Friday, April 3, 2026
33.6 C
Odisha

    ଡିଜିଟାଲ ଡିଟକ୍ସ: ଏକ ସୁସ୍ଥ ଜୀବନ ପାଇଁ ଦିଗ୍‌ଦର୍ଶନ

    ଆଗକୁ ପଢନ୍ତୁ

    ଆଜିର ଯୁଗ ହେଉଛି ଡିଜିଟାଲ ଯୁଗ। ମୋବାଇଲ ଫୋନ୍ ଆମ ଦୈନନ୍ଦିନ ଜୀବନର ଅଭିନ୍ନ ଅଂଶ ହୋଇଯାଇଛି। ସେଠି ମେସେଜ୍, ଇନ୍‌ଷ୍ଟାଗ୍ରାମ୍, ଗୁଗୁଲ୍ ମ୍ୟାପ୍ ଓ ଅନ୍ୟାନ୍ୟ ଏପ୍‌ସ୍ ଛାଡ଼ି ଆମେ କିଛି ଭାବିପାରୁ ନାହିଁ । ଏହି ଅତ୍ୟଧିକ ନିର୍ଭରତା ଆମ ମାନସିକ ସ୍ୱାସ୍ଥ୍ୟ, ଏକାଗ୍ରତା ଓ ସମ୍ପର୍କକୁ ପ୍ରଭାବିତ କରୁଛି । ତେଣୁ, ଏକ ଛୋଟ ପ୍ରୟୋଗ ମାଧ୍ୟମରେ ଆଜିର ଯୁବପିଢ଼ି ଏଥିରୁ ବଞ୍ଚି ପାରିବେ। ଏକ ଦିନ ପାଇଁ ନିଜର ଫୋନ୍ ଛାଡ଼ି ଡିଜିଟାଲ ଡିଟକ୍ସ ଚେଷ୍ଟା କରନ୍ତୁ। ଏହି ଅଭିଜ୍ଞତା ସେମାନଙ୍କ ଜୀବନ ଉପରେ ଦୂରଦର୍ଶୀ ପ୍ରଭାବ ପକାଇବ। ଡିଜିଟାଲ୍ ଡିଟକ୍ସ ହେଉଛି ଏକ ସୁ ଅଭ୍ୟାସ, ଯାହା ଆପଣଙ୍କୁ ଟେକ୍ନୋଲୋଜି ସହିତ ଭଲ ସମ୍ପର୍କ ଗଠନ କରିବାରେ ସାହାଯ୍ୟ କରେ।

    ଡିଜିଟାଲ ଡିଟକ୍ସ କାହାକୁ କୁହାଯାଏ? 
    ଡିଜିଟାଲ୍ ଡିଟକ୍ସ ଏକ ଅବଧି, ଯେଉଁଠାରେ କୌଣସି ବ୍ୟକ୍ତି ସଚେତନ ଭାବେ ତାଙ୍କର ଡିଜିଟାଲ୍ ଉପକରଣ (ଯେପରିକି ମୋବାଇଲ ଫୋନ୍, କମ୍ପ୍ୟୁଟର, ଟାବଲେଟ୍, ଏବଂ ସୋସିଆଲ୍ ମିଡିଆ) ବ୍ୟବହାର କମାଇଥାନ୍ତି କିମ୍ବା ବ୍ୟବହାର ବନ୍ଦ କରିଦିଅନ୍ତି। ଯାହା ତାଙ୍କର ମାନସିକ, ଶାରୀରିକ ଓ ଭାବନାତ୍ମକ ସ୍ୱାସ୍ଥ୍ୟ ପାଇଁ ଉପକୃତ ହୁଏ।
    କାହିଁକି ଜରୁରୀ: 
    ଫୋନ୍ ଓ ନୋଟିଫିକେସନ୍‌ରୁ ଦୂରରେ ରହିଲେ ମନ ଶାନ୍ତ ଓ ଏକାଗ୍ର ରହେ ।
    ଶୋଇବା ଆଗରୁ ଡିଜିଟାଲ ଡିଭାଇସ ଛାଡ଼ି ଶୋଇବା ଅଭ୍ୟାସ ରଖିଲେ ନିଦ୍ରା ଅଧିକ ଗଭୀର ଓ ଶାନ୍ତିଦାୟକ ହୁଏ।
    କଥାବାର୍ତ୍ତା ଓ ମୁହାଁମୁହିଁ ଦେଖା ହେବା ଦ୍ବାରା ଗଭୀର ସମ୍ପର୍କ ଗଠନ କରେ ଓ ସାମାଜିକ ସମ୍ପର୍କ ବୃଦ୍ଧି ପାଏ।
    ସ୍କ୍ରିନ୍‌କୁ କମ୍‌ ସମୟ ଦେଖିଲେ ଚକ୍ଷୁ ସ୍ୱାସ୍ଥ୍ୟ ଓ ଶରୀର ଉପରେ ଭଲ ପ୍ରଭାବ ପଡ଼େ ।
    ଫୋନ ଛାଡିଲେ ଲେଖା ସମୟରେ ଚିତ୍ରାଙ୍କନ, ପଢ଼ା ଓ ଅନ୍ୟ ଉତ୍ସାହଜନକ କାର୍ଯ୍ୟରେ ଆଗ୍ରହ ବଢ଼େ।
    ଅତିରିକ୍ତ ଡିଜିଟାଲ୍ ବ୍ୟବହାର ଚିନ୍ତା, ଉତ୍ତେଜନା ବଢ଼ାଇବ।
    ଧ୍ୟାନ ଓ କାର୍ଯ୍ୟକ୍ଷମତା ବଢାଇବ।
    ପ୍ରକୃତ ଜୀବନ ଏବଂ ସମ୍ପର୍କରେ ଅଧିକ ମନୋନିବେଶ କରିବ।
    ଟେକ୍ନୋଲୋଜି ଉପରେ ନିଜର ନିୟନ୍ତ୍ରଣ ଆଣିବ।
    କେତେକ ଲକ୍ଷଣ: 
    ନିରନ୍ତର ମୋବାଇଲ୍ କିମ୍ବା ରିଲସ୍‌/ଫେସବୁକ୍ ଚେକ୍ କରିବା
    ଅଫଲାଇନ୍ ହେଲେ ଅସୁବିଧା ଲାଗିବା
    ରାତିରେ ଠିକ୍ ଭାବରେ ଶୋଇ ନପାରିଲେ
    କାମରେ ଏକାଗ୍ରତା ବାଧା
    ଅନଲାଇନ୍ ବିଷୟବସ୍ତୁ ଦ୍ୱାରା ଆକର୍ଷିତ ହେବା
    ସାହାଯ୍ୟକାରୀ ଟିପ୍ସ: 
    ଫୋନ୍ ନୋଟିଫିକେସନ୍ ବନ୍ଦ କରିଦିଅନ୍ତୁ।
    କିଛି ଆପ୍ସ (ଯେପରିକି ସୋସିଆଲ୍ ମିଡିଆ) ଅସ୍ଥାୟୀ ଭାବେ ଅନଇନସ୍ଟଲ କରନ୍ତୁ।
    ଦିନର ଏକ ନିର୍ଦିଷ୍ଟ ସମୟ ଡିଭାଇସ୍-ଫ୍ରୀ ରଖନ୍ତୁ (ଯେପରିକି ଖାଇବା ବେଳେ, ଶୋଇବା ପୂର୍ବରୁ)।
    ସୋସିଆଲ୍ ମିଡିଆ ବ୍ରେକ୍ ନିଅନ୍ତୁ (ଯେପରିକି ଏକ ସପ୍ତାହ ବା ମାସ)।
    ଏକ ଡିଜିଟାଲ୍ ଡିଟକ୍ସ ଭ୍ରମଣ କିମ୍ବା ବ୍ରେକ୍ ନିଅନ୍ତୁ।
    ଦିନକୁ କମ୍ ରେ କମ୍ ୧ ଘଣ୍ଟା ଫୋନ୍ ବିନା ରୁହନ୍ତୁ।
    ରାତିରେ ଶୋଇବା ପୂର୍ବରୁ ଫୋନ ଦୂରରେ ରଖନ୍ତୁ।
    ସପ୍ତାହକରେ ଗୋଟିଏ ଦିନ ନୋ-ସ୍କ୍ରିନ୍ ଡେ ରଖନ୍ତୁ।
    ଉପକାରିତା: 
    ଆଧୁନିକ ଯୁଗରେ ଡିଜିଟାଲ ଉପକରଣ ଯେପରିକି ସ୍ମାର୍ଟଫୋନ୍, ଲାପଟପ୍ ଓ ଟାବ୍ଲେଟ୍ ଆମ ଜୀବନର ଅଭିନ୍ନ ଅଂଶ ହୋଇଯାଇଛି। ଆମେ ଦିନକୁ ଘଣ୍ଟା ଘଣ୍ଟା ସ୍କ୍ରିନ୍ ସାମ୍ନାରେ ସମୟ ଅପଚୟ କରୁଛୁ। ଏହି ଅତିରିକ୍ତ ବ୍ୟବହାର ଆମର ଶାରୀରିକ, ମାନସିକ ଓ ସାମାଜିକ ଜୀବନକୁ ନକାରାତ୍ମକ ଭାବେ ପ୍ରଭାବିତ କରୁଛି। ଏହିପରି ପରିସ୍ଥିତିରେ ଡିଜିଟାଲ ଡିଟକ୍ସ, ଅର୍ଥାତ୍ ଏକ ସମୟ ପାଇଁ ଡିଜିଟାଲ ଉପକରଣ ବ୍ୟବହାରକୁ ବନ୍ଦ କରିବା ବହୁତ ଲାଭକାରୀ ପ୍ରମାଣିତ ହେଉଛି। ଡିଜିଟାଲ ଡିଟକ୍ସ କେବଳ ଫୋନ୍ ଛାଡିବା ନୁହଁ। ଏହା ହେଉଛି ନିଜ ସହିତ ପୁଣି ସଂଯୋଗ କରିବା, ମନ ଶାନ୍ତ କରିବା ଓ ଅସଲି ଜୀବନକୁ ଅନୁଭବ କରିବା ଅଭ୍ୟାସ। ଏହାକୁ ଛୋଟ ଚେଷ୍ଟାରେ ଆରମ୍ଭ କରନ୍ତୁ। ପରିଣାମ ଦେଖି ଆଶ୍ଚର୍ଯ୍ୟ ହୋଇଯିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    33.6 ° C
    33.6 °
    33.6 °
    23 %
    0.6kmh
    100 %
    Fri
    34 °
    Sat
    39 °
    Sun
    36 °
    Mon
    38 °
    Tue
    37 °

    ସମ୍ବନ୍ଧିତ