Saturday, April 4, 2026
28.2 C
Odisha

    ଜେଲରେ ବିଗିଡିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ସ୍ଵାସ୍ଥ୍ୟାବସ୍ଥା

    ଆଗକୁ ପଢନ୍ତୁ

    ଜେଲରେ ବିଗିଡିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ସ୍ଵାସ୍ଥ୍ୟାବସ୍ଥା। କେଜରିୱାଲଙ୍କ ସୁଗର ଲେଭେଲ ସାମାନ୍ୟ ଠାରୁ ଢେର ଅଧିକ ବଢିଥିବା ଜଣାପଡିଛି। ମଧୁମେହରେ ଆକ୍ରାନ୍ତ ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କ ବ୍ଲଡ୍ ସୁଗର ପରିମାଣ ୧୬୦ ରେକର୍ଡ ହୋଇଛି। ପୂର୍ବରୁ ତାଙ୍କର ଏହି ସୁଗର ଲେଭେଲ୍ ସାମାନ୍ୟ ଥିଲା। ଜେଲ ଯିବା ପରଠାରୁ କେଜରିୱାଲଙ୍କ ସ୍ଵାସ୍ଥାବସ୍ଥାରେ ଅବନ୍ନତି ଘଟିଛି। କେଜରିୱାଲଙ୍କ ଓଜନ ମଧ୍ୟ ବଢିଥିବା ଜଣାପଡିଛି।

    ଜେଲ ଯିବା ପୂର୍ବରୁ ୬୪ କେଜି ଥିବାବେଳେ ଏବେ ଆଉ ଗୋଟିଏ କେଜି ଓଜନ ବଢିଥିବା ଜଣାପଡିଛି। ମୋଟାମୋଟି ଭାବେ ଜଣେ ବ୍ଯକ୍ତିଙ୍କ ବ୍ଲଡ୍ ସୁଗର ଲେଭେଲ୍ ୭୦ରୁ ୧୦୦ ମଧ୍ୟରେ ରହିଲେ ଏହା ସାମାନ୍ୟ ବୋଲି ଧରାଯାଇଥାଏ। ତେବେ କେଜରିୱାଲଙ୍କ ରକ୍ତରେ ଶର୍କରା ପରିମାଣ ୧୬୦ ମପାଯାଇଛି। ହେଲଥ୍ ବୁଲେଟିନ ଅନୁସାରେ ଏହି ସୁଗର ଲେଭେଲ୍ ବୃଦ୍ଧି ପାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    28.2 ° C
    28.2 °
    28.2 °
    36 %
    1.9kmh
    93 %
    Fri
    29 °
    Sat
    38 °
    Sun
    37 °
    Mon
    38 °
    Tue
    38 °

    ସମ୍ବନ୍ଧିତ