଳୀ ସ୍ବାସ୍ଥ୍ୟ ଉପରେ ମଧ୍ୟ ଖରାପ ପ୍ରଭାବ ପଡିପାରେ । ମନେ ଣଖନ୍ତୁ ଯେ ପ୍ରତିଦିନ ସକାଳର ଜଳଖିଆ ପରେ ଗୋଟାଏ ସେଓ ଖାଆନ୍ତୁ ଏବଂ ମାତ୍ର ଗୋଟିଏ ମାସ ମଧ୍ୟରେ ସକାରାତ୍ମକ ଫଳାଫମଳ ମଧ୍ୟ ଦେଖନ୍ତୁ ।

    ସେଓ ଖାଇବାର ଲାଭ : ସେଓ ଖାଇବା ଦ୍ବାରା ଆପଣ ଆପଣଙ୍କର ଶରୀରର ମେଟାବୋଲିଜିମକୁ ବହୁତ ପରିମାଣରେ ବୃଦ୍ଧି କରିପାରିବେ । ଏଥି ସହ ଯଦି ଆପଣ ନିଜର ଓଜନ କମ୍ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ଡାଏଟ୍ ପ୍ଲାନରେ ସେଓକୁ ସାମିଲ୍ କରୁନ୍ତୁ । ସେଓ ଖାଇବା ଦ୍ବାରା ଆପଣ ଆପଣଙ୍କର ସମସ୍ତ କ୍ଲାନ୍ତି ଏବଂ ଦୁର୍ବଳତା ଦୂର କରିପାରିବେ ଏବଂ ଦିନସାରା ଆପଣ ରିଲାକ୍ସ ମଧ୍ୟ ଅନୁଭବ କରିପାରିବେ ।

    ଇମ୍ୟୁନ୍ ସିଷ୍ଟମକୁ ବୃଦ୍ଧି କରନ୍ତୁ : ଭିଟାମିନ୍ ସି’ ଯୁକ୍ତ ସେଓ ଖାଇ ଆପଣ ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତିକୁ ବହୁତ ପରିମାଣରେ ସୁଦ୍ରୂଢ଼ କରିପାରିବେ । ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଯୋଗୁଁ ବାରମ୍ବାର ଅସୁସ୍ଥ ହେଉଥିବା ଲୋକମାନେ ପ୍ରତିଦିନ ସେଓ ଖାଇବା ଆରମ୍ଭ କରିବା ଉଚିତ୍ । ଏହି ଫଳକୁ ଖାଇବା ଦ୍ବାରା ଅନେକ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇପାରିବ । ଏଥି ସହ ପୁଷ୍ଟିକର ତତ୍ତ୍ବରେ ଭରପୂର ସେଓ ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ଏକ ବରଦାନ ପ୍ରମାଣିତ ହୋଇପାରେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    31 ° C
    31 °
    31 °
    42 %
    4.6kmh
    3 %
    Mon
    32 °
    Tue
    38 °
    Wed
    39 °
    Thu
    40 °
    Fri
    41 °

    ସମ୍ବନ୍ଧିତ