ଧନିଆ ଏପରି ଏକ ମସଲା ଯାହାକୁ ଖାଇବା ପାଇଁ ଆୟୁର୍ବେଦିକ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି । ଯାହା ରାମବାଣୀ ଭଳି କାର୍ଯ୍ୟକାରୀ କରିଥାଏ । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଧନିଆରେ ଭିଟାମିନ୍ ସି, ଏ, କେ, ବି୬, କ୍ୟାଲସିୟମ, ଆଇରନ୍, ମ୍ୟାଗ୍ନେସିୟମ, ଫସଫରସ, ପୋଟାସିୟମ୍, କପର୍, ଜିଙ୍କ୍, ସେଲେସିୟମ୍, ମାଙ୍ଗାନିଜ, ସୋଡିୟମ, ଫୋଲେଟ, ଥିୟାମିନ୍, ନିଆସିନ୍, ଆଣ୍ଟି-ଅକ୍ସିଡାଣ୍ଟ, ଆଣ୍ଟି-ବ୍ୟାକ୍ଟେରିଆଲ୍ ଏବଂ ଆଣ୍ଟି-ଇମ୍ଫେମେଟେରୀ ଭଳି ଗୁଣ ରହିଥାଏ। ଯାହାଫଳରେ ଶରୀରକୁ ଅନେକ ଫାଇଦା ଦେଇଥାଏ ।
ଧନିଆ ପାଣି ଅନ୍ତନଳୀ ସ୍ବାସ୍ଥ୍ୟକୁ ଭଲ ରଖିଥାଏ । ଏହା ସହିତ କୋଷ୍ଠକାଠିନ୍ୟ ଭଳି ସମସ୍ୟାକୁ ମଧ୍ୟ ଦୂର କରିଥାଏ । ଏସିଡିଟି ଏବଂ ଡାଇବେଟିସ ଭଳି ସମସ୍ୟାରୁ ମଧ୍ୟ ରକ୍ଷା କରିଥାଏ । ଏହି ପାଣି ଡାଏଟ୍ ପାଇଁ ଖୁବ୍ ଉପଯୋଗୀ ହୋଇଥାଏ ।
ଧନିଆ ପାଣି ପିଇବା ଦ୍ବାରା ଆପଣଙ୍କ ଶରୀରରେ ଥିବା ମେଟାବୋଲେଜିୟମକୁ ବୃଦ୍ଧି କରି ଓଜନ ହ୍ରାସ ସହଜ କରିଦେଇଥାଏ ।
ଏହା ବ୍ୟତୀତ ଧନିଆ ପାଣି ପିଇବା ଦ୍ବାରା କିଡନୀ ଏବଂ ଲିଭର ଜନିକ ସମସ୍ୟାରୁ ମୁକ୍ତି ଦେଇଥାଏ । ଏଥିରେ ଥିବା ପୋଷକ ତତ୍ତ୍ବ ଗୁଣ ହେତୁ ଏହା ଇମ୍ୟୁନିଟି ସିଷ୍ଟମକୁ ବୃଦ୍ଧି କରିଥାଏ ।
ଏହା ଡାଇବେଟିସ୍ ରୋଗୀଙ୍କ ପାଇଁ ଲାଭଦାୟକ ହୋଇଥାଏ । ଭଲ ଫାଇଦା ପାଇବାକୁ ହେଲେ ଉଚିତ୍ ମାତ୍ରା ଓ ସଠିକ୍ ଉପାୟରେ ଏହାର ପାଣିକୁ ପିଇବା ଗୁରୁତ୍ବପୂର୍ଣ୍ଣ ।
ଧନିଆ ପାଣିର ପ୍ରସ୍ତୁତି ପ୍ରଣାଳୀ :-
ଏହାକୁ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ସବୁଜ ଧନିଆ ପତ୍ର ଧୋଇ ଦିଅନ୍ତୁ, ପରିଷ୍କାର ପତ୍ରକୁ ଅଲଗା କରନ୍ତୁ ଏବଂ ଦୁଇ ଚାମଚ ପାଣି ଦେଇ ଏହାକୁ ଗ୍ରାଇଣ୍ଡ୍ କରନ୍ତୁ । ଏବେ ଏହି ମିଶ୍ରଣକୁ ଏକ ଗ୍ଲାସ ପାଣିରେ ପକାଇ ଫୁଟାନ୍ତୁ । ଫୁଟିବା ପରେ ଏହି ପାଣିକୁ ଏକ ଗ୍ଲାସରେ ଢାଳନ୍ତୁ ଏବଂ ବର୍ତ୍ତମାନ ସ୍ୱାଦ ଅନୁଯାୟୀ କଳା ଲୁଣ ଏବଂ ଲେମ୍ବୁ ରସ ମିଶାଇ ପିଅନ୍ତୁ । ଏହା ଆପଣଙ୍କ ହଜମ ଶକ୍ତିକୁ ଭଲ କରିବ ଏବଂ ଆପଣଙ୍କ ସୁଗାର ଲେବଲ ମଧ୍ୟ କମ୍ କରିବ ।