Sunday, February 1, 2026
22.3 C
Odisha

    ଟିମ୍‌ ଇଣ୍ଡିଆକୁ ମିଳିଲା ୧୨୫ କୋଟି ଟଙ୍କା ପୁରସ୍କାର

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ବିଶ୍ୱକପ୍‌ ବିଜେତା ଭାରତୀୟ ଦଳ ଗୁରୁବାର ପହଞ୍ଚିବା ପରେ ମୁମ୍ବାଇରେ ବିଜୟ ପରେଡ୍‌ ହୋଇଥିଲା। ପରେ ଓ୍ବାଙ୍ଖଡେ ଷ୍ଟାଡିୟମରେ ରୋହିତ ଶର୍ମାଙ୍କ ଦଳକୁ ୧୨୫ କୋଟି ଟଙ୍କାର ଚେକ୍‌ ଦିଆଯାଇ ସମ୍ବର୍ଦ୍ଧିତ କରା ଯାଇଥିଲା।

    ଭାରତୀୟ ଖେଳାଳିମାନେ ଏକ ଖୋଲା ଛାତ ବସ୍‌ରେ ନରିମାନ ପଏଣ୍ଟରୁ ଷ୍ଟାଡିୟମ ଯାଏ ଯାତ୍ରା କରିଥିଲେ। ଅପରାହ୍ନ ୫ଟାରେ ଏହି ବିଜୟ ପରେଡ୍‌ ହେବାର କାର୍ଯ୍ୟକ୍ରମ ରହିଥିଲା। ତେବେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରି ଖେଳାଳିମାନେ ବିଳମ୍ବରେ ପହଞ୍ଚିବା କାରଣରୁ ସନ୍ଧ୍ୟା ୭.୩୦ ପରେ ଏହା ଆରମ୍ଭ ହୋଇଥିଲା। ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରି ଭାରତୀୟ ଦଳ ଅପରାହ୍ନ ୩.୪୨ ମିନିଟରେ ଦିଲ୍ଲୀ ଛାଡିଥିଲା। ଭାରତୀୟ ଖେଳାଳିଙ୍କ ଝଲକ ପାଇବା ପାଇଁ ମେରାଇନ୍‌ ଡ୍ରାଇଭ୍‌ର ସଡକ ଜନସମୁଦ୍ର ପାଲଟିଥିଲା। ଓ୍ବାଙ୍ଖଡେ ଷ୍ଟାଡିୟମ ସାଧାରଣ ଜନତାଙ୍କ ପାଇଁ ମୁକ୍ତ ବୋଲି ଘୋଷଣା କରାଯିବାର କିଛି ମିନିଟ ମଧ୍ୟରେ ଏହା ଭରି ଯାଇଥିଲା। ଭାରତୀୟ ଖେଳାଳି ଭିସ୍ତାରା ବିମାନରେ ଛତ୍ରପତି ଶିବାଜୀ ମହାରାଜ ବିମାନ ବନ୍ଦରରେ ପହଞ୍ଚିବା ପରେ ସେମାନଙ୍କୁ ପ୍ରଥମେ ଓ୍ବାଟର ସାଲ୍ୟୁଟ ମିଳିଥିଲା। ଟର୍ମିନାଲ-୨ ଦେଇ ଭାରତୀୟ ଖେଳାଳି ବାହାରକୁ ଆସିବା ସହ ନରିମାନ ପଏଣ୍ଟରୁ ଖୋଲା ବସ୍‌ରେ ଚଢିଥିଲେ। ତୁହାକୁ ତୁହା ବର୍ଷା ଓ ଅସହ୍ୟ ଗୁଳୁଗୁଳି ସତ୍ତ୍ୱେ କ୍ରିକେଟ ଫ୍ୟାନ୍‌ଙ୍କ ମଧ୍ୟରେ ଅଫୁରନ୍ତ ଉତ୍ସାହ ଦେଖିବାକୁ ମିଳିଥିଲା। ଷ୍ଟାଡିୟମରେ ମଧ୍ୟ ଜଣେ ବି ଦର୍ଶକ ନିଜ ସ୍ଥାନ ଛାଡି ନ ଥିବା ଦେଖିବାକୁ ମିଳିଥିଲା। ଘଣ୍ଟା ଘଣ୍ଟା ଧରି ବିନା ଖାଦ୍ୟ ଓ ପାଣିରେ ବସିବାକୁ ପଡିଥିଲେ ମଧ୍ୟ କେହି ବି ନିଜ ସ୍ଥାନ ଛାଡି ନ ଥିଲେ। ଷ୍ଟାଡିୟମରେ ଡିଜେ ତାଳରେ ଭାରତୀୟ ଦଳର ଖେଳାଳିମାନେ ରେନ୍‌ ଡ୍ୟାନ୍ସ କରିଥିଲେ। ଏହା ପରେ ବିରାଟ କୋହଲି, ରୋହିତ ଶର୍ମା ଏବଂ ଜସପ୍ରୀତ ବୁମ୍ରା ପ୍ରଶଂସକଙ୍କୁ ସମ୍ବୋଧିତ କରିଥିଲେ। ସମ୍ବୋଧିତ ବେଳେ କୋହଲି ଭାବପ୍ରବଣ ହୋଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    22.3 ° C
    22.3 °
    22.3 °
    60 %
    1kmh
    100 %
    Sun
    30 °
    Mon
    31 °
    Tue
    32 °
    Wed
    33 °
    Thu
    33 °

    ସମ୍ବନ୍ଧିତ