Monday, August 3, 2026
31.5 C
Odisha

    ତୁଳା ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ, ଫୋମ ସାହାଯ୍ୟରେ ନିଆଁକୁ ଆୟତ୍ତ ପାଇଁ ଚେଷ୍ଟା

    ଆଗକୁ ପଢନ୍ତୁ

    ଭୁବନେଶ୍ବର  :  ଭୁବନେଶ୍ବର ପାତ୍ରପଡ଼ା ସ୍ଥିତ ତୁଳା ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ । ଭୟଙ୍କର ରୂପ ନେଉଛି ନିଆଁ । ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କଲେ ବି ଧିରେ ଧିରେ ବ୍ୟାପୁଛି । ବାଧ୍ୟ ହୋଇ ଜେସିବି ଜରିଆରେ ତୁଳାକୁ କାଢ଼ିବା ପାଇଁ ପ୍ରୟାସ । ତୁଳା ପ୍ରୋସେସି ୟୁନିଟ ଯୋଗୁଁ ଅନେକ କପଡା ମଧ୍ୟ କଟପିସ ପଡ଼ିରହିଛି । ତୁଳା ଯୋଗୁଁ ନିଆଁ ବ୍ୟାପି ଭୟଙ୍କର ରୁପ ନେଉଛି । ଅଗ୍ନିଶମ ରୋବାଟ ଫାୟାର ସିଷ୍ଟମ ସହ ଷ୍ଟ୍ରାଇକି ଫୋର୍ସ ମଧ୍ୟ ନିଆଁକୁ ଆୟତ୍ତ ପାଇଁ ଚେଷ୍ଟା ଜାରି ରଖିଛି । ବିନା ଫାୟାର ସେଫଟିରେ ଫ୍ୟାକ୍ଟ୍ରି ଚାଲୁଥିବାରୁ ନିଆଁକୁ ପ୍ରାରମ୍ଭିକ ଭାବେ ନିୟନ୍ତ୍ରଣ ହୋଇପାରିନି । ଫଳରେ ନିଆଁ ବ୍ୟାପି ଭୟଙ୍କର ରୂପ ନେଉଛି । ଜଟଣି ଓ ତମାଣ୍ଡୋ ଫାୟାର ଷ୍ଟେସନ ଟିମ୍ ସ୍ପଟ୍ ରେ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଫୋମ ସାହାଯ୍ୟରେ ନିଆଁକୁ ଆୟତ୍ତ ପାଇଁ ଚେଷ୍ଟା ଜାରି ରହିଛି ।

    ନିଆଁ ଲିଭାଇବା ପାଇଁ ୧୦ରୁ ଅଧିକ ଅଗ୍ନିଶମ ଟିମ୍‌ ନିୟୋଜିତ ହୋଇଛନ୍ତି ।  ଘଣ୍ଟା ଘଣ୍ଟା ଧରି ଚାଲିଛି ଅଗ୍ନି ନିର୍ବାପନ ପ୍ରକ୍ରିୟା । ଗୋଦାମ ଭିତରେ ଥିବା ତୁଳା ଯୋଗୁଁ ନିଆଁକୁ ନିୟନ୍ତ୍ରଣ କରିବାରେ ଅଗ୍ନିଶମ କର୍ମଚାରୀମାନେ ବେଶ୍‌ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଘଟଣାସ୍ଥଳରେ ଅଗ୍ନିଶମ ଅଧିକାରୀମାନେ ଉପସ୍ଥିତ ରହି ସ୍ଥିତିର ନିରୀକ୍ଷଣ କରୁଛନ୍ତି । ଅଗ୍ନିକାଣ୍ଡର କାରଣ ଏବେ ସୁଦ୍ଧା ସ୍ପଷ୍ଟ ହୋଇନଥିବା ବେଳେ, କ୍ଷୟକ୍ଷତିର ଆକଳନ ନିଆଁ ସମ୍ପୂର୍ଣ୍ଣ ଆୟତ୍ତ ପରେ କରାଯିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    31.5 ° C
    31.5 °
    31.5 °
    64 %
    1.6kmh
    87 %
    Mon
    31 °
    Tue
    31 °
    Wed
    31 °
    Thu
    27 °
    Fri
    30 °

    ସମ୍ବନ୍ଧିତ