Wednesday, September 10, 2025
23.7 C
Odisha

    ଦୀଘାରୁ ହଟୁ ‘ଧାମ’ – ଗଜପତି ମହାରାଜା

    ଆଗକୁ ପଢନ୍ତୁ

    ପୁରୀ : ଦୀଘା ଜଗନ୍ନାଥ ମନ୍ଦିର ଓ ଇସ୍କନର ଅଦିନିଆ ରଥଯାତ୍ରା ପ୍ରସଙ୍ଗରେ ଆଜି ଗଜପତି ମହାରାଜା ଦିବ୍ୟ ସିଂହ ଦେବ ସାମ୍ବାଦିକ ସମ୍ମିଳନୀ ଜରିଆରେ ପ୍ରତିକ୍ରିୟା ରଖିଛନ୍ତି।
    ଦୀଘା ଜଗନ୍ନାଥ ଧାମ ନାମକରଣ ସଂସ୍କୃତି ବିରୁଦ୍ଧ । ଦୀଘାରୁ ହଟୁ ‘ଧାମ’ ବୋଲି ପରିଚାଳନା କମିଟି ବୈଠକ ପରେ ଗଜପତି ମହାରାଜାଙ୍କ ପକ୍ଷରୁ ସୂଚନା ମିଳିଛି। କୌଣସି ପରିସ୍ଥିତିରେ ଏହାକୁ ଜଗନ୍ନାଥ ଧାମ କୁହାଯାଇ ପାରିବ ନାହିଁ । ଅନେକ ଜଗନ୍ନାଥ ମନ୍ଦିର ରହିଛି, କୌଣସି ସ୍ଥାନରେ ଏପରି ନାମକରଣ କରାଯାଇନାହିଁ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏ ପ୍ରସଙ୍ଗରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ସାରିଛନ୍ତି। ଏହି ମନ୍ଦିର ପଶ୍ଚିମବଙ୍ଗ ସରକାର ନିର୍ମାଣ କରିଛନ୍ତି ତେଣୁ କେମିତି ଦୀଘାରୁ ଜଗନ୍ନାଥ ଧାମ ନାମ ହଟିବ ତାହା ରାଜ୍ୟ ସରକାର ପଦକ୍ଷେପ ନିଅନ୍ତୁ । ପଶ୍ଚିମବଙ୍ଗ ସରକାର ଟ୍ରଷ୍ଟ୍‌ ଗଠନ କରିଛନ୍ତି। କୌଣସି ଘରୋଇ ସଂସ୍ଥା ଏହି କାର୍ଯ୍ୟ କରିନାହାଁନ୍ତି ବୋଲି ଗଜପତି ମହାରାଜା କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.7 ° C
    23.7 °
    23.7 °
    91 %
    0.7kmh
    99 %
    Wed
    32 °
    Thu
    31 °
    Fri
    31 °
    Sat
    30 °
    Sun
    32 °

    ସମ୍ବନ୍ଧିତ