Saturday, March 21, 2026
27.2 C
Odisha

    ଟ୍ରକ୍‌ ପଛରେ କାହିଁକି ଲେଖାଯାଇଥାଏ ‘OK TATA’

    ଆଗକୁ ପଢନ୍ତୁ

    OK TATA। ଏହି ଶବ୍ଦ ଟ୍ରକ୍‌ର ନେମ୍‌ପ୍ଲେଟ୍‌ର ନମ୍ବରଠାରୁ ବଡ଼ ଅକ୍ଷରରେ ଲେଖାଯାଇଥାଏ। ଅଧିକାଂଶ ଲୋକ ଏହାର ଅର୍ଥ ଜାଣନ୍ତି ନାହିଁ। କିଛି ଏହା ଟ୍ରକ୍‌ର ପରିଚୟ ବୋଲି କହୁଥିବା ଦେଖାଯାଏ। ହେଲେ ସେଇଟା ଠିକ୍‌ ନୁହେଁ। ଏହି ଶବ୍ଦ ରତନ ଟାଟାଙ୍କ ସହ ଜଡ଼ିତ।

    ‘OK TATA’ର ଉତ୍ତର ଟାଟା ଗ୍ରୁପ୍‌ ସହ ମିଶୁନାହିଁ, ଯିଏକି ଦୁଇ ଚକିଆ ଏବଂ ଚାରି ଚକିଆ ବାହାନ ସହ ଟ୍ରକ୍‌ ମାନୁଫାକ୍ଚରିଂ ଲାଗି ଜଣାଶୁଣା। ହେଲେ କେବଳ ଟ୍ରକ୍‌ରେ ଏଭଳି ଶବ୍ଦର ବ୍ୟବହାର କାହିଁକି ତାହା ଚିନ୍ତାର ବିଷୟ। ଓକେ ଟାଟା’ ଟାଟା ଗ୍ରୁପ୍‌ ନିର୍ମାଣ କରୁଥିବା ଟ୍ରକ୍‌ରେ ଲେଖାଯାଇଥାଏ। ଯଦି ଏହା ଲେଖାଥାଏ ତାର ଅର୍ଥ ଗାଡ଼ିର ପରୀକ୍ଷଣ ହୋଇସାରିଛି, ତାର ଅବସ୍ଥା ଭଲ ରହିଛି। କମ୍ପାନୀର ମାନକ ଅନୁଯାୟୀ ଏହାର ମାନୁଫାକ୍ଚରିଂ ଏବଂ ରିପେୟାରିଂ କରାଯାଇଛି। ଏହାର ଓ୍ବାରେଣ୍ଟି କେବଳ ଟାଟା ପାଖରେ ରହିଛି।
    ପ୍ରଥମେ କମ୍ପାନୀ ଏହାକୁ ନିଜର ପଲିସି ଭାବେ ଟ୍ରକରେ ଲେଖିଥିଲେ ହେଁ ଧୀରେ ଧୀରେ ଏହା ବ୍ରାଣ୍ଡିଂରେ ପରିଣତ ହୋଇଥିଲା। ଟ୍ରକ୍‌ ଜରିଆରେ ଏହା ସମଗ୍ର ରାଜ୍ୟରେ ପ୍ରଚଳିତ ହେଉଛି।
    ଟ୍ରକ୍‌ ନିର୍ମାଣ କରୁଥିବା ଟାଟା ମୋଟର୍ସ ଆଜି ଦେଶର ଶୀର୍ଷ ଅଟୋମୋବାଇଲ କମ୍ପାନୀ। ୧୯୫୪ରେ ଏହା ଟାଟା ଇଞ୍ଜିନିୟରିଂ ଆଣ୍ଡ ଲୋକୋମୋଟିଭ୍‌ କମ୍ପାନୀ(ଟେଲକୋ) ଭାବେ ହୋଇଥିଲା। ପରେ ଏହାର ନାମ ପରିବର୍ତ୍ତନ ହୋଇ ଟାଟା ମୋଟର୍ସ ରଖାଯାଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    27.2 ° C
    27.2 °
    27.2 °
    48 %
    0.4kmh
    11 %
    Sat
    32 °
    Sun
    33 °
    Mon
    34 °
    Tue
    37 °
    Wed
    38 °

    ସମ୍ବନ୍ଧିତ