Sunday, March 15, 2026
23.5 C
Odisha

    ଟି୨୦ ବିଶ୍ବକପ ୱାର୍ମଅପ୍ ମ୍ୟାଚ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା, ଦଳକୁ ଫେରିଲେ ତିଳକ ବର୍ମା

    ଆଗକୁ ପଢନ୍ତୁ

    ଟି୨୦ ବିଶ୍ବକପ ୨୦୨୬ ପାଇଁ ଭାରତୀୟ ଟିମ୍ ଜୋରସୋରରେ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଏହି ଭିତରେ ଭାରତ-ଏ ଟିମ୍ ଘୋଷଣା ହୋଇଛି । ଯାହା ବିଶ୍ବକପ ପୂର୍ବରୁ ୨ଟି ଗୁରୁତ୍ବପୂର୍ଣ୍ଣ ୱାର୍ମଅପ୍ ମ୍ୟାଚ୍ ଖେଳିବ । ଏହି ଅଭ୍ୟାସ୍ ମ୍ୟାଚ୍ ପାଇଁ ଟିମକୁ ଫେରିଛନ୍ତି ତିଳକ ବର୍ମା । ଆହତଜନିତ ସମସ୍ୟା ଯୋଗୁଁ ନ୍ୟୁଜିଲାଣ୍ଡ ବିପକ୍ଷ ଟି୨୦ ସିରିଜରୁ ବାଦ୍ ପଡିଥିଲେ ।

    ବିସିସିଆଇ ଆୟୁଷ ବଦୋନୀଙ୍କୁ ଭାରତୀୟ-ଏ ଟିମର ଅଧିନାୟକ ଦାୟିତ୍ବ ଦେଇଛି । ଟିମ୍ ନିଜର ପ୍ରଥମ ୱାର୍ମଅପ୍ ମ୍ୟାଚ୍ ଆମେରିକା ବିପକ୍ଷରେ ନଭି ମୁମ୍ବାଇ ଡିୱାଇ ପାଟିଲ ଷ୍ଟାଡିୟମରେ ଖେଳିବ । ଏହାପରେ ଦ୍ବିତୀୟ ମ୍ୟାଚ୍ ନାମ୍ବିଆ ବିପକ୍ଷରେ ବେଙ୍ଗାଲୁରୁର ସେଣ୍ଟର ଅଫ୍ ଏକ୍ସିଲେନ୍ସୀରେ ଖେଳିବ । ଏହି ଦୁଇଟି ଯାକ ମ୍ୟାଚ୍ ବିଶ୍ବକପ ପୂର୍ବରୁ ଖେଳାଳିଙ୍କ ଫର୍ମ ଏବଂ ଫିଟନେସକୁ ପରଖିବାକୁ ଭଲ ସୁଯୋଗ ଦେବ ।

    ତେବେ ଟିମ୍ ଇଣ୍ଡିଆ ପାଇଁ ସବୁଠାରୁ ଆଶ୍ବସ୍ତିକର ହେଉଛି ତିଳକ ବର୍ମା । ନିକଟରେ ତିଳକଙ୍କ ସର୍ଜରୀ ଯୋଗୁଁ ଟିମରୁ ବାଦ୍ ପଡିଥିଲେ । ଏବେ ବିସିସିଆଇ ସେଣ୍ଟର ଅଫ୍ ଏକ୍ସିଲେନ୍ସୀ ତରଫରୁ ଫିଟ୍ ଘୋଷଣା କରାଯାଇଛି । ଆଜି ଆମେରିକା ବିପକ୍ଷରେ ହେବାକୁ ଥିବା ମ୍ୟାଚ୍ ପାଇଁ ଖେଳିବେ ତିଳକ ବର୍ମା । ଏହାପରେ ସିନିଅର ଟିମ ସହିତ ଯୋଗ ଦେବେ ।

    ଇଣ୍ଡିଆ-ଏ ସ୍କ୍ବାଡ :

    ଆୟୁଷ ବଦୋନୀ, ନମନ ଧିର, ଆଶୁତୋଷ ଶର୍ମା, ପ୍ରିୟାଂଶ ଆଯ୍ୟ, ଏନ ଜଗଦୀଶନ(ୱିକେଟକିପର), ତିଳକ ବର୍ମା, ରିୟାନ ପରାଗ, ମାନବ ସୁଥାର, ଅଶୋକ ଶର୍ମା, ଉର୍ବିଲ ପଟେଲ(ୱିକେଟକିପର), ଗୁରଜପନୀତ ସିଂହ, ବିପ୍ରଜ ନିଗମ, ରବି ବିଷ୍ନୋଇ, ଖଲୀଲ ଅହମଦ, ମୟଙ୍କ ଯାଦବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.5 ° C
    23.5 °
    23.5 °
    60 %
    2.4kmh
    0 %
    Sat
    23 °
    Sun
    38 °
    Mon
    37 °
    Tue
    38 °
    Wed
    37 °

    ସମ୍ବନ୍ଧିତ