ଋତୁ ପରିବର୍ତ୍ତନ ଅନୁସାରେ ପ୍ରତ୍ୟେକ ଜିନିଷ ଖାଇବା ଉଚିତ । ଯାହାଦ୍ୱାରା ଆମ ଶରୀରକୁ ଅନେକ ଭଲ ଫାଇଦା ଦେଇଥାଏ । ସେହିପରି ଗ୍ରୀଷ୍ମ ଋତୁରେ ଅତ୍ୟଧିକ ମାତ୍ରାରେ ପଣସ ମିଳିଥାଏ । ଲୋକମାନେ ସାଧାରଣତଃ ପଣସ ଖାଇବାକୁ ଖୁବ ପସନ୍ଦ କରିଥାନ୍ତି । ଅନେକ ଲୋକ କଞ୍ଚା ପଣସକୁ ତରକାରୀ କରି ଖାଇବାକୁ ଭଲପାଆନ୍ତି ତ ଆଉ କେହି କେହି ପାଚିଲାରେ ଖାଇବାକୁ ପସନ୍ଦ କରିଥାନ୍ତି । ଏହା ପାଟିକୁ ଯେତିକି ସୁସ୍ୱାଦୁ ଲାଗିଥାଏ ଦେହ ପାଇଁ ମଧ୍ୟ ସେତିକି ଲାଭପ୍ରଦ ହୋଇଥାଏ । ପଣସରେ ପୋଟାସିୟମ ଏବଂ ଫାଇବର ଭଳି ପୋଷାକ ତତ୍ତ୍ୱ ଭରପୁର ମାତ୍ରାରେ ରହିଥାଏ । ତେଣୁ ଏହାକୁ ଖାଇବା ଆବଶ୍ୟକ ।ପଣସ ଯାହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି, ପାଚନ ଶକ୍ତି ବୃଦ୍ଧି ଏବଂ ହୃଦୟ ସ୍ୱାସ୍ଥ୍ୟର ଯତ୍ନ ନେବାରେ ଉପଯୋଗୀ । ଏହା ବ୍ୟତୀତ ପଣସରେ ମ୍ୟାଗ୍ନେସିୟମ୍,ପୋଟାସିୟମ୍, ଆଇରନ୍,କ୍ୟାଲସିୟମ ଓ ଫଲିକ୍ ଏସିଡ୍ ପ୍ରଚୁର ମାତ୍ରାରେ ଥିବାରୁ, ଥାଇରଏଡ୍ ରୋଗୀଙ୍କ ପାଇଁ ଏହା ବହୁତ ହିତକାରୀ ହୋଇଥାଏ । ତେବେ ପଣସ ଖାଦ୍ୟରେ ସାମିଲ କରିବା ଦ୍ୱାରା କେଉଁ ସବୁ ଫାଇଦା ମିଳିଥାଏ ଆସନ୍ତୁ ସେ ସମ୍ପର୍କରେ ଜାଣିବା ।
ରୋଗ ପ୍ରତିରୋଧକ ଶକ୍ତିରେ ବୃଦ୍ଧି : ପଣସରେ ଭିଟାମିନ ‘c’ ର ଗୁଣ ଥିବାରୁ ଏହା ଜୀବାଣୁମାନଙ୍କ ସହିତ ଲଢେଇ କରି ଇମ୍ୟୁନିଟି ଶକ୍ତିକୁ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ।
ହଜମରେ ସୁଧାର : ପଣସରେ ଫାଇବରର ଗୁଣ ଥିବାରୁ ହଜମ ଠିକ ଭାବେ ହୋଇଥାଏ । ଅନ୍ତନଳୀ ସ୍ୱାସ୍ଥ୍ୟକୁ ଭଲ ରଖିବାରେ ସହାୟକ ହୋଇଥାଏ । ଏହା କୋଷ୍ଠକାଠିନ୍ୟକୁ ମଧ୍ୟ ଦୂର କରିଥାଏ ।
ଏନର୍ଜିରେ ବୃଦ୍ଧି : ପଣସରେ ପ୍ରାକୃତିକ ଚିନିର ମାତ୍ରା ଭରପୁର ହୋଇ ରହିଥାଏ । ଯାହାଫଳରେ ଶରୀରକୁ ତୁରନ୍ତ ଶକ୍ତି ଯୋଗାଇଥାଏ ।
ହାର୍ଟ ପାଇଁ ଲଭଦାୟୀ : ଏଥିରେ ପୋଟାସିୟମ ରହିଛି, ଯାହା ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ ଏବଂ ହୃଦରୋଗର ଆଶଙ୍କା କମ କରେ।
ହାଡ଼କୁ ମଜବୁତ କରେ : ପଣସରେ ମ୍ୟାଗ୍ନେସିୟମ୍ ଏବଂ କ୍ୟାଲସିୟମ୍ ଥାଏ, ଯାହା ଆପଣଙ୍କ ହାଡ଼କୁ ମଜବୁତ କରେ ଏବଂ ହାଡ଼ ଜନିତ ସମସ୍ୟାକୁ ଦୂର କରେ ।
ଦୃଷ୍ଟିଶକ୍ତିରେ ବୃଦ୍ଧି : ପଣସରେ ଥିବା ଭିଟାମିନ୍ ଏ ଥିବା କାରଣରୁ ଆଖି ପାଇଁ ଲାଭପ୍ରଦ ହୋଇଥାଏ । ଏହା ଦୃଷ୍ଟିଶକ୍ତିକୁ ବୃଦ୍ଧି କରିଥାଏ । ଆଖି ସମସ୍ୟାକୁ ମଧ୍ୟ ରୋକିଥାଏ ।
ଓଜନରେ ନିୟନ୍ତ୍ରଣ : ଏଥିରେ ଥିବା ଫାଇବର ଗୁଣ କାରଣରୁ ପେଟ ଫୁଲ ଥିବା ଅନୁଭବ କରାଏ । ଯାହା ଆପଣଙ୍କ ଭୋକକୁ ନିୟନ୍ତ୍ରଣ କରିବାରେ ବଡ ଭୂମିକା ନିର୍ବାହ କରେ ।