Wednesday, July 1, 2026
29.3 C
Odisha

    ଆମ୍ବୁଲାନ୍ସରେ ଲାଗିଲା ନିଆଁ, ଅଳ୍ପକେ ବର୍ତିଲେ ରୋଗୀଙ୍କ ସମେତ ଆମ୍ବୁଲାନ୍ସର କର୍ମଚାରୀ

    ଆଗକୁ ପଢନ୍ତୁ

    ପିପିଲି : ଗୁରୁତର ବିଷାକ୍ତ ସାପ କାମୁଡା ରୋଗୀକୁ ଡେଲାଙ୍ଗରୁ ଭୁବନେଶ୍ୱର ମେଡିକାଲ ନେଇଯାଉଥିବା ସମୟର ଅଧାବାଟରେ ଆମ୍ବୁଲାନ୍ସରେ ଲାଗିଲା ନିଆଁ । ପିପିଲି ସେଲଫି ପଏଣ୍ଟ ନିକଟରେ ଘଟିଥିଲା ଅଘଟଣ । ଅଳ୍ପକେ ବର୍ତିଲେ ରୋଗୀଙ୍କ ସମେତ ଆମ୍ବୁଲାନ୍ସର କର୍ମଚାରୀ । ନିଆଁ ଲାଗି ଯାଇଥିବା ଜାଣିବା ପରେ ରୋଗୀଙ୍କୁ ସୁରକ୍ଷିତ ଭାବେ ଆମ୍ବୁଲାନ୍ସରୁ ବାହାରକୁ ଅଣାଯାଇଛି ଏବଂ ରୋଗୀ ସୁରକ୍ଷିତ ଥିବା ଜଣାପଡ଼ିଛି ।

    ଡେଲାଙ୍ଗରୁ ଜଣେ ସାପ କାମୁଡା ରୋଗୀକୁ ନେଇ ଭୁବନେଶ୍ୱର କ୍ୟାପିଟାଲ ହସ୍‌‌ପିଟାଲ ଯାଉଥିବା ଏକ ୧୦୮ ଆମ୍ବୁଲାନ୍ସରେ ଏହି ଘଟଣା ଘଟିଛି । ହଠାତ୍‌‌ ଗାଡିର ଭିତର ପାର୍ଶ୍ୱ ଗରମ ହୋଇଯିବା ସହ ସେଥିରୁ ଧୁଆଁ ବାହାରିଥିଲା ।ଗାଡିର ଚାଳକ ତୁରନ୍ତ ଗାଡିକୁ ଅଟକାଇବା ସହ ଗାଡି ମଧ୍ୟରୁ ରୋଗୀ ଓ ସଂପର୍କୀୟଙ୍କୁ ବାହାରକୁ କାଢି ଦେଇଥିଲେ । ଏହି ସମୟରେ ଗାଡିରେ ନିଆଁ ଲାଗିଯାଇଥିଲା । ଖବର ପାଇ ପିପିଲି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29.3 ° C
    29.3 °
    29.3 °
    70 %
    2.3kmh
    97 %
    Wed
    28 °
    Thu
    32 °
    Fri
    31 °
    Sat
    32 °
    Sun
    31 °

    ସମ୍ବନ୍ଧିତ