Tuesday, August 25, 2026
28.2 C
Odisha

    ଠିକ୍ ଭାବରେ ରକ୍ତ ସଞ୍ଚାଳନ ନହେଲେ ହୋଇପାରେ ଏହିସବୁ ସମସ୍ୟା , ଲକ୍ଷଣ ଦେଖାଦେଲେ କରିବେନି ଅଣଦେଖା

    ଆଗକୁ ପଢନ୍ତୁ

    ଶରୀରରେ ଠିକ୍ ଭାବରେ ରକ୍ତ ସଞ୍ଚାଳନ ନହେଲେ ମସ୍ତିଷ୍କ, ଲିଭର୍‌, ହାର୍ଟ, କିଡ୍‌ନୀ ଓ ଅନ୍ୟ ଅଙ୍ଗ ଉପରେ କୁପ୍ରଭାବ ପଡ଼ିଥାଏ। ସେହିଭଳି ଠିକ୍ ରକ୍ତ ସଞ୍ଚାଳନ ଶରୀରର ତାପମାତ୍ରାକୁ ସନ୍ତୁଳିତ ରଖିଥାଏ। ଏହା ଠିକ୍‌ ଭାବରେ ନହେଲେ ଶରୀର ତାପମାତ୍ରା ହ୍ରାସ ପାଏ। ଖରାପ ରକ୍ତ ସଞ୍ଚାଳନ ଯୋଗୁଁ ଶରୀର ଅନେକ ଅଙ୍ଗରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖିବାକୁ ମିଳେ। ତେବେ ଆସନ୍ତୁ ଜାଣିବା ଖରାପ ରକ୍ତ ସଞ୍ଚାଳନର କିଛି ପ୍ରାରମ୍ଭିକ ଲକ୍ଷଣ।

    ପାଦ ଫୁଲା ଏବଂ ଯନ୍ତ୍ରଣା –
    ଯଦି ଆପଣଙ୍କ ଶରୀରରେ ସଠିକ୍ ଭାବେ ରକ୍ତ ସଞ୍ଚାଳନ ନହୁଏ କିମ୍ବା ଖରାପ ରକ୍ତ ସଞ୍ଚାଳନ ହୁଏ ତେବେ ପ୍ରାରମ୍ଭରେ ଆପଣଙ୍କ ପାଦରେ ଏହାର ଲକ୍ଷଣ ଦେଖାଦେବ। ଯେପରିକି ଏଡି ଫୁଲିଯିବା ଏବଂ ଗୋଡରେ ଯନ୍ତ୍ରଣା ହେବା। ଯେତେବେଳେ ଶରୀରର ରକ୍ତ ସଞ୍ଚାଳନ ଖରାପ ହୁଏ, ସେତେବେଳେ ପାଦକୁ ଆସୁଥିବା ରକ୍ତ ଆରାମରେ ଫେରିପାରିବ ନାହିଁ ଏବଂ ଏହି ଖରାପ ଗତି ଏହାର ପ୍ରଭାବ ଛାଡିଥାଏ। ଏଭଳି ପରିସ୍ଥିତିରେ ଅଧିକାଂଶ ଲୋକଙ୍କର ପାଦ ଫୁଲିଯାଏ ଏବଂ ଯନ୍ତ୍ରଣା ହୁଏ।

    ଗୋଡ ଫୁଲିଯିବା-
    ଖରାପ ରକ୍ତ ସଞ୍ଚାଳନ ହେଲେ ଆପଣଙ୍କ ଉପର ଗୋଡ ଫୁଲି ଯିବାର ଆଶଙ୍କା ଥାଏ। ଏହା ଆପଣ ସହଜରେ ଦେଖିପାରିବେ। ଏହାକୁ ଆମେ ଦ୍ୱିତୀୟ ଲକ୍ଷଣ ବୋଲି କହିବା ପାରିବା। ଗୋଡ ଫୁଲା ଏବଂ ଯନ୍ତ୍ରଣାକୁ ଆଦୌ ଅଣଦେଖା କରନ୍ତୁ ନାହିଁ ଏବଂ ଡାକ୍ତରଙ୍କ ନିକଟକୁ ଯାଇ ଯାଞ୍ଚ କରନ୍ତୁ।
    ଆଙ୍ଗୁଠି ଥଣ୍ଡା ପଡିଯିବା-
    ଖରାପ ରକ୍ତ ସଞ୍ଚାଳନ ଆପଣଙ୍କ ଆଙ୍ଗୁଠିକୁ ଥଣ୍ଡା କରିପାରେ। ଯେତେବେଳେ ଆମ ଶରୀରରେ ପର୍ଯ୍ୟାପ୍ତ ପରିମାଣର ରକ୍ତ ଥାଏ ସେତେବେଳେ ଏହା ଅତ୍ୟଧିକ ଗରମ ହୋଇଯାଏ। କିନ୍ତୁ ଯେତେବେଳେ ଶରୀରରେ ରକ୍ତ ନଥାଏ, ସେହିସମୟରେ ଆଙ୍ଗୁଠି ଥଣ୍ଡା ହେବାରେ ଲାଗେ। ଆଉ ଏହାର ପ୍ରଭାବ ବହୁଳ ଭାବରେ ଦେଖାଯାଏ। ଉଦାହରଣ ସ୍ୱରୂପ, ବେଳେବେଳେ ଅତ୍ୟଧିକ ଶୀତ ଯୋଗୁଁ ଆଙ୍ଗୁଠି ନୀଳ ପଡିଯାଏ।

    ତେଣୁ, ଖରାପ ରକ୍ତ ସଞ୍ଚାଳନର ଏହି ଲକ୍ଷଣକୁ ଅଣଦେଖା କରନ୍ତୁ ନାହିଁ ଏବଂ ଆପଣଙ୍କର ଡାକ୍ତରଙ୍କ ସହ ତୁରନ୍ତ ପରାମର୍ଶ ନିଅନ୍ତୁ। ସମୟ ସମୟରେ ଯାଞ୍ଚ ଜାରି ରଖନ୍ତୁ ଏବଂ ଏହି ଅବସ୍ଥାର ଅନ୍ୟାନ୍ୟ ଗୁରୁତର କ୍ଷତିରୁ ଦୂରେଇ ରୁହନ୍ତୁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    28.2 ° C
    28.2 °
    28.2 °
    76 %
    2.7kmh
    55 %
    Tue
    30 °
    Wed
    28 °
    Thu
    27 °
    Fri
    29 °
    Sat
    27 °

    ସମ୍ବନ୍ଧିତ