Saturday, December 20, 2025
17.3 C
Odisha

    ଦୋ ଛକିରେ ବିଧାୟକଙ୍କ ଦରମା ନିଷ୍ପତ୍ତି, ଏବେ ରାଜ୍ଯ ସରକାର କରିବେ କଣ ?

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଦୋ ଛକିରେ ବିଧାୟକଙ୍କ ଦରମା ନିଷ୍ପତ୍ତି  ।   ଏବେ ରାଜ୍ଯ ସରକାର କରିବେ କଣ  ?  ବିଧାୟକଙ୍କ ଦରମା ଓ ଭତ୍ତା ସମ୍ପର୍କିତ ବିଲ୍ ବିଧାନସଭାରେ ପାରିତ ହେବା ପରେ ରାଜ୍ଯପାଳଙ୍କ ପାଖକୁ ସମ୍ମତି ପାଇବା ପାଇଁ ଯାଇଛି ।  ନିୟମ ଅନୁସାରେ ରାଜ୍ଯପାଳ ବିଲ୍ ଫେରାଇ ପାରିବେ ନାହିଁ ।  ଉଭୟ ବିଜେପି ଓ ବିଜେଡି ବିଧାୟକମାନେ ଏହି ନିଷ୍ପତ୍ତିର ପୁନର୍ବିଚାର କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କହିଛନ୍ତି ।

    ଏ ସ୍ଥିତିରେ ରାଜ୍ଯ ସରକାରଙ୍କ ପାଖରେ କଣ ରହିଛି ବିକଳ୍ପ  ।  ବିଧାନସଭାର କ୍ଷମତା ରହିଛି ଆଗାମୀ ବଜେଟ ଅଧିବେଶନରେ ପୁନର୍ବିଚାର କରାଯାଇପାରେ  l  ବିଧାୟକଙ୍କ ଦରମା ଓ ଭତ୍ତା ନୂତନ ଆଗତ ବିଲ ଅନୁସାରେ ସେତିକି କିମ୍ବା ତାଠାରୁ କମ ବି କରି ପାରିବେ  l ବିଧାୟକଙ୍କ ଦରମା ବୃଦ୍ଧି ବିଲ ବିଧାନସଭାରେ ପାରିତ ହେବା ପରେ ଏହାକୁ ନେଇ ବିଭିନ୍ନ ମହଲରୁ ଅଭିଯୋଗ ଉଠିଥିଲା   l ଫଳରେ ବିଜେପି ବିଧାୟକମାନେ ମଧ୍ୟ ବିଲର ପୁନର୍ବିଚାର ପାଇଁ ଦାବି କରିଛନ୍ତି   l

    ପ୍ରକାଶଯୋଗ୍ୟ, ବିଧାୟକଙ୍କ ଦରମା ୧ ଲକ୍ଷ ୧୧ ହଜାରରୁ ୨ ଲକ୍ଷ ୭୮ ହଜାର ଟଙ୍କା ହେଲା ।  ସେହିପରି ମନ୍ତ୍ରୀଙ୍କ ଦରମା ଓ ଭତ୍ତା ୩ ଲକ୍ଷ ୮୦ ଟଙ୍କା ହେଲା ।  ଅଧିବେଶନ ସମୟରେ ବିଧାୟକଙ୍କ ଭତ୍ତା ୧୫ ଶହରୁ ୩୦୦୦କୁ ବୃଦ୍ଧି ହେଲା ।  ଦୈନିକ ଗସ୍ତ ଖର୍ଚ୍ଚ ୨ ହଜାର ଏବଂ ରାଜ୍ୟ ବାହାରକୁ ଗସ୍ତ କଲେ ୧୦ ହଜାର ଟଙ୍କା ମିଳିବ ।

    ମାସିକ ଯାନବାହାନ ଭତ୍ତା ୧୫ ହଜାର ବଦଳରେ ମିଳିବ ୫୦ ହଜାର ଟଙ୍କା ମିଳିବ । ବିଜୁଳି ବିଲ୍ ପାଇଁ ୫ ହଜାର ବଦଳରେ ମିଳିବ ୨୦ ହଜାର ଟଙ୍କା । ସେହିପରି ଚିକିତ୍ସା ଖର୍ଚ୍ଚ ୫ ହଜାର ବଦଳରେ ୩୫ ହଜାର ଟଙ୍କା, ଗାଡ଼ି କିଣିବା ପାଇଁ ୫ ଲକ୍ଷ ଟଙ୍କା ବଦଳରେ ୧୦ ଲକ୍ଷ ଟଙ୍କା ମିଳିବ । କ୍ବାର୍ଟର୍ସ ମିଳିନଥିବା ବିଧାୟକଙ୍କ ରହଣୀ ପାଇଁ ଦିନକୁ ୨ ହଜାର ଟଙ୍କା ମିଳିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    17.3 ° C
    17.3 °
    17.3 °
    46 %
    1.3kmh
    2 %
    Sat
    17 °
    Sun
    27 °
    Mon
    27 °
    Tue
    28 °
    Wed
    28 °

    ସମ୍ବନ୍ଧିତ