Wednesday, October 7, 2026
30.3 C
Odisha

    ତାଙ୍କ ପାଖରେ କହିବାକୁ କିଛି ନାହିଁ, ତେଣୁ ମିଛ କହିବା ଆରମ୍ଭ କରିଛନ୍ତି’

    ଆଗକୁ ପଢନ୍ତୁ

    ବିଜୁ ଜନତା ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଆଜି ବାଲିଗୁଡା ଠାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଜୋରଦାର ପ୍ରଚାର କରି ସେମାନଙ୍କୁ ବିପୁଳ ଭୋଟରେ ଜିତାଇବାକୁ ଅନୁରୋଧ କରିଛନ୍ତି। କନ୍ଧମାଳ ସାଂସଦ ପ୍ରାର୍ଥୀ ଡକ୍ଟର ଅଚ୍ୟୁତ ସାମନ୍ତ ଏବଂ ବାଲିଗୁଡା ବିଧାନସଭା ପ୍ରାର୍ଥୀ ଶ୍ରୀ ଚକ୍ରମଣି କହଁରଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ବିଜୟୀ କରିବାକୁ କହିଛନ୍ତି। ବିରୋଧୀ ଦଳଙ୍କୁ ସିଧା ସଳଖ ଆକ୍ରମଣ କରି ସେ କହିଲେ ଯେ ଏଭଳି ଜନସମାବେଶ ଦେଖି ବିରୋଧୀ ଦଳ ଆତ୍ମବିଶ୍ବାସ ହରାଉଛି । ବର୍ଷକ ତଳେ ପଞ୍ଚାୟତ ନିର୍ବାଚନରେ ସବୁ ଜିଲ୍ଲାରେ ହାରିଥିଲେ, ତେଣୁ ତାଙ୍କ ମନୋବଳ ପୁରା ଭାଙ୍ଗି ଯାଇଛି । ତାଙ୍କ ପାଖରେ କହିବାକୁ କିଛି ନାହିଁ, ତେଣୁ ମିଛ କହିବା ଆରମ୍ଭ କରିଛନ୍ତି, ଦଳୀୟ କର୍ମୀଙ୍କ ମନୋବଳ ବୃଦ୍ଧି ପାଇଁ ଅପପ୍ରଚାର କରୁଛନ୍ତି ।
    ବିରୋଧି କହୁଛନ୍ତି ବିଧାନସଭାରେ ୧୨୦ ଓ ଲୋକସଭାରେ ୧୬ ଆସନରେ ଜିତିବେ । କିନ୍ତୁ ଦେଖିଲା ବେଳକୁ ପ୍ରାର୍ଥୀ ଦେବାପାଇଁ ବିଜେପି ପାଖରେ ଲୋକ ନାହାନ୍ତି । ବିଜେଡି ଲିଷ୍ଟକୁ ଚାହିଁଛନ୍ତି ବସିଛନ୍ତି । ବିଜେଡି ତାଲିକା ପ୍ରକାଶ ପରେ ନିଜର ତାଲିକା ବାହାର କରୁଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.3 ° C
    30.3 °
    30.3 °
    57 %
    0.7kmh
    0 %
    Wed
    31 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ