Tuesday, July 21, 2026
26.8 C
Odisha

    ଜାଣନ୍ତୁ ଷାଠିଏ ପଉଟି ଭୋଗର ଅଜଣା କାହାଣୀ

    ଆଗକୁ ପଢନ୍ତୁ

    ପୁରୀ : ଶ୍ରୀକ୍ଷେତ୍ର, ଶ୍ରୀମନ୍ଦିର ଆଉ ଶ୍ରୀଜୀଉଙ୍କ ଆର୍ବିଭାବ ଯେତିକି ରହସ୍ୟମୟ ଠିକ୍‌‍ କୁମ୍ଭକାରଙ୍କ ଜୀବନ ଇତିହାସ ସେତିକି ଲାଗେ ଅସ୍ପଷ୍ଟ । ବର୍ଷ ବର୍ଷ ଧରି ଏହି ଚକ ବୁଲୁଛି ଅନବରତ ଭାବେ । ଆଉ ଏହି ମାଟିର ମଣିଷର ଭକ୍ତି ବୋଳା ସ୍ପର୍ଶରେ ଜୀବନ୍ୟାସ ପାଉଛି ମାଟି । ମାଟି କାଦୁଅର ଏହି ସଂସାର ଭିତରେ କେତେବେଳେ ଯେ ରାତି ପାହେ ଆଉ ସଞ୍ଜ ନଇଁ ଯାଏ ସେ କଥା ଜାଣିବାକୁ ଏମାନଙ୍କ ପାଖରେ ସମୟ ନ ଥାଏ । ପୁରୀ ଜିଲ୍ଲା ଡ଼େଲାଙ୍ଗ ସ୍ଥିତ ବ୍ରାହ୍ମଣ ତରବୋଇ ଗାଁ । ହଁ କିଏ କିଏ କୁହନ୍ତି କୁଡୁଆର ଗାଁ ।

    ଏ ଗାଁର ପ୍ରତିଟି ମଣିଷ ଭିତରେ ଲୁଚି ରହିଛି ସୃଜନଶୀଳତା । ଚକା ଚକା ମାଟି ପାତ୍ରକୁ ତିଆରି କରିବା ବେଳେ ମନେ ପଡିଯାଏ କାଳିଆ ସାଆନ୍ତଙ୍କର ସେହି ଚକା ଚକା ଆଖି ।  ମହାପ୍ରଭୁଙ୍କ ସହିତ ଯୋଡି ହୋଇ ରହିଥିବା ଭାବ ଭକ୍ତି ଦେଖି ମାଟି ଚକଟା ଠାରୁ ଶୁଖାଶୁଖି ପୋଡ଼ାପୋଡ଼ି ଏମିତି ଗୋଟିଏ ପରେ ଗୋଟିଏ ପର୍ଯ୍ୟାୟକୁ ରୂପ ଦେଇଯାନ୍ତି । ଆଉ ହୃଦୟର ସମର୍ପଣ ଭାବ ହିଁ ଏହି କୁମ୍ଭକାର ସଂପ୍ରଦାୟର ଲୋକଙ୍କୁ କରିଛି ସାଆନ୍ତଙ୍କ ସେବକ ।

    ବାପା ଜେଜେ ଅମଳରୁ ସାରା ଗାଁର ଲୋକେ ମଜ୍ଜି ରହିଛନ୍ତି କୁଡୁଆ  ପ୍ରସ୍ତୁତିରେ । ଘର ସଂସାର କଥା ଭୁଲି ପୁରା ପରିବାରର ଲାଗି ପଡ଼ନ୍ତି ଏହି କାର୍ଯ୍ୟରେ । ପଇସା ପତ୍ରକୁ ଆଖି ଆଗରେ ନ ରଖି କେବଳ ସେବା ମନୋବୃତିରେ ଏମାନେ ଯୋଗାଇ ଆସୁଛନ୍ତି ଏହି ସେବା । ସେପଟେ ଘର ଆଗରେ ଥାକ ଥାକ ହୋଇ ସଜାଇ ହୋଇ ରହିଥିବା କୁଡୁଆଙ୍କ ଅପେକ୍ଷା କେବେ ପହଂଚିବେ ବଡ ଦେଉଳର ଆନନ୍ଦ ବଜାରରେ । କାରଣ ମହାପ୍ରଭୁଙ୍କ ରୋଷ ଘରେ ପହଂଚିବା ପରେ ଏହି ନିର୍ଜୀବ କୁଡୁଆଙ୍କୁ ମିଳିବ ଜୀବନ୍ୟାସ ।

    ମହାପ୍ରସାଦର ମହମହ ବାସ୍ନାରେ ପୁରି ଉଠିବ ଏମାନଙ୍କର ଜୀବନ । ଅନ୍ନ ବ୍ୟଞ୍ଜନ ଆଉ ମିଠା ପିଠା ବଢାଯିବ ଏହି କୁଡୁଆରେ । ଆଉ  ଏହାକୁ ପାଇ ଭକ୍ତମାନେ କୋଟି ଜନ୍ମର ପୂଣ୍ୟ ଲାଭ କରିବେ । ମାଟିରେ ତିଆରି ଏହି କୁଡୁଆ ମହାପ୍ରଭୁଙ୍କ ସେବାରେ ଲାଗି ପାରୁଥିବାରୁ କୁମ୍ଭକାରଙ୍କ କଷ୍ଟ ଲାଘବ ହୋଇଥାଏ । ଲାଭ କ୍ଷତିର ହିସାବ କରିବାକୁ ଫୁରସତ ହିଁ ମିଳେନି । କାରଣ ରାତି ପାଇଲେ ପୁଣି ବୁଲିବ ଚକ । ଆଉ ପୁଣି ଥରେ ଶହଶହ କୁଡୁଆ ପ୍ରସ୍ତୁତ ହୋଇ ଶ୍ରୀକ୍ଷେତ୍ର ବାହାରିବ । ଆଉ ମହାପ୍ରଭୁଙ୍କ ସେବାରେ ଲାଗିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    26.8 ° C
    26.8 °
    26.8 °
    87 %
    1.7kmh
    100 %
    Tue
    26 °
    Wed
    27 °
    Thu
    26 °
    Fri
    28 °
    Sat
    29 °

    ସମ୍ବନ୍ଧିତ