Sunday, March 29, 2026
39.1 C
Odisha

    ଦ୍ୱାଦଶ ଏସୀୟ ଇନ୍‍ଡୋର ଆଥଲେଟିକ୍ସ ଚାମ୍ପିୟନସିପରେ KIIT କୁ ୩ ପଦକ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର  : ଫେବ୍ରୁଆରୀ ୬ ରୁ ୮ ତାରିଖ ପର୍ଯ୍ୟନ୍ତ ଚୀନ୍‍ର ତିଆନଜିନଠାରେ ଅନୁଷ୍ଠିତ ଦ୍ୱାଦଶ ଏସୀୟ ଇନଡୋର ଆଥଲେଟିକ୍ସ ଚାମ୍ପିୟନସିପ୍‍ ୨୦୨୬ରେ କିଟ୍‍ ବିଶ୍ୱବିଦ୍ୟାଳୟର ଖେଳାଳିମାନେ ଚମତ୍କାର ପ୍ରଦର୍ଶନ କରିଛନ୍ତି ।  ଏହି ଚାମ୍ପିୟନସିପରେ କିଟ୍‍ର ଖେଳାଳିମାନେ ଗୋଟିଏ ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଓ ଗୋଟିଏ କାଂସ୍ୟ ମୋଟ ତିନିଟି ପଦକ ଜିତିବାରେ ସକ୍ଷମ ହୋଇଛନ୍ତି ।  ଏହା ସହିତ ଏହି ମହାଦେଶୀୟ ଇଭେଣ୍ଟରେ କିଟ୍‍ ଖେଳାଳିମାନେ ଭାରତର ମୋଟ ପଦକ ତାଲିକାର ୬୦ ପ୍ରତିଶତ ହାସଲ କରିଛନ୍ତି। ସୂଚନାଯୋଗ୍ୟ, ଭାରତୀୟ ଆଥଲେଟିକ୍ସ ଫେଡେରେସନ ଦ୍ୱାରା ଘୋଷିତ ୧୭ ଜଣିଆ ଭାରତୀୟ ଦଳରେ ୯ ଜଣ ଖେଳାଳି କେବଳ କିଟ୍ ବିଶ୍ୱବିଦ୍ୟାଳୟରୁ ସାମିଲ ହୋଇଥିଲେ।

    ଆକଷର୍ଣୀୟ ପ୍ରଦର୍ଶନକାରୀଙ୍କ ମଧ୍ୟରେ ତେଜସ୍ୱିନ ଶଙ୍କର ପୁରୁଷ ହେପ୍ ଟାଥଲନରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କରିଥିଲେ। ମୋଟ ୫୯୯୩ ପଏଣ୍ଟ ସଂଗ୍ରହ କରି ତେଜସ୍ୱିନଏକ ନୂତନ ଜାତୀୟ ଇନ୍‍-ଡୋର ରେକର୍ଡ ସ୍ଥାପନ କରିଥିଲେ। ତାଙ୍କର ଉଲ୍ଲେଖନୀୟ ଅଲରାଉଣ୍ଡ ପ୍ରଦର୍ଶନ ଏସୀୟ ମଞ୍ଚରେ ଭାରତର ଶ୍ରେଷ୍ଠ ମିଳିତ-ଇଭେଣ୍ଟ ଆଥଲେଟଙ୍କ ମଧ୍ୟରୁ ଅନ୍ୟତମ ଭାବରେ ତାଙ୍କର ସ୍ଥିତିକୁ ବଜାୟ ରଖିପାରିଥିଲେ ।  ଏହି ଚାମ୍ପିୟନ୍‍ସିସପ୍‍ରେ ପୁରୁଷ ସଟ୍ ପୁଟରେ କିଟ୍‍ ଛାତ୍ର ତାଜିନ୍ଦରପାଲ ସିଂହ ତୁର ରୌପ୍ୟ ପଦକ ହାସଲ କରିଥିଲେ। ୨୦.୦୫ ମିଟର ଥ୍ରୋ କରି ତାଜିନ୍ଦରପାଲ ଅନ୍ତର୍ଜାତୀୟ ସ୍ତରରେ ତାଙ୍କର ସ୍ଥିତି ବଜାୟ ରଖିବାରେ ସମର୍ଥ ହୋଇଥିଲେ।

    ସେହିପରି ମହିଳା ବର୍ଗରେ ଆନ୍ସି ସୋଜାନ୍ ଏଡାପିଲି ମହିଳା ଲମ୍ବ ଡିଆଁରେ ୬.୨୧ ମିଟର ଡେଇଁ କାଂସ୍ୟ ପଦକ ହାସଲ କରି ଦେଶ ଏବଂ ବିଶ୍ୱବିଦ୍ୟାଳୟ ପାଇଁ ଗର୍ବ ଆଣିଛନ୍ତି ।   ସାମଗ୍ରିକ ଭାବରେ ଚାମ୍ପିୟନସିପରେ ଗୋଟିଏ ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ୨ଟି କାଂସ୍ୟ ମୋଟ ପାଞ୍ଚଟି ପଦକ ହାସଲ କରି ପଦକ ତାଲିକାରେ ଭାରତ ଷଷ୍ଠ ସ୍ଥାନରେ ରହିଛି। ଏହି ପାଞ୍ଚଟି ପଦକ ମଧ୍ୟରୁ ୩ଟି ପଦକ କେବଳ କିଟ ବିଶ୍ୱବିଦ୍ୟାଳୟର ଖେଳାଳିମାନେ ଜିତିଛନ୍ତି।

    ଏହି ସଫଳତା ପାଇଁ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ପଦକ ବିଜେତା ଓ ସମଗ୍ର ଭାରତୀୟଦଳକୁ ଅଭିନନ୍ଦନ ଜଣାଇଛନ୍ତି। କ୍ରୀଡ଼ାବିତମାନେ ସମର୍ପଣ, ଶୃଙ୍ଖଳା ଓ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବାରୁ ଡ. ସାମନ୍ତ ସେମାନଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି। ଏପରି ସଫଳତା ବିଶ୍ୱସ୍ତରୀୟ ଭିତ୍ତିଭୂମି, ଉନ୍ନତ ପ୍ରଶିକ୍ଷକଙ୍କ ଦ୍ୱାରା ପ୍ରଶିକ୍ଷଣ ଓ ସାମଗ୍ରିକ ସହାୟତା ବ୍ୟବସ୍ଥା ଜରିଆରେ କ୍ରୀଡ଼ା ଉତ୍କର୍ଷତାକୁ ପୋଷଣ କରିବା ପାଇଁ କିଟ୍‍ ସର୍ବଦା ପ୍ରୟାସ କରିଆସିଛି ବୋଲି ଡ. ସାମନ୍ତ ପ୍ରକାଶ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    39.1 ° C
    39.1 °
    39.1 °
    12 %
    3.7kmh
    2 %
    Sun
    39 °
    Mon
    41 °
    Tue
    38 °
    Wed
    40 °
    Thu
    40 °

    ସମ୍ବନ୍ଧିତ