Monday, August 31, 2026
23.4 C
Odisha

    ପହଲଗାମ ଆକ୍ରମଣ ମାମଲାରେ ଏନଆଇଏକୁ ବଡ଼ ସଫଳତା, ଆତଙ୍କବାଦୀଙ୍କୁ ଆଶ୍ରୟ ଦେଇଥିବା ଅଭିଯୋଗରେ ୨ ଗିରଫ

    ଆଗକୁ ପଢନ୍ତୁ

    ଜାମ୍ମୁ କାଶ୍ମୀର : ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ)କୁ ଆଜି ଏକ ବଡ଼ ସଫଳତା ମିଳିଛି। ଜମ୍ମୁ-କାଶ୍ମୀର ଅନନ୍ତନାଗର ପହଲଗାମରେ ଆତଙ୍କବାଦୀମାନେ ଏପ୍ରିଲ ୨୨ରେ ଏକ ଭୟଙ୍କର ଆକ୍ରମଣ କରିଥିଲେ, ଯେଉଁଥିରେ ୨୬ ନିରୀହ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିଲା ଏବଂ ୧୬ ଜଣ ଗୁରୁତର ଭାବେ ଆହତ ହୋଇଥିଲେ। ଏହି ଆକ୍ରମଣ ଘଟାଇଥିବା ଆତଙ୍କବାଦୀଙ୍କୁ ଆଶ୍ରୟ ଦେଇଥିବା ଅଭିଯୋଗରେ ଦୁଇଜଣଙ୍କୁ ଗିରଫ କରିଛି ଏନଆଇଏ ସଂସ୍ଥା।

    ଏନଆଇଏ ଅନୁସାରେ, ପହଲଗାମ ବଟକୋଟର ପରଭେଜ ଅହମ୍ମଦ ଜୋଥର ଏବଂ ପହଲଗାମର ହିଲ ପାର୍କର ବଶୀର ଅହମ୍ମଦ ଜୋଥର ଆକ୍ରମଣରେ ସାମିଲ ଥିବା ତିନି ଜଣ ସଶସ୍ତ୍ର ଆତଙ୍କବାଦୀଙ୍କ ପରିଚୟ ପ୍ରକାଶ କରିଛନ୍ତି। ଏଥିସହ ସେମାନେ ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୈବା (ଏଲଇଟି) ସହ ଜଡ଼ିତ ପାକିସ୍ତାନୀ ନାଗରିକ ବୋଲି ମଧ୍ୟ ନିଶ୍ଚିତ କରିଛନ୍ତି। ଏନଆଇଏର ତଦନ୍ତ ଅନୁଯାୟୀ, ପରଭେଜ ଓ ବଶୀର ଆକ୍ରମଣ ପୂର୍ବରୁ ହିଲ ପାର୍କର ଏକ କୁଟୀରରେ ତିନି ଜଣ ସଶସ୍ତ୍ର ଆତଙ୍କବାଦୀଙ୍କୁ ଜାଣିଶୁଣି ଆଶ୍ରୟ ଦେଇଥିଲେ। ଦୁହେଁ ଆତଙ୍କବାଦୀମାନଙ୍କୁ ଭୋଜନ, ଆଶ୍ରୟ ଏବଂ ଲଜିଷ୍ଟିକ୍ ସହାୟତା ଯୋଗାଇଥିଲେ, ଯେଉଁମାନେ ସେହି ଦୁର୍ଭାଗ୍ୟଜନକ ଦ୍ଵିପ୍ରହରରେ ପର୍ଯ୍ୟଟକମାନଙ୍କୁ ସେମାନଙ୍କ ଧାର୍ମିକ ପରିଚୟ ଆଧାରରେ ବାଛି ବାଛି ହତ୍ୟା କରିଥିଲେ। ଏହା ଏପର୍ଯ୍ୟନ୍ତର ସବୁଠାରୁ ବଡ଼ ଆତଙ୍କବାଦୀ ଆକ୍ରମଣ ଥିଲା। ଏନଆଇଏ ବେଆଇନ କାର୍ଯ୍ୟକଳାପ(ନିବାରଣ) ଆଇନ, ୧୯୬୭ର ଧାରା ୧୯ ଅନୁଯାୟୀ ଉଭୟଙ୍କୁ ଗିରଫ କରିଛି। ୨୨ ଏପ୍ରିଲ, ୨୦୨୫ରେ ସାରା ବିଶ୍ୱକୁ ଦୋହଲାଇ ଦେଇଥିବା ଆକ୍ରମଣ ପରେ ରୁଜୁ ହୋଇଥିବା ଆରସି-୦୨/୨୦୨୫/ଏନଆଇଏ/ଜେଏମୟୁ ମାମଲାର ଅଧିକ ତଦନ୍ତ ଜାରି ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    23.4 ° C
    23.4 °
    23.4 °
    98 %
    1.8kmh
    100 %
    Mon
    25 °
    Tue
    25 °
    Wed
    27 °
    Thu
    28 °
    Fri
    29 °

    ସମ୍ବନ୍ଧିତ