Tuesday, July 21, 2026
23.8 C
Odisha

    ଦ୍ୱିତୀୟ ଦିନରେ ଅଲାରନାଥ ମନ୍ଦିରରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜିଉ

    ଆଗକୁ ପଢନ୍ତୁ

    ବ୍ରହ୍ମଗିରି : ଦ୍ୱିତୀୟ ଦିନରେ ଅଲାରନାଥ ମନ୍ଦିରରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜିଉ । ଜ୍ବରରେ ପୀଡିତ ଶ୍ରୀଜୀଉଙ୍କର  ଅଣସର ଘରେ ଚାଲିଛି ଗୁପ୍ତ ଉପଚାର ସେବା । ଏହି ସମୟରେ ଅଲାରନାଥ  ପୀଠରେ ଶିଳାବ୍ରହ୍ମ ଚତୁର୍ଭୁଜ ନାରାୟଣଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ଆଜି ଭୋର ୪ଟାରେ ମନ୍ଦିର ଖୋଲା ଯାଇଥିଲା ।  ୪ ଟା ୧୫ରେ ମଙ୍ଗଳ ଆଳତୀ, ଅବକାଶ,ତଡ଼ପ ଲାଗି, ବେଶ , ତୁଳସିଲାଗି, ଗୋପାଳ ବଲ୍ଲଭ ସରିବା ପରେ ସର୍ବସାଧାରଣ ଦର୍ଶନ ସକାଳ ୬ ଟାରୁ ଆରମ୍ଭ ହୋଇଛି ।  ଏନେଇ ଏବେ ଚଳ ଚଂଚଳ ହୋଇପଡିଛି ବ୍ରହ୍ମଗିରିର ଅଲାରନାଥ ପୀଠ।

    ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ । ବ୍ରହ୍ମଗିରି ଅଲାରନାଥ ପୀଠରେ ପ୍ରଭୁ ଜଗନ୍ନାଥଙ୍କ ଅଲୌକିକ ରୂପ । ବ୍ରହ୍ମଗିରିର ପ୍ରସିଦ୍ଧ ଅଲାରନାଥଙ୍କ ପୀଠରେ ଲାଗିଛି ଭକ୍ତ ମାନଙ୍କ ଗହଳିଚହଳି । ବଡ଼ି ଭୋରରୁ ଅଲାରନାଥଙ୍କ ପୀଠରେ ଶ୍ରଦ୍ଧାଳୁ ମାନଙ୍କ ଭିଡ଼ ଜମିଛି । ଶ୍ରଦ୍ଧାଳୁମାନେ ଠାକୁରଙ୍କୁ ଦର୍ଶନ କରୁଛନ୍ତି । ସେଥିପାଇଁ ଅଲାରନାଥଙ୍କ ପୀଠରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ମନ୍ଦିରରେ ୭ ପ୍ଲାଟୁନ ପୁଲିସ ମୁତୟନ ହୋଇଛନ୍ତି । ୫୦ରୁ ଅଧିକ ସିସିଟିଭି ଲଗାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    23.8 ° C
    23.8 °
    23.8 °
    97 %
    1kmh
    100 %
    Tue
    24 °
    Wed
    25 °
    Thu
    25 °
    Fri
    28 °
    Sat
    30 °

    ସମ୍ବନ୍ଧିତ