Friday, April 3, 2026
39 C
Odisha

    ଜ୍ବରରେ ପୀଡ଼ିତ ମହାପ୍ରଭୁ ସୁସ୍ଥ ହେଲେ; ଶ୍ରୀନଅରରେ ପହଞ୍ଚିଲା ଖବର

    ଆଗକୁ ପଢନ୍ତୁ

    ମହାପ୍ରଭୁ ସୁସ୍ଥ ହୋଇଛନ୍ତି। ସ୍ନାନ ବେଦୀରେ ସୁବାସିତ ଜଳରେ ସ୍ନାନ କରିବା ପରେ ଜ୍ବରରେ ପୀଡ଼ିତ ମହାପ୍ରଭୁ ଆଜି ସମ୍ପୂର୍ଣ୍ଣ ସୁସ୍ଥ ହେବା ଖବର ଶ୍ରୀନଅରରେ ପହଞ୍ଚିଛି। ଆଜି ଦ୍ବାଦଶୀ ତିଥିରେ ଦଇତା ଓ ପତି ମହାପାତ୍ର ସେବାୟତମାନେ ଶ୍ରୀନଅର ଆସି ଗଜପତି ମହାରାଜାଙ୍କୁ ମହାପ୍ରଭୁ ସୁସ୍ଥ ହୋଇଥିବା ବାର୍ତ୍ତା ଦେଇଛନ୍ତି।ଭୋଗମଣ୍ଡପ ନୀତି ପରେ ନବ ପତି ମହାପାତ୍ର, ଗଣେଶ ଦାସ ମହାପାତ୍ର, ବିନାୟକ ଦାସ ମହାପାତ୍ର, କିର୍ତ୍ତୀ ଦାସମହାପାତ୍ର, ଜଗଦ୍ଦିଶ ଦାସମହାପାତ୍ର ପ୍ରମୁଖ ସେବକଙ୍କ ସହ ଦେଉଳ କରଣ ରୁପା ଥାଳିରେ ମହାପ୍ରଭୁଙ୍କ ଖଇ, ଚନ୍ଦନ, କରାଳ ଓ ପାଟ ଡୋର ସାଙ୍ଗରେ ଧରି ପଟୁଆରରେ ଶ୍ରୀନଅର ପହଞ୍ଚିଥିଲେ। ସେଠାରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କୁ ମହାପ୍ରଭୁଙ୍କ ସୁସ୍ଥ ଖବର ଦେଇଥିଲେ। ପରେ ରଥଯାତ୍ରା କିଭଳି ସୁରୁଖୁରୁରେ ସମ୍ପାଦିତ ହେବ ସେନେଇ ଶ୍ରୀନଅରରେ ମହାରାଜାଙ୍କ ସହ ଆଲୋଚନା ହୋଇଥିଲା।

    ରଥଯାତ୍ରାର ସୁପରିଚାଳନା ପାଇଁ ଆଜି ପୁରୀରେ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ରଥଯାତ୍ରାକୁ ସମ୍ପୂର୍ଣ୍ଣ ଭାବେ ଅଘଟଣ-ମୁକ୍ତ କରିବା ଉପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁତ୍ୱ ଆରୋପ କରିଛନ୍ତି। ପୁଲିସ ନିୟୋଜନ, ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥା, ଅଗ୍ନିଶମ ସୁରକ୍ଷା ବ୍ୟବସ୍ଥା ଆଦି ସମସ୍ତ କାର୍ଯ୍ୟଗୁଡିକୁ ସଠିକ ଭାବେ ପରିଚାଳନା କରି ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ରଥଯାତ୍ରାରେ ଭାଗନେଇ ପାରିବେ ସେଥିପ୍ରତି ଧ୍ୟାନଦେବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ।

    ବିଭିନ୍ନ ଜିଲ୍ଲାରେ ଡାଇରିଆ ପରିସ୍ଥିତି ଥିବା ଯୋଗୁ ସ୍ୱାସ୍ଥ୍ୟ ବିଭାଗ ସହିତ ଅନ୍ୟ ସମସ୍ତ ସମ୍ପୃକ୍ତ ବିଭାଗ ରଥଯାତ୍ରା ପୂର୍ବରୁ ସୁନାବେଶ ପର୍ଯ୍ୟନ୍ତ ଏହା ଉପରେ ସମ୍ପୂର୍ଣ୍ଣ ନଜର ରଖିବା ଆବଶ୍ୟକ। କୌଣସି ସ୍ଥାନରେ ଯେପରି ଅସ୍ୱାସ୍ଥ୍ୟକର ଖାଦ୍ୟ କିମ୍ବା ପାଣି ବିକ୍ରି ନହୁଏ ତାହା ସୁନିଶ୍ଚିତ କରିବା ଅତ୍ୟନ୍ତ ଜରୁରୀ। ଏହା ସହିତ ସବୁ ସ୍ଥାନରେ ବିଶୁଦ୍ଧ ପାନୀୟ ଜଳ ଓ ସ୍ୱାସ୍ଥ୍ୟକର ଖାଦ୍ୟ ମଧ୍ୟ ଉପଲବ୍ଧ ହେବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ରଥଯାତ୍ରା ସମୟରେ ମହାପ୍ରଭୁଙ୍କ ନୀତିକାନ୍ତି ଯେପରି ସୁରୁଖୁରୁରେ ଏବଂ ଠିକ୍ ସମୟରେ ହେବ ସେଥିପାଇଁ ମୁଖ୍ୟମନ୍ତ୍ରୀ ସେବାୟତମାନଙ୍କ ସହଯୋଗ କାମନା କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    39 ° C
    39 °
    39 °
    18 %
    4.1kmh
    1 %
    Fri
    40 °
    Sat
    39 °
    Sun
    37 °
    Mon
    39 °
    Tue
    38 °

    ସମ୍ବନ୍ଧିତ