Monday, September 14, 2026
23.8 C
Odisha

    କଣାସ ଚାଞ୍ଚଲ୍ୟକର ହତ୍ୟାକାଣ୍ଡର ପର୍ଦ୍ଦାଫାସ୍ କଲା ପୁଲିସ୍, ତିନି ଅଭିଯୁକ୍ତ ଗିରଫ

    ଆଗକୁ ପଢନ୍ତୁ

    ପୁରୀ : କଣାସ ଥାନା ମନ୍ଦାରବସ୍ତା ଗାଁରେ ହତ୍ୟାକାଣ୍ଡର ପର୍ଦ୍ଦାଫାସ୍ କରିଛି ପୁରୀ ପୁଲିସା ଏସ୍‌ପିଙ୍କ ନିର୍ଦ୍ଦେଶରେ ଗଠିତ ଏକାଧିକ ଟିମ୍ ସିସିଟିଭି ଓ ବୈଷୟିକ ତଥ୍ୟ ଆଧାରରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଖୋରଧା ସଦରଥାନା ଅନ୍ତର୍ଗତ ତାପଙ୍ଗ ଅଞ୍ଚଳର ରାଜକିଶୋର ସାହୁ (୩୨), ସୁରେଶ ସାହୁ (୨୨) ଓ କେନ୍ଦ୍ରାପଡ଼ା ଭିତରବାମ୍ପୁ ଅଞ୍ଚଳର ସତ୍ୟବ୍ରତ ମଲ୍ଲିକ(୧୮)| ସେମାନଙ୍କ ଠାରୁ ୨ଟି ମୋବାଇଲ ଫୋନ୍, ହତ୍ୟାରେ ବ୍ୟବହୃତ ଛୁରି, ଗୋଟିଏ ବାଇକ୍ ଜବତ କରାଯାଇଥିବା ପୁରୀ ଏସ୍‌ପି ପ୍ରତୀକ ସିଂ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

    ସୂଚନା ମୁତାବକ କଣାସ ମନ୍ଦାରବସ୍ତା ଅଞ୍ଚଳରେ ପର୍ଶୁରାମ ପ୍ରଧାନ (୬୧) ଗାଁ ମୁଣ୍ଡରେ ସ୍ତ୍ରୀ ଓ ପୁଅ ସହ ରହୁଥିଲେ। ଘରେ ଦେବା ମନ୍ଦିର କରି ପୂଜା ସାଧନା କରୁଥିଲେ ଏବଂ ଲୋକଙ୍କ ସମସ୍ୟା ସମାଧାନ କରିଦେବେ ବୋଲି ପ୍ରଚାର କରିଥିଲେ। ଏହାର ଫାଇଦା ଉଠାଇ ଅନେକ ଲୋକଙ୍କଠାରୁ ଟଙ୍କା ନେଇଥିଲେ। କିଛି ଦିନ ତଳେ ପର୍ଶୁରାମଙ୍କ ପତ୍ନୀ ପୁଅକୁ ଦେଖିବା ପାଇଁ ଭୁବନେଶ୍ଵର ଯାଇଥିଲେ। ୧୨ ତାରିଖରେ ଫୋନ୍ କରିବାରୁ ପର୍ଶୁରାମଙ୍କ ଫୋନ୍ ବନ୍ଦ ଥିଲା। ୧୩ ତାରିଖ ମଧ୍ୟାହ୍ନରେ ଘରକୁ ଫେରି ଦେଖିଲା ବେଳେ ସ୍ବାମୀଙ୍କର ଅଧାପୋଡ଼ା ମୃତ ଶରୀର ପଡ଼ିଥିଲା । ପୁଲିସ ଘଟଣା ଜାଣିବା ପରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଯାହା ପରେ ହତ୍ୟା ମାମଲାରେ ପରିଣତ ହେଲା।

    ତଦନ୍ତରୁ ଜଣାପଡିଛି ଯେ ଅଭିଯୁକ୍ତ ରାଜକିଶୋର ସାହୁ ଖୋରଧା ମଦର ବାଣିଆ ଟାଙ୍ଗିରେ ଫାଷ୍ଟ ଫୁଡ୍ ଦୋକାନ କରେ । ତାର ସାନ ଭାଇ ସୁରେଶ ସାହୁ ଘରେ ରୁହେ, ଅନ୍ୟ ଭାଇ ରାକେଶ ସାହୁ ଡେଲାଙ୍ଗ ଅଞ୍ଚଳରେ ଟିଫିନ୍ ଦୋକାନ କରେ। ପିଉସୀ ପୁଅର ଶାଳୀ ସହ ରାକେଶର ପ୍ରେମ ସମ୍ପର୍କ ଥିଲା ଯାହାକି ପରିବାରରେ ଅଶାନ୍ତି ସୃଷ୍ଟି କରିଥିଲା। ଏହି ପ୍ରେମ ସମ୍ପର୍କକୁ ଭାଙ୍ଗିବା ପାଇଁ ରାଜକିଶୋର ତାନ୍ତ୍ରିକ ଭାବେ ପର୍ଶୁରାମଙ୍କ ମହ ଯୋଗାଯୋଗ କରିଥିଲା ରାଜକିଶୋର ପର୍ଶୁରାମକୁ ୧୯ହଜାର ଟଙ୍କା ଦେଇ କହିଥିଲା ଯେ ତା’ ଭାଇ ରାକେଶ ମନରେ ପିଉସୀ ପୁଅର ଶାଳୀ ପ୍ରତି ଘୃଣା ସୃଷ୍ଟି କରା

    ଏହାପରେ ପର୍ଶୁରାମ ଆଉ ଏକ ଖେଳ ଖେଳିଲେ। ସେ କହିଲେ, ରାଜକିଶୋରଙ୍କ ଜମିରେ ୧୭୦ ଗ୍ରାମର ମୁଜା ଦୁର୍ଗାମୂର୍ତ୍ତି ପୋତା ହୋଇଛି, ଆଉ ସେଥି ସହ ସୁନା ଅଳଙ୍କାର ଇତି ହାଣ୍ଡି ଅଛି ଖୋଳିବା ପାଇଁ ଟଙ୍କା ମାଗିଲା ଏହି ଲୋକ ଦେଖାଇ ରାଜକିଶୋରଠାରୁ ପ୍ରାୟ ୨ ଲକ୍ଷ ଟଙ୍କା ନେଇଗଲା ନା କାମ ଜଲା, ନା ଟଙ୍କା ଫେରାଇଲା ଏହି ଟଙ୍କା ରାଜ କିଶୋର ଓ ତା ଭାଇ ସୁରେଶ ସାଙ୍ଗମାନଙ୍କଠାରୁ ଧାର କରି ଆଣିଥିଲେ। ଗତ ୧୧ ତାରିଖ ରାତି ସାଢ଼େ ୯ରୁ ୧୧ଟା ୫୦ ମଧ୍ୟରେ ରାଜକିଶୋର ତାର ମହଯୋଗୀ ମତ୍ୟବ୍ରତ ମଲ୍ଲିକ ବ୍ୟାଗରେ ଲଙ୍କା ଗୁଣ୍ଡ, ଅଧା ଲିଟର ପେଟ୍ରୋଲ ଓ ଧାରୁଆ ଛୁରି ନେଇ ପର୍ଶୁରାମ ନିକଟକୁ ବାହାରିଥିଲେ। ତା’ ପରେ ତୃତୀୟ ଅଭିଯୁକ୍ତ ସୁରେଶ ସାହୁକୁ ଫୋନ୍ କରି ଡାକିଲେ ଓ ତାକୁ ବାଇକ୍ ଯୋଗେ ମନ୍ଦାରବସ୍ତା ନିକଟରେ ଛାଡିବାକୁ କହିଲେ। ଦୁହେଁ ପର୍ଶୁରାମଙ୍କ ଘରେ ପଶି ଟଙ୍କା ଗ୍ରାମରେ ରାଜକିଶୋର ଛୁରିରେ ପର୍ଶୁରାମଙ୍କ ପେଟକୁ ଭୁସିଦେଲା ତା ପରେ ଗାମୁଛାରେ ହାତ, ଗୋଡ, ପାଟି ବାନ୍ଧି ପେଟ୍ରୋଲ ଢାଳି ନିଅନ୍ତା ପୋଡ଼ିଦେଲେ। ଏହାକୁ ଦୁର୍ଘଟଣା ଜନିତ ନିଆଁ ବୋଲି ଦେଖାଇବାକୁ ଏବଂ ପ୍ରମାଣ ନଷ୍ଟ କରିବାକୁ ଗ୍ୟାସ୍ ସିଲିଣ୍ଡର ଫଟାଇବାକୁ ମଧ୍ୟ ଚେଷ୍ଟା କଲେ ପରେ ସୁରେଶ ସାହାଯ୍ୟରେ ଘଟଣା ସ୍ଥଳରୁ ଫେରାର ହୋଇଗଲେ। ବିଭିନ୍ନ ଦିଗରୁ ତଦନ୍ତ କରି ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଥିଲା କଣାସ ଥାନା ପୁଲିସ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    23.8 ° C
    23.8 °
    23.8 °
    92 %
    1kmh
    83 %
    Mon
    31 °
    Tue
    31 °
    Wed
    31 °
    Thu
    31 °
    Fri
    31 °

    ସମ୍ବନ୍ଧିତ