Tuesday, April 7, 2026
31.9 C
Odisha

    ଦୁଷ୍କର୍ମ ମାମଲାରେ ଆହ୍ଲାବାଦ ହାଇକୋର୍ଟ ରାୟକୁ କେନ୍ଦ୍ରମନ୍ତ୍ରୀଙ୍କ ବିରୋଧ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: କେନ୍ଦ୍ର ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ଆହ୍ଲାବାଦ ହାଇକୋର୍ଟଙ୍କର ଏକ ରାୟକୁ ଭୁଲ ଓ ଅଗ୍ରହଣୀୟ କହିଛନ୍ତି। ନିକଟରେ ଆହ୍ଲାବାଦ ହାଇକୋର୍ଟ ଏକ ରାୟ ଦେଇ କହିଥିଲେ ଯେ ଜଣେ ନାବାଳିକାଙ୍କ ସ୍ତନ ଧରିବା, ତାଙ୍କ ପାଇଜାମାର ଡୋରି ଖୋଲିଦେବା ଓ ତାଙ୍କୁ ଟାଣିବାକୁ ଚେଷ୍ଟା କରିବା ଦୁଷ୍କର୍ମ କିମ୍ବା ଦୁଷ୍କର୍ମ ଉଦ୍ୟମ ନୁହେଁ। ବରଂ ଏହି କାର୍ଯ୍ୟଗୁଡିକ ଯୌନ ନିର୍ଯାତନା ଭଳି ପ୍ରାଥମିକ ଅପରାଧ ଅଧୀନରେ ଆସୁଛି। ଜଷ୍ଟିସ ରାମ ମନୋହର ନାରାୟଣ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ଦେଇଥିଲେ। ତେବେ କେନ୍ଦ୍ର ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ଆଜି ଏ ସଂକ୍ରାନ୍ତରେ ସାମ୍ବାଦିକମାନଙ୍କୁ କହିଛନ୍ତି, ସେ କୋର୍ଟଙ୍କର ଏହି ରାୟକୁ ସମର୍ଥନ କରୁନାହାନ୍ତି । କୋର୍ଟ ଏହି ନିଷ୍ପତ୍ତି ଉପରେ ପୁନର୍ବିଚାର କରନ୍ତୁ ନଚେତ ଏହା ସଭ୍ୟ ସମାଜ ଉପରେ ଏକ ନକରାତ୍ମକ ପ୍ରଭାବ ପକାଇବ। ‌କୋର୍ଟଙ୍କର ଏହି ରାୟ ଉପରେ ଟିପ୍ପଣୀ ରଖି ରାଜ୍ୟସଭା ସାଂସଦ ସ୍ବାତୀ ମାଲିୱାଲ କହିଛନ୍ତି, ଏହି ଟିପ୍ପଣୀ ଅତ୍ୟନ୍ତ ଅସମ୍ବେଦନଶୀଳ ଏବଂ ସମାଜ ପାଇଁ ଏହା ବିପଜ୍ଜନକ। ସୁପ୍ରିମ୍‌କୋର୍ଟ ଏହି ମାମଲାରେ ହସ୍ତକ୍ଷେପ କରିବା ଉଚିତ ବୋଲି ସେ କହିଛନ୍ତି।

    ମାମଲାରେ ଦୁଇ ଅଭିଯୁକ୍ତ ପୱନ ଓ ଆକାଶକୁ ଭାରତୀୟ ଦଣ୍ଡବିଧି ସଂହିତାର ଧାରା ୩୭୬ (ଦୁଷ୍କର୍ମ) ଏବଂ ପୋକ୍ସୋ ଆଇନର ଧାରା ୧୮ (ଅପରାଧ କରିବାକୁ ଉଦ୍ୟମ) ଅନୁଯାୟୀ ସମନ କରିଥିବା ନିମ୍ନ ଅଦାଲତଙ୍କ ଆଦେଶକୁ କୋର୍ଟ ସଂଶୋଧନ କରିଛନ୍ତି।  ଅଭିଯୁକ୍ତଙ୍କ ବିରୋଧରେ ଆଇପିସିର ଧାରା ୩୫୪-ବି (ଅସଦାଚରଣ ଉଦ୍ଦେଶ୍ୟରେ ଆକ୍ରମଣ କିମ୍ବା ଆପରାଧିକ ବଳ ପ୍ରୟୋଗ) ଏବଂ ପୋକ୍ସୋ ଆଇନର ଧାରା ୯ ଓ ୧୦ (ଯୌନ ନିର୍ଯାତନା) ଅନୁଯାୟୀ ମାମଲା ରୁଜୁ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଦୁଇ ଅଭିଯୁକ୍ତ ୧୧ରୁ ୧୨ ବର୍ଷ ବୟସର ଜଣେ ନାବାଳିକାଙ୍କ ସ୍ତନକୁ ଧରିଥିବା ଅଭିଯୋଗ ହୋଇଛି। ଅନ୍ୟତମ ଅଭିଯୁକ୍ତ ଆକାଶ ତାଙ୍କ ପାଇଜାମାର ଡୋରି ଖୋଲି ତାଙ୍କୁ ଏକ କଲଭର୍ଟ ତଳେ ଘୋଷାରିବାକୁ ଚେଷ୍ଟା କରିଥିଲା। ପଥଚାରୀମାନେ ହସ୍ତକ୍ଷେପ କରିବାରୁ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ନାବାଳିକାଙ୍କ ଉପରେ ଯୌନ ନିର୍ଯାତନା ଉଦ୍ୟମ ଅଭିଯୋଗ କରି ନିମ୍ନ ଅଦାଲତ ପୂର୍ବରୁ ଆଇପିସିର ଧାରା ୩୭୬ ଓ ପୋକ୍ସୋ ଆଇନର ଧାରା ୧୮ ପ୍ରୟୋଗ କରିଥିଲେ। ତେବେ ହାଇକୋର୍ଟ ତଥ୍ୟ ଓ ସାକ୍ଷୀଙ୍କ ବୟାନକୁ ଯାଞ୍ଚ କରିବା ପରେ ଅଭିଯୁକ୍ତ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିବାର କୌଣସି ପ୍ରମାଣ ପାଇ ନ ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    31.9 ° C
    31.9 °
    31.9 °
    42 %
    0.6kmh
    0 %
    Tue
    35 °
    Wed
    38 °
    Thu
    37 °
    Fri
    39 °
    Sat
    39 °

    ସମ୍ବନ୍ଧିତ