Thursday, March 26, 2026
23.8 C
Odisha

    ଦିଲ୍ଲୀରେ ‘ଅପରେସନ୍ ଲୋଟସ୍’ ଆରମ୍ଭ କରିଛି ବିଜେପି: କେଜ୍ରିୱାଲ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଆପ୍‌ ସୁପ୍ରିମୋ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଵାଲ ଆଜି ବିଜେପିକୁ କଡ଼ା ସମାଲୋଚନା କରି କହିଛନ୍ତି ଯେ ଏବେ ଦିଲ୍ଲୀରେ ‘ଅପରେସନ୍ ଲୋଟସ୍’ ଆରମ୍ଭ ହୋଇଛି। ଏକ ବଡ଼ ଷଡ଼୍‌ଯନ୍ତ୍ର ଅଧୀନରେ ଜାତୀୟ ରାଜଧାନୀରେ ଭୋଟର୍‌ ତାଲିକାରେ ହେର୍‌ଫେର ହୋଇଛି। ଆଗାମୀ ରାଜ୍ୟ ବିଧାନସଭା ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ବିଜେପି ଡିସେମ୍ବର ୧୫ରୁ ଏହି ଅପରେସନ ଚଳାଇଛି ବୋଲି ସେ ଅଭିଯୋଗ କରିଛନ୍ତି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କେଜ୍ରିୱାଲ କହିଛନ୍ତି, ଦିଲ୍ଲୀରେ ବିଜେପି ନିଜର ପରାଜୟ ସ୍ୱୀକାର କରିସାରିଛି। ସେମାନଙ୍କ ପାଖରେ ମୁଖ୍ୟମନ୍ତ୍ରୀ ଚେହେରା ନାହିଁ, ଦୂରଦୃଷ୍ଟି ନାହିଁ ଏବଂ ବିଶ୍ୱସନୀୟ ପ୍ରାର୍ଥୀ ବି ନାହାନ୍ତି। ଯେକୌଣସି ମୂଲ୍ୟରେ ନିର୍ବାଚନ ଜିତିବା ପାଇଁ ସେମାନେ ଭୋଟର ତାଲିକାରେ ଜାଲିଆତି କରିବା ଭଳି ଅସାଧୁ କୌଶଳ ଅବଲମ୍ବନ କରୁଛନ୍ତି। ସେ କହିଛନ୍ତି, ମୋର ନୂଆଦିଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଡିସେମ୍ବର ୧୫ ତାରିଖରୁ ‘ଅପରେସନ୍ ଲୋଟସ୍’ ସକ୍ରିୟ ରହିଛି। ଗତ ୧୫ ଦିନ ମଧ୍ୟରେ ୫ ହଜାର ଭୋଟରଙ୍କୁ ହଟାଇବା ପାଇଁ ଆବେଦନ କରାଯାଇଥିଲା। ଏଥିସହିତ ୭,୫୦୦ ଭୋଟର୍‌ ଯୋଡ଼ିବା ପାଇଁ ଆବେଦନ କରାଯାଇଛି। ସେହିଭଳି ଆପ୍ ସାଂସଦ ସଞ୍ଜୟ ସିଂହଙ୍କ ପତ୍ନୀଙ୍କ ନାମ ହଟାଇବା ପାଇଁ ମଧ୍ୟ ବିଜେପି ଆବେଦନ କରିଛି ବୋଲି ଦଳ ଦାବି କରିଛି।
    ଚୂଡ଼ାନ୍ତ ଭୋଟର୍‌ ତାଲିକା ଜାନୁଆରି ୬ରେ: ନିର୍ବାଚନ କମିସନ
    ନୂଆଦିଲ୍ଲୀ: ଆସନ୍ତାବର୍ଷ ଦିଲ୍ଲୀରେ ବିଧାନସଭା ନିର୍ବାଚନ ହେବ। ଏହା ପୂର୍ବରୁ ବିଜେପି ଦିଲ୍ଲୀରେ ଭୋଟର୍‌ ତାଲିକାରେ ଜାଲିଆତି କରୁଛି ବୋଲି ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ଅଭିଯୋଗ ଆଣିଥିବାରୁ ଏହା ଉପରେ ଦିଲ୍ଲୀ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ଉତ୍ତର ରଖିଛନ୍ତି। ସିଇଓ କହିଛନ୍ତି ଯେ ଅକ୍ଟୋବର ୨୯ ତାରିଖରେ ଚିଠା ଭୋଟର ତାଲିକା ପ୍ରକାଶ ପାଇଥିଲା। ଏହା ଉପରେ ଅକ୍ଟୋବର ୨୯ରୁ ନଭେମ୍ବର ୨୮ ପର୍ଯ୍ୟନ୍ତ ଅଭିଯୋଗ ନିଆଯାଇଥିଲା। ଆସିଥିବା ସବୁ ଅଭିଯୋଗକୁ ଡିସେମ୍ବର ୨୪ ସୁଦ୍ଧା ତୁଟାଇ ଦିଆଯାଇଥିଲା। ଦିଲ୍ଲୀ ସିଇଓ କହିଛନ୍ତି, ଯେଉଁ ଯୋଗ୍ୟ ବ୍ୟକ୍ତିମାନଙ୍କର ଭୋଟର ତାଲିକାରେ ନାମ ନାହିଁ ସେମାନଙ୍କୁ ସାମିଲ କରିବା ପାଇଁ ସମସ୍ତ ବୁଥ୍‌ସ୍ତରୀୟ ଅଧିକାରୀ(ବିଏଲ୍‌ଓ) ଘରକୁ ଘର ବୁଲି କାର୍ଯ୍ୟ କରିଛନ୍ତି। ସେହିଭଳି ଯେଉଁମାନେ ଦିଲ୍ଲୀ ଛାଡ଼ି ସବୁଦିନ ପାଇଁ ପଳାଇଛନ୍ତି ଏବଂ ମରି ଯାଇଛନ୍ତି ସେମାନଙ୍କ ନାମ ମଧ୍ୟ ତାଲିକାରୁ ପ୍ରାକ୍‌ ସଂଶୋଧନ ଅବଧି ଅଗଷ୍ଟ ୨୦ରୁ ଅକ୍ଟୋବର ୧୮ ମଧ୍ୟରେ ବାଦ୍‌ ଦିଆଯାଇଛି। ଚୂଡ଼ାନ୍ତ ଭୋଟର୍‌ ତାଲିକା ୨୦୨୫ ଜାନୁଆରି ୬ ତାରିଖରେ ପ୍ରକାଶ ପାଇବ ବୋଲି ସେ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    23.8 ° C
    23.8 °
    23.8 °
    67 %
    1kmh
    18 %
    Thu
    38 °
    Fri
    40 °
    Sat
    39 °
    Sun
    40 °
    Mon
    41 °

    ସମ୍ବନ୍ଧିତ