Tuesday, April 7, 2026
35.3 C
Odisha

    ଟି୨୦ ବିଶ୍ବକପ ପୂର୍ବରୁ ସୂର୍ଯ୍ୟକୁମାରଙ୍କୁ ସମସ୍ତ ଖେଳାଳି ଦେଲେ ଗିଫ୍ଟ, ଶୁଭେଚ୍ଛା ସହ ଧନ୍ୟବାଦ ଜଣାଇଲେ ଖେଳାଳି

    ଆଗକୁ ପଢନ୍ତୁ

    ଟି୨୦ ବିଶ୍ବକପ ୨୦୨୬ ପାଇଁ ଟିମ୍ ଇଣ୍ଡିଆ ପ୍ରସ୍ତୁତ ରହିଛି । ନ୍ୟୁଜିଲାଣ୍ଡ ବିପକ୍ଷରେ ଘରୋଇ ଟି୨୦ ସିରିଜରେ ନିଜ ପ୍ରସ୍ତୁତିର ଟ୍ରେଲର ଦେଖାଇସାରିଛି ଟିମ୍ ଇଣ୍ଡିଆ । ଟି୨୦ ବିଶ୍ବକପ ୨୦୨୬ ଫେବୃଆରୀ ୭ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏହାପୂର୍ବରୁ ସମସ୍ତ ଭାରତୀୟ ଟିମ୍ ଖେଳାଳି, ସପୋର୍ଟ ଷ୍ଟାଫ ସଦସ୍ୟ ଟିମ୍ ଇଣ୍ଡିଆର ଅଧିନାୟକ ସୂର୍ଯ୍ୟକୁମାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

    ଟି୨୦ ବିଶ୍ବକପ ପାଇଁ ସୂର୍ଯ୍ୟକୁମାର ଯାଦବ ଅଧିନାୟକ ଦାୟିତ୍ବରେ ରହିଛନ୍ତି । ଆଉ ଟିମ୍ ଇଣ୍ଡିଆର ଖେଳାଳି ସୂର୍ଯ୍ୟକୁମାର ଯାଦବଙ୍କୁ ଧନ୍ୟବାଦ ଦେଇଛନ୍ତି । ହେଲେ ଏହାପଛର କାରଣ କିଛି ଅଲଗା ରହିଛି । ଟିମର ପ୍ରତ୍ୟେକ ଖେଳାଳି ଏବଂ ସଦସ୍ୟ ସୂର୍ଯ୍ୟକୁମାରଙ୍କୁ ଧନ୍ୟବାଦ ଜଣାଇଛନ୍ତି, ଖେଳାଳି ନିଜ ଇନଷ୍ଟାଗ୍ରାମ ଷ୍ଟୋରୀ ଜରିଆରେ ଧନ୍ୟବାଦ ଜଣାଇଛନ୍ତି ।

    ସୂର୍ଯ୍ୟକୁମାର ଯାଦବ ଟିମର ପ୍ରତ୍ୟେକ ଖେଳାଳିଙ୍କୁ ଏକ ପରଫ୍ୟୁମ ଉପହାର ଦେଇଛନ୍ତି । ଏହି ପରଫ୍ୟୁମ ବ୍ରାଣ୍ଡ ଜରିଆରେ ସୂର୍ଯ୍ୟକୁମାର ଯାଦବ ଭାରତୀୟ ବଜାରରେ ନିଜ ପାଦ ରଖିବାକୁ ଚାହୁଁଛନ୍ତି । ଏଥିପାଇଁ ପ୍ରତ୍ୟେକ ଖେଳାଳି ସୂର୍ଯ୍ୟକୁମାର ଯାଦବଙ୍କୁ ଧନ୍ୟବାଦ ଦେବା ସହିତ ଶୁଭେଚ୍ଛା ଜଣାଇଛନ୍ତି । ଖେଳାଳି ନିଜ ଗିଫ୍ଟ ସହିତ ଇନଷ୍ଟାରେ ଷ୍ଟୋରୀ ସେୟାର କରିଛନ୍ତି ।

    ଖେଳାଳି ଧନ୍ୟବାଦ ଦେବା ପରେ ଟି୨୦ ବିଶ୍ବକପ ଟ୍ରଫି ଆଣିଲେ ଦେଶବାସୀ ମଧ୍ୟ ଧନ୍ୟବାଦ ଜଣାଇବେ ବୋଲି ଫ୍ୟାନ୍ସ କହିଛନ୍ତି ।

    ଟି୨୦ ବିଶ୍ବକପ ପାଇଁ ଟିମ୍ : ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଅଭିଷେକ ଶର୍ମା, ସଞ୍ଜୁ ସାମସନ(ୱିକେଟ କିପର), ତିଳକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ଅକ୍ଷର ପଟେଲ (ଉପ ଅଧିନାୟକ), ରିଙ୍କୁ ସିଂ, ଜସପ୍ରୀତ ବୁମରା, ହର୍ଷିତ ରାଣା, ଅଶଦୀପ ସିଂ, କୁଲଦୀପ ଯାଦବ, ବରୁଣ ଚକ୍ରବର୍ତ୍ତୀ, ୱାଂଶିଟନ ସୁନ୍ଦର, ଈଶାନ କିଷନ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    35.3 ° C
    35.3 °
    35.3 °
    26 %
    3.2kmh
    50 %
    Tue
    34 °
    Wed
    39 °
    Thu
    37 °
    Fri
    39 °
    Sat
    39 °

    ସମ୍ବନ୍ଧିତ