Saturday, February 21, 2026
33.5 C
Odisha

    ଦେଶରେ ବୃଦ୍ଧି ପାଉଛି କୋଭିଡ୍ ସଂକ୍ରମଣ,ଟପିଲା ୬ ହଜାର

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଦେଶରେ ବୃଦ୍ଧି ପାଉଛି କୋଭିଡ୍ ସଂକ୍ରମଣ । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ସୂଚନା ମୁତାବକ ଆଜି ସୁଦ୍ଧା ଆକ୍ଟିଭ୍ କେସ୍ ୬ ହଜାର ୧୩୩ରେ ପହଞ୍ଚିଛି । ଗତ ୨୪ ଘଣ୍ଟରେ ୩୯୧ଟି ନୂଆ ମାମଲା ଚିହ୍ନଟ ହୋଇଛି । ସବୁଠାରୁ ଅଧିକ ସଂକ୍ରମିତ କେରଳରେ ଚିହ୍ନଟ ହୋଇଛନ୍ତି। କେରଳରେ ଗତ ୨୪ ଘଣ୍ଟାରେ ୧୨୭ ନୂଆ କେସ୍ ।

    ସେହିପରି ଗତ ୨୪ ଘଣ୍ଟାରେ ଗୁଜରାଟରେ ୧୦୨, ଦିଲ୍ଲୀରେ ୭୩, ମହାରାଷ୍ଟ୍ରରେ ୨୯, ତାମିଲନାଡ଼ୁରେ ୨୭, ପଶ୍ଚିମବଙ୍ଗରେ ୨୬, ଛତିଶଗଡ଼ରେ ୧୭ ଏବଂ ଆନ୍ଧ୍ରପ୍ରଦେଶରେ ୧୦ ନୂଆ ମାମଲା ସାମନାକୁ ଆସିଛି । ଅରୁଣାଚଳ ପ୍ରଦେଶ, ଚଣ୍ଡୀଗଡ଼, ମିଜୋରାମ ଏବଂ ମଣିପୁରରୁ ଏ ପର୍ଯ୍ୟନ୍ତ କୌଣସି ମାମଲା ଚିହ୍ନଟ ହୋଇନାହିଁ। ଗତ୨୪ ଘଣ୍ଟା ମଧ୍ୟରେ ଦେଶରେ ୪ କୋଭିଡ୍ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ମଧ୍ୟପ୍ରଦେଶରେ ଜଣେ, ମହାରାଷ୍ଟ୍ରରେ ଜଣେ, କେରଳରେ ଜଣେ ଏବଂ ତାମିଲନାଡ଼ୁରେ ଜଣଙ୍କର ମୃତ୍ୟୁ ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    33.5 ° C
    33.5 °
    33.5 °
    15 %
    4.2kmh
    11 %
    Sat
    33 °
    Sun
    35 °
    Mon
    36 °
    Tue
    35 °
    Wed
    34 °

    ସମ୍ବନ୍ଧିତ