Friday, April 3, 2026
39 C
Odisha

    ଟର୍ଚ୍ଚ ଲାଇଟ୍‌ରେ ଚାଲିଛି ରୋଗୀଦେଖା

    ଆଗକୁ ପଢନ୍ତୁ

    ବାଲେଶ୍ୱର : ବାଲେଶ୍ବର ଜିଲ୍ଲା ସୋର ବ୍ଲକ୍‌ ଅନନ୍ତପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ପିଛା ଛାଡ଼ୁନି ବିବାଦ। ପୂର୍ବରୁ ଏଠାରେ ଜଣେ ସୁରକ୍ଷାକର୍ମୀ ରୋଗୀ ସେବା କରୁଥିବା ଦେଖିବାକୁ ମିଳିଥିଲା। ଆଉ ଏବେ ଟର୍ଚ୍ଚ ଆଲୁଅରେ ରୋଗୀସେବା କରାଯିବା ଭଳି ସାଂଘାତିକ ଚିତ୍ର ସାମନାକୁ ଆସିଛି। ଅନନ୍ତପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ସୋର, ବାହାନଗା ବ୍ଲକ୍‌ ସହ ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳର ଅନେକ ଲୋକ ନିର୍ଭର କରନ୍ତି। ପ୍ରତିଦିନ ଶତାଧିକ‌ ରୋଗୀ ଡାକ୍ତରଖାନାକୁ ଆସନ୍ତି। ଗତକାଲି ରାତି ସାଢ଼େ ୮ଟାରେ ବିଦ୍ୟୁତ୍‌ କାଟ୍‌ ହୋଇଥିଲା। ଡିଜି ଥିଲେ ବି ଡାକ୍ତରଖାନା ୩ ଘଣ୍ଟାରୁ ଅଧିକ ସମୟ ଅନ୍ଧାରରେ ରହିଥିଲା। ଫଳରେ ଡାକ୍ତରମାନେ ଟର୍ଚ୍ଚ ଲାଇଟ୍‌ ଜାଳି ରୋଗୀଙ୍କ ଚିକିତ୍ସା କରିଥିଲେ। ଖାଲି ସେତିକି ନୁହେଁ, ରୋଗୀଙ୍କ ଡ୍ରେସିଂ, ଇଞ୍ଜେକ୍‌ସନ ଓ ସାଲାଇନ୍‌ ବି ଟର୍ଚ୍ଚ ଆଲୁଅରେ ଦିଆଯାଇଥିଲା। ଏହି ଘଟଣା ଜଣାପଡ଼ିବା ପରେ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ସ୍ବାସ୍ଥ୍ୟ ବିଭାଗରେ ଏଭଳି ଖାମଖିଆଲ କାମକୁ ବୁଦ୍ଧିଜୀବୀ ମହଲ ନିନ୍ଦା କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏ ସଂପର୍କରେ ଡାକ୍ତରଖାନା ପରିଚାଳକ ଡା.ଶାଶ୍ୱତ କୁମାର ସାହୁ କହିଛନ୍ତି, ଘଟଣା ବାବଦରେ ମୁଁ କିଛି ଜାଣିନି। ଡାକ୍ତରଖାନାରେ ଡିଜି ଅଛି। ହେଲେ କେଉଁ କାରଣ ପାଇଁ ସୁରକ୍ଷାକର୍ମୀ ଡିଜି ଚଲାଇ ନାହାନ୍ତି, ତାହାର ତଦନ୍ତ ହେବ ଏବଂ କାର୍ଯ୍ୟାନୁଷ୍ଠାନ ନିଆଯିବ।

    ଉଲ୍ଲେଖଥାଉକି‌; କିଛିମାସ ତଳେ ଏଠାରେ ଜଣେ ସୁରକ୍ଷା କର୍ମୀ ରୋଗୀଙ୍କ ଚିକିତ୍ସା କରୁଥିବାର ଭିଡିଓ ଭାଇରାଲ୍‌ ହୋଇଥିଲା। ଯାହାକୁ ନେଇ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ନିନ୍ଦା ମୁଣ୍ଡାଇବାକୁ ପଡ଼ିଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    39 ° C
    39 °
    39 °
    18 %
    4.1kmh
    1 %
    Fri
    40 °
    Sat
    39 °
    Sun
    37 °
    Mon
    39 °
    Tue
    38 °

    ସମ୍ବନ୍ଧିତ