Wednesday, October 7, 2026
30.3 C
Odisha

    ରାଜଧାନୀ ଆକାଶରେ ବଢ଼଼ିଛି ଚାର୍ଟର୍‌ ବିମାନ ଭିଡ଼

    ଆଗକୁ ପଢନ୍ତୁ

    ଓଡ଼ିଶାରେ ନିର୍ବାଚନୀ ଉଷ୍ମତା ବଢ଼଼ିବା ସହ ରାଜଧାନୀ ଆକାଶରେ ବଢ଼଼ିଛି ଚାର୍ଟର୍‌ ବିମାନ ଭିଡ଼। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଚାର୍ଟର୍‌‌ ବିମାନ, ହେଲିକପ୍ଟର (ନନ୍‌‌ ସିଡ୍ୟୁଲ୍‌‌ ବିମାନ) ସଂଖ୍ୟା ବୃଦ୍ଧି ପାଇଛି। ନିର୍ବାଚନ ପ୍ରଚାର ତାତି ବଢ଼଼ିବା ସହ ଏହି ସଂଖ୍ୟା ଆହୁରି ବଢ଼଼ିବ ବୋଲି ଆକଳନ କରାଯାଇଛି।

    ସମ୍ପ୍ରତି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଦେଇ ଉଭୟ ଜାତୀୟ ଓ ଅନ୍ତର୍ଜାତୀୟ ବିମାନ (ସିଡ୍ୟୁଲଡ୍‌‌) ଚଳାଚଳ କରୁଛି। ଏହା ବ୍ୟତୀତ ନନ୍‌‌ ସିଡୁଲଡ୍‌‌ ବିମାନ ଭାବେ ଚାର୍ଟର୍‌‌ ଏବଂ ହେଲିକପ୍ଟର ବହୁଳ ବ୍ୟବହାର ହେଉଛି। ୨୦୨୩-୨୪ ଆର୍ଥିକ ବର୍ଷରେ ସମୁଦାୟ ୩୪୮୯ଟି ଚାଟାର୍‌‌ ବିମାନ ଏବଂ ହେଲିକପ୍ଟର ଯିବା ଆସିବା କରିଛନ୍ତି। ଅର୍ଥାତ୍‌‌ ଗତବର୍ଷ ଏପ୍ରିଲ ୧ ତାରିଖରୁ ଚଳିତ ବର୍ଷ ମାର୍ଚ୍ଚ ୩୧ ତାରିଖ ମଧ୍ୟରେ ୧୭୨୮ଟି ନନ୍‌‌ ସିଡ୍ୟୁଲଡ୍‌‌ ବିମାନ ଆସିଛି ଏବଂ ୧୭୬୧ଟି ଏଠାରୁ ଉଡ଼ାଣ ଭରିଛି। ତେବେ ଚଳିତ ବର୍ଷ ଏପ୍ରିଲ ୧ ତାରିଖରୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଦେଇ ନନ୍‌‌ ସିଡ୍ୟୁଲଡ୍‌‌ ବିମାନ ୭୬ ଥର ଯିବା ଆସିବା କରିଛନ୍ତି। ଏଥିରେ ମୁଖ୍ୟତଃ ବ୍ୟବସାୟୀ, କର୍ପୋରେଟ୍‌‌ ସଂସ୍ଥା ଏବଂ ରାଜନେତା ଯା ଆସ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.3 ° C
    30.3 °
    30.3 °
    57 %
    0.7kmh
    0 %
    Wed
    31 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ