ଭୁବନେଶ୍ୱର : ଜାନୁଆରୀ ୨୫ରେ ପାଟାଥନ ତୃତୀୟ ସଂସ୍କରଣ । ‘ମହିଳା ସଶକ୍ତିକରଣ’ ଓ ‘ସମସ୍ତଙ୍କ ପାଇଁ ଶିକ୍ଷା’ ଉଦ୍ଦେଶ୍ୟରେ ପ୍ରତିବର୍ଷ କିଟ୍ ଓ କିସ୍ ପକ୍ଷରୁ ନିଆରା ଢଙ୍ଗରେ ‘ପାଟାଥନ’ ଆୟୋଜନ କରାଯାଇଥାଏ । ଏଥିରେ ହଜାର ହଜାର ମହିଳା ଶାଢ଼ି ପିନ୍ଧି ଗଣଦୌଡ଼ରେ ଅଂଶଗ୍ରହଣ କରିଥାନ୍ତି । ଏବର୍ଷ ପାଟାଥନର ତୃତୀୟ ସଂସ୍କରଣ ଆୟୋଜିତ ହେବାକୁ ଯାଉଛି । ଆସନ୍ତା ୨୫ ତାରିଖରେ ଏହି ଗଣଦୌଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।
ଏଥିରେ କିଟ୍, କିସ୍ ଓ କିମ୍ସର ମହିଳା କର୍ମଚାରୀଙ୍କ ସମେତ ସମଗ୍ର ଓଡ଼ିଶାରୁ ହଜାର ହଜାର ମହିଳା ଦୌଡ଼ିଥାନ୍ତି । ପୂର୍ବବର୍ଷ ପରି ଚଳିତବର୍ଷ ମଧ୍ୟ ଶ୍ରେଷ୍ଠ ପ୍ରତିଯୋଗୀଙ୍କ ପାଇଁ ୫୦ହଜାର, ୪୦ ହଜାର, ୩୦ ହଜାର ପୁରସ୍କାର ରାଶି ରଖାଯାଇଛି । ୭ଜଣ ରନର୍ସଅପ୍ଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରାଯିବ । ଏହା ସହିତ ବିଜେତାମାନଙ୍କୁ ପାଟଶାଢ଼ି ମଧ୍ୟ ପ୍ରଦାନ କରାଯିବ । ଏହି ଗଣଦୌଡ଼ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ପୂର୍ବରୁ ପଞ୍ଜୀକରଣ କରିବାକୁ ପଡ଼ିବ । ଆଜି ପଞ୍ଜୀକରଣର ଶେଷ ତାରିଖ ରହିଛି ।

