Sunday, March 29, 2026
39.1 C
Odisha

    ଧରାପଡ଼ିଲା ଡକାୟତି ଗ୍ୟାଙ୍ଗ, ୮ ଅଭିଯୁକ୍ତ ଗିରଫ ଓ ବିଭିନ୍ନ ମାରଣାସ୍ତ୍ର ଜବତ

    ଆଗକୁ ପଢନ୍ତୁ

    ମୟୂରଭଞ୍ଜ : ମୟୂରଭଞ୍ଜରେ ଧରାପଡ଼ିଲା ଡକାୟତି ଗ୍ୟାଙ୍ଗ । ୮ ଅଭିଯୁକ୍ତ ଗିରଫ, ଚୋରା ସମଗ୍ରୀ ଓ ବିଭିନ୍ନ ମାରଣାସ୍ତ୍ର ଜବତ । ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ଖୁଣ୍ଟାପୁର ଗାଁରେ ଗତ ୧୦ ତାରିଖ ସନ୍ଧ୍ୟା ପ୍ରାୟ ୭ଟାରେ ଚିନ୍ମୟ ମିଶ୍ରଙ୍କ ଘରକୁ ୮ ଜଣ ଅଜଣା ଦୁର୍ବୃତ୍ତ ପଶିଥିଲେ । ସେମାନେ ଚିନ୍ମୟଙ୍କୁ ମରଣାନ୍ତକ ଆକ୍ରମଣ କରି ଘରୁ ନଗଦ ଟଙ୍କା ଓ ସୁନାରୁପା ଗହଣା ଲୁଟି ନେଇଥିଲେ । ଘଟଣା ପରେ ସ୍ଥାନୀୟ ଲୋକେ ଜଣେ ଦୁର୍ବୃତ୍ତଙ୍କୁ ଧରି ପୋଲିସ ଜିମା ଦେଇଥିଲେ । ଏହି ଘଟଣାରେ ତଦନ୍ତ କରି ପୋଲିସ ମୋଟ ୮ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ କିଛି ବାଲେଶ୍ୱର ଓ କିଛି ମୟୂରଭଞ୍ଜ ଜିଲ୍ଲାର ବୋଲି ଜଣାପଡ଼ିଛି ।

    ସେମାନେ ଏକ ଗ୍ୟାଙ୍ଗ ଗଠନ କରି ବିଭିନ୍ନ ଅଞ୍ଚଳରେ ଚୋରି, ଲୁଟ, ଛିନତାଇ ଓ ଡକାୟତି କରୁଥିଲେ। ଅଭିଯୁକ୍ତଙ୍କ ଠାରୁ ନଗଦ ୫ହଜାର୯୧୦ ଟଙ୍କା ଅନେକ ସୁନା ଚେନ, ମଙ୍ଗଳସୂତ୍ର, ରୁପା ଆଳଙ୍କାର ଓ ମୁଦ୍ରା ଜବତ କରାଯାଇଛି । ସେହିପରି ବିଭିନ୍ନ ମାରଣାସ୍ତ୍ର ସହ ୮ଟି ମୋବାଇଲ ଫୋନ୍ ଓ ୨ଟି ସ୍କୁଟି ମଧ୍ୟ ଜବତ ହୋଇଛି। ଏହି ମାମଲାରେ ଆଉ ୨ ଜଣ ଅଭିଯୁକ୍ତ ପଳାତକ ରହିଥିବା ବେଳେ ସେମାନଙ୍କୁ ଧରିବା ପାଇଁ ପୋଲିସ ଉଦ୍ୟମ ଜାରି ରଖିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    39.1 ° C
    39.1 °
    39.1 °
    12 %
    3.7kmh
    2 %
    Sun
    39 °
    Mon
    41 °
    Tue
    38 °
    Wed
    40 °
    Thu
    40 °

    ସମ୍ବନ୍ଧିତ