Friday, October 10, 2025
27.5 C
Odisha

    ଜୁନାଗଡ଼ ଓ ଧର୍ମଗଡ଼ ଗସ୍ତରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ,ତୃଣମୂଳ ସ୍ତରରେ କାମ କରିବାକୁ କର୍ମୀଙ୍କୁ ଦେଲେ ଗୁରୁମନ୍ତ୍ର

    ଆଗକୁ ପଢନ୍ତୁ

    କଳାହାଣ୍ଡି : ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଆଜି କଳାହାଣ୍ଡି ଜିଲ୍ଲାର ଜୁନାଗଡ଼କୁ ଗସ୍ତରେ ଆସିଥିଲେ । ଜୁନାଗଡ଼ ପରେ ଧର୍ମଗଡ଼ ଦଳୀୟ କାର୍ଯ୍ୟକ୍ରମ ଯୋଗ ଦେଲେ । ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାକୁ ଜନସାଧାରଣଙ୍କ ପାଖରେ ପହଂଚାଇବା ତଥା ତୃଣମୂଳ ସ୍ତରରେ କାମ କରିବାକୁ କର୍ମୀମାନଙ୍କୁ ଗୁରୁମନ୍ତ୍ର ଦେଇଥିଲେ ।

    ବିଜେପି ସରକାର ହେଉଛି ଲୋକଙ୍କ ସରକାର, ଜୁନାଗଡ଼ ନିର୍ବାଚନ ମଣ୍ଡଳୀରେ ବିଜେପି ବିଧାୟକ ନ ଥିଲେ ସୁଦ୍ଧା ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ବିକାଶ ସର୍ବାଗ୍ରେ ରହିବ । ଦେଶରେ କଂଗ୍ରେସ ୪୦ ବର୍ଷ ଶାସନ କଲା, ପରିବାର ବାଦ ଶାସନ କରୁଥିଲେ । କଂଗ୍ରେସ ଗରିବ ହଟାଓ ସ୍ଲୋଗାନ ଦେଇଥିଲେ ହେଲେ ଗରିବୀ ଆହୁରି ବଢିଗଲା ।

    ସେହିଭଳି ଓଡ଼ିଶାରରେ ବିଜୁ ଜନତାଦଳ ୨୪ ବର୍ଷ ଶାସନ କଲେ ହେଲେ ଲୋକଙ୍କୁ ପ୍ରତାରଣା କଲେ । ବିଜେଡି ସରକାର ସମୟରେ ଗର୍ଵ ଅହଂକାର ଚରମସୀମାରେ ପହଞ୍ଚିଥିଲା । ଚଳିତ ନିର୍ବାଚନ ରେ ଲୋକେ ତାଙ୍କୁ ମଧ୍ୟ ପ୍ରତ୍ୟାଖ୍ୟାନ କଲେ ।

    ବର୍ତ୍ତମାନ କେନ୍ଦ୍ର ରେ ବିଜେପି ଓ ରାଜ୍ୟରେ ମଧ୍ୟ ବିଜେପି ସରକାର ଅଛି । ବିଜେପି ଦଳ ସାଧାରଣ ଜନତାଙ୍କ ଭୋଟ ପାଇ ଶାସନ କୁ ଆସିଛି । ସରକାର ଆସିବା ପରେ ଲୋକଙ୍କ ପାଖକୁ କିଭଳି ବିକାଶ ପହଞ୍ଚିବ ସେନେଇ ସବୁବେଳେ ତତ୍ପରତା ଦେଖାଉଛନ୍ତି ବୋଲି କହିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27.5 ° C
    27.5 °
    27.5 °
    74 %
    1.1kmh
    94 %
    Fri
    29 °
    Sat
    29 °
    Sun
    29 °
    Mon
    29 °
    Tue
    29 °

    ସମ୍ବନ୍ଧିତ