Sunday, March 29, 2026
39.1 C
Odisha

    ଜାଲରେ ପଡ଼ିଲା ୧ କୋଟିରୁ ଅଧିକ ଟଙ୍କାର କାଣ୍ଟ ମାଛ

    ଆଗକୁ ପଢନ୍ତୁ

    ପାରାଦ୍ଵୀପ : ଜାଲରେ ପଡ଼ିଲା ୧ କୋଟିରୁ ଅଧିକ ଟଙ୍କାର କାଣ୍ଟ ମାଛ। ଗଭୀର ସମୁଦ୍ରରେ ମାଛ ଧରୁଥିବା ବେଳେ ଜାଲରେ ପଡ଼ିଗଲେ କାଣ୍ଟ ମାଛ ଖେଦା ।  ଜାଲ ଘେରାଇ ୩୦ ରୁ ୪୦ ଟନ୍ ରୁ ଅଧିକ କାଣ୍ଟ ମାଛ ଧରିଛନ୍ତି ମତ୍ସ୍ୟଜୀବୀ ।  ୧୦ ଟି ଯନ୍ତ୍ର ଚାଳିତ ଡଙ୍ଗା ଦ୍ଵାରା ବୁହା ହୋଇ ଆସିଛି କାଣ୍ଟ ମାଛ ।  ପାରାଦୀପ ନେହେରୁ ବଙ୍ଗଳା ମାଛଧରା ବନ୍ଦରରେ ଡଙ୍ଗା ଗୁଡ଼ିକ ଲାଗିବା ପରେ ଏଗୁଡ଼ିକୁ କୋଲକାତାର ଦୀଘା ବଜାରକୁ ପଠାଇ ଦିଆଯାଇଛି  ।  ପ୍ରତି ମାଛର ଓଜନ ପାଖାପାଖି ୫୦୦ ରୁ ୬୦୦ ଗ୍ରାମ ରହିଛି। ବଜାର ଦର ଅନୁଯାୟୀ ଏହି ମାଛ କିଲୋ ପ୍ରତି ୪୦ ରୁ ୫୦ ଟଙ୍କାରେ ବିକ୍ରି ହୁଏ ।

    ତେଣୁ ୪୦ ଟଙ୍କା ହିସାବରେ ମୋଟ ମାଛର ମୂଲ୍ୟ୧କୋଟିରୁ ଅଧିକ ଟଙ୍କା। ଗତକାଲି ପାରାଦ୍ଵୀପ ଷଣ୍ଢକୁଦ ବସ୍ତି ଅଞ୍ଚଳର ମତ୍ସ୍ୟଜୀବୀ ସଖା ଦାରକଣ୍ଡା ନିଜ ଯନ୍ତ୍ର ଚାଳିତ ଡଙ୍ଗା ଯୋଗେ ସମୁଦ୍ର କୁ ମାଛ ଧରିବାକୁ ଯାଇଥିବା ବେଳେ ଏହି କାଣ୍ଟ ମାଛର ଦଳ ଦେଖିଥିଲେ। ତୁରନ୍ତ ଜାଲ ଘେରାଇବା ସହିତ ମାଛ ଡଙ୍ଗାକୁ ଉଠାଇଥିଲେ। ତାଙ୍କ ସାଙ୍ଗରେ ଥିବା ୧୦ ଟି ଯନ୍ତ୍ର ଚାଳିତ ଡଙ୍ଗା କାଣ୍ଟ ମାଛରେ ଭର୍ତ୍ତି ହୋଇଯାଇଥିଲା । ଏ ସମ୍ପର୍କରେ ଖବର ପାଇବା ପରେ ବାହାର ବ୍ୟବସାୟୀମାନେ ନେହେରୁ ବଙ୍ଗଳା ମାଛଧରା ବନ୍ଦର ରେ ପହଞ୍ଚିଥିଲେ। ଆଜି ସକାଳେ ଡଙ୍ଗା ଆସି ବନ୍ଦରରେ ଲାଗିବା ପରେ ମାଛ ଗୁଡିକୁ ବରଫ ପ୍ୟାକିଂ କରି ଦୀଘା ପଠାଇ ଦିଆଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    39.1 ° C
    39.1 °
    39.1 °
    12 %
    3.7kmh
    2 %
    Sun
    39 °
    Mon
    41 °
    Tue
    38 °
    Wed
    40 °
    Thu
    40 °

    ସମ୍ବନ୍ଧିତ