ଭୁବନେଶ୍ୱର : ପାଳିତ ହେବ ଏକାମ୍ର ଉତ୍ସବ 2025 । ଜାନୁୟାରୀ 5 ତାରିଖରୁ ଏହି ଉତ୍ସବ ଆରମ୍ଭ ହୋଇ ଜାନୁୟାରୀ 16 ରେ ଶେଷ ହେବ । ପ୍ରବାସୀ ଭାରତୀୟ ଦିବସ ଉପଲକ୍ଷେ ରାଜ୍ୟ ସରକାର ସମସ୍ତ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏକାମ୍ର ଉତ୍ସବରେ ମଧ୍ୟ ପ୍ରବାସୀ ଭାରତୀୟ ଅତିଥିଙ୍କୁ ବୁଲାଇବା ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି କରିଛି ଵିଡିଏ ।
ଚଳିତ ବର୍ଷ ଏକାମ୍ର ଉତ୍ସବରେ ଫୁଡ ଫେଷ୍ଟିଭାଲ, ପାର୍କ ଉତ୍ସବ, ନାଇଟ ଫ୍ଲେ ମାର୍କେଟ ସହ ଏକାମ୍ର ୱାକ ଆୟୋଜିତ ହେବ । ଫୁଡ ଫେଷ୍ଟିଭାଲରେ ଓଡ଼ିଶାର ପାରମ୍ପରିକ ଖାଦ୍ୟର ସମ୍ଭାର ଦେଖିବାକୁ ମିଳିବ । ବିଭିନ୍ନ ଓଡ଼ିଆ ଖାଦ୍ୟକୁ ଖାଇବେ ଅତିଥି । ସେହିଭଳି ପାର୍କ ଉତ୍ସବରେ ମଧ୍ୟ ସକାଳ 6:30 ରୁ ସକାଳ 9 ଟା ଏବଂ ସନ୍ଧ୍ୟା 4 ଟାରୁ 7 ଟା ପର୍ଯନ୍ତ ଚାଲିବ ।
ସକାଳେ ସମୟରେ ଜୁମ୍ବା ସହ ଯୋଗର ମଜା ନେଇ ହେବ । ସେହିଭଳି ସନ୍ଧ୍ୟା ସମୟରେ ପେପର କ୍ରାଫ୍ଟ ସହ ସଙ୍ଗୀତର ମଜା ଉଠାଇ ପାରିବେ ଦର୍ଶକ । ଭୁବନେଶ୍ୱରର 5 ଟି ପାର୍କରେ ଏଭଳି ମଜା ଉଠେଇପାରିବେ ଅତିଥି । ଆଇଜି ପାର୍କ, ମଧୂସୁଦନ ପାର୍କ, ଏପି ଯେ ଅବଦୁଲ କଲାମ ପାର୍କ, ଫରେଷ୍ଟ ପାର୍କ ସହ ବୁଦ୍ଧ ଜୟନ୍ତୀ ପାର୍କରେ ଏଭଳି କାଜ୍ୟକ୍ରମ ଆୟୋଜିତ ହେବ ।
ଆଦିବାସୀ ମେଳାରେ ମଧ୍ୟ ପ୍ରବାସୀ ଭାରତୀୟମାନେ ଆଦିବାସୀ ପରମ୍ପରା ଦେଖିବା ସହ ଆଦିବାସୀ ଖାଦ୍ୟର ମଜା ଉଠାଇବେ । ସେପଟେ ପ୍ରବାସୀ ଭାରତୀୟ ଦିବସ ପାଇଁ ରାଜଧାନୀର 8 କିଲୋମିଟର ରାସ୍ତାର ସୁନ୍ଦର ଭାବରେ ଆଲୋକୀକରଣ କରାଯାଇଛି । ବୁଲିବା ପାଇଁ ଡବଲ ଡେକର ବସରେ ସୁବିଧା କରାଯାଇଛି । 5 ଟି ଡବଲ ଡେକର ବସରେ 28 ଟି ଲୋକସେନରେ ବୁଲିବେ ପ୍ରବାସୀ ଭାରତୀୟ ଅତିଥି । 3 ଟି ସ୍ୱତନ୍ତ୍ର ରୁଟରେ ବୁଲିବେ ଅତିଥି ।