Sunday, February 1, 2026
24.7 C
Odisha

    ଜୈବିକ ଚାଉଳରୁ ପ୍ରସ୍ତୁତ ହେବ ମହାପ୍ରଭୁଙ୍କ କୋଠଭୋଗ, ସୂଚନା ଦେଲେ କୃଷି ବିଭାଗ ସଚିବ

    ଆଗକୁ ପଢନ୍ତୁ

    ପୁରୀ : ଜୈବିକ ଟାଉଳରୁ ପ୍ରସ୍ତୁତ ହେବ ମହାପ୍ରଭୁଙ୍କ କୋଠଭୋଗ ।  ଆସନ୍ତା ରଥଯାତ୍ରାରୁ ଜୈବିକ ଚାଉଳରୁ କୋଠ ଭୋଗ ପ୍ରସ୍ତୁତ କରାଯିବ ।  ବଳଭଦ୍ର ଜୈବିକ ଚାଷ ମିଶନ ଦ୍ୱାରା ପ୍ରସ୍ତୁତ ଚାଉଳରୁ କୋଠ ଭୋଗ ପ୍ରସ୍ତୁତ ହେବ ବୋଲି କୃଷି ବିଭାଗ ସଚିବ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି ।  ଅମୃତ ଅନ୍ନ ଯୋଜନାରେ ଜୈବିକ ଚାଉଳରୁ କୋଠ ଭୋଗ ପ୍ରସ୍ତୁତ ହେବ ।

    ଏଥି ପାଇଁ ବରଗଡ଼, କଟକ ଏବଂ କୋରାପୁଟ ଜିଲ୍ଲାରେ ଜୈବିକ ଚାଷ କରାଯାଉଛି ।  ବଳଭଦ୍ର ଜୈବିକ ଚାଷ ମିଶନରେ ଜୈବିକ ଚାଷ ପାଇଁ ସହାୟତା ଦିଆଯାଇଛି ।  କୋଠ ଭୋଗ ପାଇଁ ଆବଶ୍ୟକୀୟ ପରିମାଣର ଚାଉଳ ଅମଳ ହେବ ।  ଯଦି ବଳକା ରହେ କିଛି ପରିମାଣର ମହାପ୍ରସାଦ ମଧ୍ୟ କରାଯିବ ।  ଆନନ୍ଦ ବଜାରରେ ଜୈବିକ ମହାପ୍ରସାଦ ପାଇଁ ହେବ ସ୍ୱତନ୍ତ୍ର କାଉଣ୍ଟର ।  ପରବର୍ତ୍ତୀ ସମୟରେ ଜୈବିକ ପନିପରିବା ମଧ୍ୟ ବ୍ୟବହାର କରାଯିବ

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.7 ° C
    24.7 °
    24.7 °
    31 %
    1.9kmh
    93 %
    Sun
    23 °
    Mon
    31 °
    Tue
    31 °
    Wed
    32 °
    Thu
    33 °

    ସମ୍ବନ୍ଧିତ