Wednesday, October 7, 2026
30.3 C
Odisha

    ଦୁଇମାସ ହେଲା ଓଡ଼ିଶାକୁ ଯକ୍ଷ୍ମା ଔଷଧ ଯୋଗାଣ ବନ୍ଦ

    ଆଗକୁ ପଢନ୍ତୁ

    ଟିବି ଅବା ଯକ୍ଷ୍ମା ରୋଗର ସମ୍ପୂର୍ଣ୍ଣ ବିଲୋପ ଦିଗରେ ରାଜ୍ୟ ସରକାର କାମ କରୁଛନ୍ତି। ଏପରିକି ଟିବି ନିରାକରଣ ଦିଗରେ ଓଡ଼ିଶାକୁ ସଫଳତା ମିଳିଛି; କିନ୍ତୁ ଓଡ଼ିଶାରେ ଟିବି ରୋଗୀମାନେ ଭୟଙ୍କର ସ୍ଥିତି ଦେଇ ଗତି କରୁଛନ୍ତି। ଗତ ଦୁଇ ମାସ ହେଲା କେନ୍ଦ୍ର ସରକାର ଓଡ଼ିଶାକୁ ଟିବି ଔଷଧ ଯୋଗାଣ ବନ୍ଦ କରି ଦେଇଛନ୍ତି। ନ୍ୟାସନାଲ ଟିବି ଏଲିମିନେସନ୍‌‌ ପ୍ରୋଗ୍ରାମ୍‌‌ (ଏନ୍‌‌ଟିଇପି) ଯୋଜନାରେ କେନ୍ଦ୍ର ସରକାର ରାଜ୍ୟକୁ ଟିବି ଯୋଗାଇଥାନ୍ତି। ମାତ୍ର ଔଷଧ ଅଭାବରୁ ରାଜ୍ୟର ହଜାର ହଜାର ରୋଗୀମାନଙ୍କ ଅବସ୍ଥା ଗୁରୁତର ହେବାରେ ଲାଗିଛି। ୨୦୨୫ ସୁଦ୍ଧା ଟିବିର ସମ୍ପୂର୍ଣ୍ଣ ବିଲୋପ ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ତେବେ ଦୀର୍ଘ ଦିନ ଧରି ଏକ ମାରାତ୍ମକ ରୋଗର ଔଷଧ ଯୋଗାଣ ବନ୍ଦ ହେବା ରାଜ୍ୟ ସରକାରଙ୍କର ଉଦ୍ୟମକୁ ଫଳପ୍ରସୂ କରିବା ଦିଗରେ ଅନ୍ତରାୟ ସୃଷ୍ଟି କରୁଛି।

    ଯକ୍ଷ୍ମା ଔଷଧ ସାଧାରଣରେ ବିକ୍ରି କରାଯାଇ ନ ଥାଏ। କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟକୁ ଏହା ଯୋଗାଇ ଥାଆନ୍ତି ଓ ସରକାରୀ ଡାକ୍ତରଖାନାରେ ଏହା ଉପଲବ୍ଧ ହୋଇଥାଏ। ଓଡ଼ିଶାର ଅର୍ଦ୍ଧାଧିକ ଜିଲ୍ଲାରେ ଯକ୍ଷ୍ମା ରୋଗର ପ୍ରଭାବ ଲାଗି ରହିଥିବା ବେଳେ ରାଜ୍ୟରେ ପଞ୍ଜିକୃତ ରୋଗୀଙ୍କ ସଂଖ୍ୟା ପାଖାପାଖି ୫୦ ହଜାର ହେବ। ରୋଗୀ ସଂଖ୍ୟା କ୍ଷେତରେ ହିମାଚଳ ପ୍ରଦେଶ ପରେ ଓଡ଼ିଶା ଦ୍ୱିତୀୟ ସ୍ଥାନରେ ଅଛି। କୋଭିଡ୍‌‌ ମହାମାରୀ ପରେ ଯକ୍ଷ୍ମା ରୋଗୀଙ୍କ ସଂଖ୍ୟା ପ୍ରାୟ ୪୫% ବୃଦ୍ଧି ପାଇଛି। ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ, ଖୋର୍ଦ୍ଧା, କନ୍ଧମାଳ, ଗଞ୍ଜାମ, ଯାଜପୁର ଆଦି ଜିଲ୍ଲାରେ ରୋଗୀଙ୍କ ସଂଖ୍ୟା ବଢ଼଼ିଛି। ଓଡ଼ିଶାର ରୋଗୀମାନେ ଔଷଧ ପାଇଁ ଡାକ୍ତରଖାନା ଯାଉଛନ୍ତି ସତ, କିନ୍ତୁ ଔଷଧ ଅଭାବରୁ ନିରାଶ ହୋଇ ଫେରୁଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.3 ° C
    30.3 °
    30.3 °
    57 %
    0.7kmh
    0 %
    Wed
    31 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ