Tuesday, September 29, 2026
28.1 C
Odisha

    ଡହ ଡହ ଖରାରେ ଜଳୁଛି ଓଡ଼ିଶା: ସାଢ଼େ ୧୧ ସୁଦ୍ଧା ଚାନ୍ଦବାଲି ସବୁଠୁ ଉତ୍ତପ୍ତ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର:ଗତ ଦୁଇ ଦିନ ହେବ ଅଧିକାଂଶ ସ୍ଥାନରେ ତାପମାତ୍ରା ୨-୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ହୋଇଥିବା ବେଳେ ଆଗକୁ ଆହୁରି ବଢିବ। ଗତକାଲି ରାଜ୍ୟର ଏକାଧିକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ନିକଟତର ହୋଇଥିବା ବେଳେ ୧୩ ସହରରେ ତାପମାତ୍ରା ୩୮ ଡିଗ୍ରୀ ଉପରେ ରହିଛି। ଏହି ସ୍ଥିତି ଆଗକୁ ଜାରି ରହିବା ସହ ତାପମାତ୍ରାରେ ଆହୁରି ବୃଦ୍ଧି ହେବାକୁ ଥିବାର ସମ୍ଭବତଃ ଚଳିତ ମାସ ଶେଷ ସୁଦ୍ଧା ରାଜ୍ୟରେ ପାରଦ ୪୦ ଡିଗ୍ରୀ ଅତିକ୍ରମ କରିବାର ଆଶଙ୍କା ସୃଷ୍ଟି ହୋଇଛି। ଅନ୍ୟପଟେ ପାଣିପାଗ ବିଭାଗର ସୂଚନା ଅନୁସାରେ ଶୁକ୍ରବାର ଦିନ ସାଢ଼େ ୧୧ ଟା ସୁଦ୍ଧା ରାଜ୍ୟର କିିଛି ସହରର ତାପମାତ୍ରା ୩୬ ଡିଗ୍ରୀ ଛୁଇଁଛି। ସାଢେ ୧୧ସୁଦ୍ଧା ଚାନ୍ଦବାଲି ୩୬.୨ ଡିଗ୍ରୀ ତାପମାତ୍ରା ସହ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ରହିଥିବା ବେଳେ ଭୁବନେଶ୍ବର ଏବଂ କେନ୍ଦୁଝର ତାପମାତ୍ରା ୩୬ ଡିଗ୍ରୀ ,ଝାରସୁଗୁଡ଼ା ୩୫.୪ ଓ ସମ୍ବଲପୁର ୩୫.୨ ଡିଗ୍ରୀ ,ହୀରାକୁଦ ୩୪.୬ ଓ ବାଲେଶ୍ବର ୩୪.୨ ଡିଗ୍ରୀ , ରାଉରକେଲା ୩୩.୪ ଡିଗ୍ରୀ,ପୁରୀ ୩୨.୪ଡିଗ୍ରୀ, ପାରାଦୀପ: ୩୧.୪ ଡିଗ୍ରୀ, ଗୋପାଳପୁର ୩୦.୮ ଡିଗ୍ରୀ ତାପମାତ୍ରା ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    28.1 ° C
    28.1 °
    28.1 °
    70 %
    1.9kmh
    54 %
    Tue
    30 °
    Wed
    30 °
    Thu
    30 °
    Fri
    30 °
    Sat
    31 °

    ସମ୍ବନ୍ଧିତ